Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୋଖରୀରେ ବୁଡି ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୁତ୍ୟୁ

Manini Pattanayak
Browse all articles by Manini Pattanayak
·2 years ago
ପୋଖରୀରେ ବୁଡି ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୁତ୍ୟୁ

କେନ୍ଦ୍ରାପଡା:  ରାଜସୁନାଖଳା ଟାଙ୍ଗୀ ସାହିର ଏକ ୧୧ ବର୍ଷର ବାଳକ ପୋଖରୀରେ ବୁଡି  ମୃତ୍ୟୁ  ହୋଇଥିବା ଜଣାପଡିଛି ।  ଶନିବାର ବିଦ୍ୟାଳୟ ଛୁଟି ପରେ  ଜୟକୃଷ୍ଣ ବେହେରାଙ୍କର ପୁଅ ସତ୍ୟଜିତ ବେହେରା ସପ୍ତମ ଶ୍ରେଣୀରେ ପଢୁଥିଲେ । ସେ  ସ୍କୁଲରୁ ଆସିବା ପରେ  ସାଙ୍ଗମାନଙ୍କ ସହିତ ରାଜସୁନାଖଳା ବଜାର ନିକଟରେ ଥିବା ପତନୀ ପୋଖରୀରେ  ଗାଧୋଉ ଥିବା ବେଳେ ସତ୍ୟଜିତଙ୍କ ଅଜାଣତରେ ଗୋଡ ଖସିଯାଇ ପୋଖରୀରେ  ବୁଡିଯାଇଥିଲେ ।

ତୁରନ୍ତ  ସାଙ୍ଗମାନେ ପରିବାର ଓ ଗ୍ରାମବାସୀମାଙ୍କୁ ଜଣାଇଥିଲେ I ଘଟଣାସ୍ଥଳରେ ପରିବାର ଲୋକେ ଓ ଗ୍ରାମବାସୀ ମାନେ ପହଂଚି ପାଣିଭରି ରହିଥିବା  ଉକ୍ତ ପୋଖରୀ ରେ ବୁଡି ଉଦ୍ଧାର କଲାବେଳକୁ ସତ୍ୟଜିତଙ୍କ ଚେତା ହରାଇଥିଲେ I ତୁରନ୍ତ  ଗ୍ରାମବାସୀ ସୁନାଖଳା ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ I ହେଲେ ସତ୍ୟଜିତ ଙ୍କ ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ ।   

ଅଧିକ ପଢନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
7th class student drowned in pond, The doctor declared Satyajit dead | Argus News