Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୭୭୮୦ ମିଲିଗ୍ରାମ ବ୍ରାଉନ ସୁଗାର ଜବତ 

Manini Pattanayak
Browse all articles by Manini Pattanayak
·1 year ago
୭୭୮୦ ମିଲିଗ୍ରାମ ବ୍ରାଉନ ସୁଗାର ଜବତ 

କଟକ: କଟକ ନେତାଜୀ ସଂଗ୍ରହାଳୟ ନିକଟରୁ ବ୍ରାଉନ ସୁଗାର ଜବତ। ୭୭୮୦ ମିଲିଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଦରଘା ବଜାର ଥାନା ପୋଲିସ। ଦୁଇ ଜଣଙ୍କୁ ଗିରଫ କରାଯାଇଛି। ବ୍ରାଉନ ସୁଗାର ବିକ୍ରୀ କରିବା ପାଇଁ ଗ୍ରାହକଙ୍କୁ ଅପେକ୍ଷା କରିବା ସମୟରେ ମାଡ଼ି ବସିଥିଲା ଦରଘା ବଜାର ଥାନା ଦ୍ଵାରା ଗଠିତ ସ୍ଵତନ୍ତ୍ର ଟିମ୍।

ଦୁଇ ଜଣ ବ୍ରାଉନ ସୁଗାର ବେପାରୀ ଏସକେ ଗାମା ଓ ହାସିମ ଖାନକୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବ୍ରାଉନ ସୁଗାର ସହ ଦୁଇଟି ମୋବାଇଲ ଫୋନ, ନଗଦ ୩୮୦୦ ଟଙ୍କା, ମନି ପର୍ସ ଆଦି ଜବତ କରାଯାଇଛି ବୋଲି ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ରଙ୍କ ସୂଚନା। 
ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
7780 mg brown sugar seized in cuttack | Argus News