|
logo
Live

Argus News - ଦୁଇଟି କୋଠରୀରେ ପଢୁଛନ୍ତି ୮ଟି ଶ୍ରେଣୀର ପିଲା

Odisha

ଦୁଇଟି କୋଠରୀରେ ପଢୁଛନ୍ତି ୮ଟି ଶ୍ରେଣୀର ପିଲା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଦୁଇଟି କୋଠରୀରେ ପଢୁଛନ୍ତି ୮ଟି ଶ୍ରେଣୀର ପିଲା

ଅର୍ଗସ ବ୍ୟୁରୋ:  ଦାରିଙ୍ଗବାଡି ବ୍ଳକ ପର୍ତ୍ତମାହା  ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡୁଲାବାଲି ସ୍କୁଲର ଦୃଶ୍ୟ। ୨୦୦୯ମସିହାରେ ଏହି ପ୍ରାଥମିକ ବିଦ୍ୟାଳୟର ସ୍ଥାପନ ହୋଇଥିଲା । ୨୦୧୭ମସିହାରେ ଏହି ବିଦ୍ୟାଳୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିଣତ ହୋଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ବଢିନି ଶ୍ରେଣୀଗୃହ ସଂଖ୍ୟା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ମାତ୍ର ଦୁଇଟି ଶ୍ରେଣୀ ଗୃହ ରହିଛି। ଏହି ୨ଟି କୋଠରୀରେ ୮ଟି ଶ୍ରେଣୀର ୬୯ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । ଗୋଟିଏ କୋଠରୀରେ ଏକାଧିକ ଶ୍ରେଣୀକୁ ପଢାଇବାରେ ବାଧା ଶୃଷ୍ଟି ହେଉଥିବାରୁ ଅଧିକାଂସ ସମୟରେ ଶିକ୍ଷକ ମାନେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବାରଣ୍ଡାରେ ବସାଇ ପାଠ ପଢ଼ାଉଛନ୍ତି।

ଶ୍ରେଣୀ ଗୃହ ନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ ପରେ ବି ବିଲଡିଂ ନିର୍ମାଣ ନହେବାରୁ ଗ୍ରାମବାସୀମାନେ ଚାନ୍ଦା ଆଦାୟ କରି ସ୍କୁଲ ପରିସରରେ ଏକ ଅସ୍ଥାୟୀ କାଠ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ସ୍କୁଲରେ ବିଦ୍ୟୁତ୍ ସଂଯୋଗ ନଥିବା ବେଳେ ପୂର୍ବ ରାଜ୍ୟ ସରକାର ଦୁଇ ଦୁଇଟି LED ଟିଭି ସ୍କୁଲ କୁ ପ୍ରଦାନ କରିଛନ୍ତି କିନ୍ତୁ ବିଦ୍ୟୁତ୍ ସଂଯୋଗ କରିବାକୁ ଭୁଲି ଯାଇଛନ୍ତି । ସେପଟେ ବିଦ୍ୟୁତ ନଥିବାରୁ ଛାତ୍ରଛାତ୍ରୀ ମାନେ କମ୍ପ୍ୟୁଟର ଶିକ୍ଷାରୁ ବାଦ ପଡୁଛନ୍ତି।

ସେପଟେ ଶ୍ରେଣୀ ଗୃହ ଅଭାବରୁ ଦୁଇଟି ଶ୍ରେଣୀ ଗୃହରେ ପାଠ ପଢା ଚାଲିଥିବା ବେଳେ ଏହି ଶ୍ରେଣୀଗୃହ ମଧ୍ୟ ଷ୍ଟୋରରୁମ ଭଳିଆ ବ୍ୟବହାର କରାଯାଉଛି। ଶ୍ରେଣୀଗୃହରେ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳ ବସ୍ତା ସହ ଅନ୍ୟ ସାମଗ୍ରୀ ଗୁଡ଼ିକ ମଧ୍ୟ ରଖାଯାଇଛି । ବିଦ୍ୟାଳୟ ପରିସରରେ ଥିବା ନଳକୂପରୁ ଅଳ୍ପ ସମୟ ପାଣି ଆସିବା ପରେ ପାଣି ଆସିବା ବନ୍ଦ ହୋଇ ଯାଉଛି। ଯେତିକି ସମୟ ପାଣି ବାହାରୁଛି ତାହାବି ଦୂଷିତ। ଏହି ପାଣିରେ ରୋଷେଇ କରିବା ପରେ ପାଣି କଳା ଥିବାରୁ ଖାଦ୍ୟ ଗୁଡ଼ିକ କଳା ହେଇଯାଉଥିବା ଅଭିଯୋଗ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବୁକ୍ କାର୍ଯ୍ୟାଳୟ ଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଥିବା ମୁଣ୍ଡୁଲା ବାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏପରି ଅବସ୍ଥା ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ୨୪ ବର୍ଷର ସରକାର ବିଦ୍ୟାଳୟର ସମସ୍ୟା ଦୁର କରି ପାରିନଥିବା ବେଳେ ନୂତନ ସରକାର ଆସିବା ପରେ  ସମସ୍ୟା ସମାଧାନ ହେବ ବୋଲି ଛାତ୍ରଛାତ୍ରୀ ଆଶା ବାନ୍ଧିଛନ୍ତି l

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
ଦୁଇଟି କୋଠରୀରେ ପଢୁଛନ୍ତି ୮ଟି ଶ୍ରେଣୀର ପିଲା | Argus News