ଛତ୍ରପୁର ଠାରେ ୭୮ତମ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଳିତ

ଅର୍ଗସ ବ୍ୟୁରୋ:ଗଞ୍ଜାମ ଜିଲ୍ଲାରର ସଦରମହକୁମା ଛତ୍ରପୁର ଠାରେ ୭୮ତମ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ମାନ୍ୟବର ମନ୍ତ୍ରୀ ଆଇନ,ପୂର୍ତ୍ତ, ଅବକାରୀ ବିଭାଗ ଶ୍ରୀଯୁକ୍ତ ପୃଥୀରାଜ ହରିଚନ୍ଦନ ମୁଖ୍ୟଅତିଥୀ ଭାବେ ଯୋଗଦେଇ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ ।
ଗଞ୍ଜାମର ବୀର ଜବାନମାନଙ୍କ ତ୍ୟାଗ ବଳିଦାନ ଦେଇଥିବା ବୀର ଶହୀଦମାନଙ୍କ ଉଦ୍ଦେଶ୍ୟରେ ଏବଂ ସ୍ବାଧୀନତା ସଂଗ୍ରାମରେ ପ୍ରାଣହରାଇଥିବା ବ୍ୟକ୍ତି । ଅନେକ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉଦ୍ଦେଶ୍ୟରେ ଭକ୍ତପୂତ ଶ୍ରଦ୍ଧାଞ୍ଜଳି ଦେଇ ସାଲାମୀ ଜଣାଇଥିଲେ ।ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ପାରଦର୍ଶିତା ପ୍ରତିପାଦନ କରିଥିବା ବହୁ ବ୍ୟକ୍ତିବିଶେଷ୍ୟଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେଡ଼ରେ ଅଂଶଗ୍ରହଣ କରିଥିବା ଶ୍ରେଷ୍ଠଦଳକୁ ଏବଂ କୃତୀ ଛାତ୍ର-ଛାତ୍ରୀଙ୍କୁ ମୁଖ୍ୟଅତିଥୀ ମାନ୍ୟବର ମନ୍ତ୍ରୀ ଏବଂ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ପୁରସ୍କୃତ କରିଥିଲେ ।
ଅଧିକ ପଢନ୍ତୁ ଓଡିଶା ଖବର