Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 8 କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

Manini Pattanayak
Browse all articles by Manini Pattanayak
·1 year ago·1 min read
 8 କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ଭଦ୍ରକ:  ବାସୁଦେବପୁର ବ୍ଲକ  କମାରଗାଁ ଠାରେ  ଚୋରା ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ । ଗୋଟିଏ ସ୍କୁଟି ଗାଡି ସହିତ 8କିଲୋ ଗଂଜେଇ ଓ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ସ୍କୁଟିରେ ଗଂଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା।

 ତେବେ ଏହି ଚଢ଼ାଉ ସମୟରେ ବାସୁଦେବପୁର ଅବକାରୀ ବିଭାଗର କର୍ମଚାରୀ ମାନେ ସାମିଲ ଥିଲେ । ଜବତ ହେଇଥିବା ସ୍କୁଟିରୁ ଗୋଟିଏ ବୁରାରେ 8କିଲୋ ଗଂଜେଇ କୁ ଜବତ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ବାସୁଦେବପୁର  ଭୋଇ ସାହି ଅଂଚଳର ତାପସ ମହାନ୍ତି ବୋଲି ଜଣାପଡିଛି । ତେବେ ଦିନକୁ ଦିନ ବାସୁଦେବପୁର ଅଂଚଳରେ ଚୋରା ଗଞ୍ଜେଇ କାରବାର ବଢ଼ିବାରେ ଲାଗିଛି । ଗତ କିଛି ଦିନ ପୂର୍ବରୁ ପାଖାପାଖି 30କିଲୋ ଗଂଜେଇ ଜବତ ସହ 4ଜଣକୁ ଅବକାରୀ ବିଭାଗ ଓ ପୋଲିସ ଗିରଫ କରିଥିଲା । ପୁଣି ଅବକାରୀ ବିଭାଗ ଜଣକୁ ଗିରଫ କରିବା ସହ 8କିଲୋ ଗଂଜେଇ ଜବଦ କରିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
8 km of cannabis seized, one arrested | Argus News