Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଖଲ୍ଲିକୋଟ୍ ନିର୍ବାଚନୀ ହିଂସା ମାମଲାରେ ୮ ଗିରଫ: ମୁଖ୍ୟ ଅଭିଯୁକ୍ତ ଫେରାର

Odisha

ଖଲ୍ଲିକୋଟ୍ ନିର୍ବାଚନୀ ହିଂସା ମାମଲାରେ ୮ ଗିରଫ: ମୁଖ୍ୟ ଅଭିଯୁକ୍ତ ଫେରାର

Ritu Das
Browse all articles by Ritu Das
·2 years ago·1 min read
ଖଲ୍ଲିକୋଟ୍ ନିର୍ବାଚନୀ ହିଂସା ମାମଲାରେ ୮ ଗିରଫ: ମୁଖ୍ୟ ଅଭିଯୁକ୍ତ ଫେରାର

ଅର୍ଗସ ବ୍ୟୁରୋ: ଖଲ୍ଲିକୋଟରେ ରାଜନୈତିକ ହିଂସା ମାମଲାରେ କାର୍ଯ୍ୟାନୁଷ୍ଠାନ । ୮ଜଣ ଆକ୍ରମଣକାରୀଙ୍କୁ ଗିରଫ କଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ସୂଚନା ।

ଖଲ୍ଲିକୋଟରେ ରାଜନୈତିକ ହିଂସା ଦେଖିବାକୁ ମିଳିଥିଲା । ବିଜେପି ଓ ବିଜେଡି କର୍ମୀ ପୋଷ୍ଟର ମାରିବାକୁ ନେଇ ମୁହାଁମୁହିଁ ହୋଇଥିଲେ । ମାରଣାସ୍ତ୍ରରେ ଦୁଇ ଗୋଷ୍ଠୀ ହଣାହଣି ହୋଇଥିଲେ । ଏଥିରେ ଜଣେ ବିଜେପି କର୍ମୀ ପ୍ରାଣ ହରାଇଛନ୍ତି । ତାଙ୍କ ନାଁ ଦିଲୀପ ପାହାନ ବୋଲି ଜଣାପଡ଼ିଛି । ଅନ୍ୟ ୭ ଗୁରୁତରଙ୍କୁ ଚିକିତ୍ସା ପାଇଁ ଏମକେସିଜିରେ ଭର୍ତି କରାଯାଇଛି । ବିଜେପି କର୍ମୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତେଜନା ପ୍ରକାଶ ପାଇଥିଲା। 

ଏହା ପରେ ଏହି ରାଜନୈତିକ ହିଂସାକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଉ ଏହି ମାମଲାରେ ସମ୍ପୃକ୍ତ ୮ଜଣଙ୍କୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ପେରାର ଥିବା ବେଳେ, ତାକୁ ଗିରଫ କରିବା ପାଇଁ ଚେଷ୍ଟା ଜାରି ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
8 arrested in Khallikot | Argus News