Videos
|
Odisha

Ostracised from Village / ୮ ପରିବାରକୁ ନିଆଁପାଣି ବାସନ୍ଦ: ସ୍କୁଲ ପିଲାଙ୍କୁ ବି ଛାଡ଼ୁନାହାନ୍ତି, ଜିଲ୍ଲା ପ୍ରଶାସନ ଆଗରେ ଗୁହାରି

Banajyotshna Ray
Browse all articles by Banajyotshna Ray
·3 months ago·2 min read
୮ ପରିବାରକୁ ନିଆଁପାଣି ବାସନ୍ଦ: ସ୍କୁଲ ପିଲାଙ୍କୁ ବି ଛାଡ଼ୁନାହାନ୍ତି, ଜିଲ୍ଲା ପ୍ରଶାସନ ଆଗରେ ଗୁହାରି
Ostracised from Village

Key Points

ରାୟଗଡ଼ା ଜିଲ୍ଲାରେ ୮ ପରିବାରକୁ ନିଆଁପାଣି ବାସନ୍ଦ
ଦେଢ଼ ବର୍ଷ ହେଲା ଏମିତି କରୁଛନ୍ତି ଗ୍ରାମବାସୀ
ଜିଲ୍ଲା ପ୍ରଶାସନ ଓ ପୋଲିସର ଦ୍ଵାରସ୍ଥ ହୋଇଛନ୍ତି ବାସନ୍ଦ ପରିବାର

ରାୟଗଡ଼ା ଜିଲ୍ଲାରେ ୮ ପରିବାରକୁ ନିଆଁପାଣି ବାସନ୍ଦ । ମୁନିଗୁଡା ବ୍ଲକ ଅନ୍ତର୍ଗତ କୁଟ୍ରାଗଡ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଦେଢ଼ ବର୍ଷ ତଳେ ଦୀପାବଳି ଚାନ୍ଦା ଆଦାୟ ବୈଠକରେ ଏହି ପରିବାର ବିଳମ୍ବରେ ପହଞ୍ଚିବାରୁ ଦଣ୍ଡ ମିଳିଥିଲା । ଏପରିକି ବିଭିନ୍ନ ସମୟରେ ପରିବାରଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି ''। ଏନେଇ ନ୍ୟାୟ ପାଇଁ ଆଜି ଏହି ନିର୍ଯାତିତ ପରିବାର ଜିଲ୍ଲା ପ୍ରଶାସନ ଓ ପୋଲିସର ଦ୍ଵାରସ୍ଥ ହୋଇଛନ୍ତି। ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଏବଂ ଅତିରିକ୍ତ ଏସ୍‌ପିଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି।

ଗ୍ରାମର କିଛି ଲୋକ ଆକ୍ରୋଶମୂଳକ ଭାବେ ସେମାନଙ୍କୁ ବାସନ୍ଦ କରିବା ସହ ଅମାନୁଷିକ ନିର୍ଯାତନା ଦେଉଛନ୍ତି। ଏପରିକି ପିଲା ସ୍କୁଲ ଯିବା ବେଳେ ଅଟୋରୁ ଓହ୍ଲାଇ ଦିଆଯାଉଛି। ଗ୍ରାମର ତ୍ରିନାଥ ମନ୍ଦିରରେ ଥିବା ବଟବୃକ୍ଷକୁ ପୂଜା କରିବାକୁ ଗଲେ ଜୀବନରୁ ମାରିଦେବାକୁ ଧମକ ମିଳୁଛି। ଘୋଷଣାକୁ ନେଇ ବିଷମକଟକ SDPO ଙ୍କୁ ତୁରନ୍ତ ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।''

ଦୀର୍ଘ ଦେଢ଼ ବର୍ଷ ତଳର ଏହି ବାସନ୍ଦକୁ ଆଜି ପର୍ଯ୍ୟନ୍ତ ଲଗାଇରଖିଛନ୍ତି ଗାଁଲୋକେ। ଛୋଟ ମୋଟ ଭୁଲ ସମସ୍ତଙ୍କର ହୁଏ, କିନ୍ତୁ ସାମାନ୍ୟ ଲେଟ୍‌ ହୋଇଗଲେ ବୋଲି ଏଭଳି ବାସନ୍ଦ କରିବା କଣ ଠିକ୍‌। ତେବେ ବାସନ୍ଦ ହୋଇଥିବା ପରିବାର ଲେକୋ ଚାହୁଁଛନ୍ତି ଯେ, ଆମକୁ ଶୀଘ୍ର ନ୍ୟାୟ ମିଳୁ। ନା ଗାଁରୁ ଟିକେ ପାଣି ବ୍ୟବହାର କରିପାରୁଛୁ, ନାଁ ଗାଁ ଲୋକଙ୍କ ସହ ମିଶି ପାରୁଛୁ। ଏମିତି ହେଲେ ଆମେ କେମିତି ଜୀବନ ଅତିବାହିତ କରିବୁ। ଆମେ ତ ସମସ୍ୟାର ସମ୍ମୁଖୀନ ହେଉଛୁ, ଆମ ପିଲାମାନଙ୍କୁ ବି ଛାଡୁନାହାନ୍ତି। ଏମିତିରେ ହୋଇଗଲାଣି ପାଖାପାଖି ଦେଢ଼ ବର୍ଷ। ଏବେତ କ୍ଷମା କରି ଆଗକୁ ବଢ଼ିବାର ଅଛି ନା ଆଉ କେତେ ର୍ବେ ଏମିତି ହଇରାଣ ହେଉଥିବୁ ବୋଲି ପ୍ରକାଶ କରିଛନ୍ତି ବାସନ୍ଦ ପରିବାର ।''

ଏଥିସହ ପଢ଼ନ୍ତୁ: ସବୁ ଜିଲ୍ଲାରେ ଖୋଲିବ ଇଲେକ୍ସନ୍ ହେଲ୍‌ପ ଡେସ୍କ, ଭୋଟର ତାଲିକାରେ ନାମ ଯୋଡ଼ା, ସଂଶୋଧନ ଓ ବିଲୋପ ସମ୍ବନ୍ଧୀୟ ସୂଚନା ମିଳିବ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏନେଇ ତଦନ୍ତ ଜାରି ରହିବ, କଣ ହୋଇଛି ପୁରା ଘଟଣାକ୍ରମ, କାହିଁକି ଏମିତି ୮ ପରିବାରକୁ ହଇରାଣ କରୁଛନ୍ତି ଗ୍ରାମବାସୀ ବୋଲି ତଦନ୍ତ ପରେ ଜଣାପଡ଼ିବ ବୋଲି କହିଛନ୍ତି ଜିଲ୍ଲା ପ୍ରଶାସନ ଓ ପୋଲିସ। ଯଥାଣୀଘ୍ର ଏହି ପରିବାରକୁ ନ୍ୟାୟ ମିଳିବ ଏହା ଆଶା ରହିଛି।''

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:


Related Topics

Explore more stories