Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁଣି ପୋଲିସ-ମାଓବାଦୀ ଗୁଳି ବିନିମୟ, ୮ ନକ୍ସଲ ନିପାତ

Odisha

ପୁଣି ପୋଲିସ-ମାଓବାଦୀ ଗୁଳି ବିନିମୟ, ୮ ନକ୍ସଲ ନିପାତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପୁଣି ପୋଲିସ-ମାଓବାଦୀ ଗୁଳି ବିନିମୟ, ୮ ନକ୍ସଲ ନିପାତ

ଅର୍ଗସ ବ୍ୟୁରୋ: ପୁଣି ପୋଲିସ-ମାଓବାଦୀ ଗୁଳି ବିନିମୟ । ଏନ୍‌କାଉଣ୍ଟରରେ ଟଳିଲେ ୮ ନକ୍ସଲ । ଜଣେ ଯବାନ ସହିଦ ହୋଇଥିବା ବେଳେ, ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ଛତିଶଗଡ଼ ନାରାୟଣପୁରରେ ହୋଇଛି ଏନକାଉଣ୍ଟର । ଛତିଶଗଡ଼ରେ ପୁଣି ସୁରକ୍ଷା ବାହିନୀଙ୍କୁ ମିଳିଛି ବଡ଼ ସଫଳତା । ନାରାୟଣପୁର ଅବୁଜମାଡ ଜଙ୍ଗଲରେ ବଡ଼ ଧରଣର ଏନକାଉଣ୍ଟର । ଆବୁଜମାଡ ଜଙ୍ଗଲର କୁତୁଲ, ଫର୍ଶୋବେଡ଼ା, କୋଡତାମେଟା ଜଙ୍ଗଲରେ ବଡ଼ ଧରଣର ମାଓ ଶିବିର ଚାଲିଥିବା ଖବର ପାଇ ନାରାୟଣପୁର, କେଣ୍ଡାଗାଁ, କାଙ୍କେର ଓ ଦାନ୍ତେୱାଡା ର DRG, STF ଓ ITBP ଯବାନଙ୍କ ମିଳିତ କୁମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା ।

ଅପରେସନ ସମୟରେ ଅବୁଜମାଡର ଘଞ୍ଚ ଜଙ୍ଗଲ ମଧ୍ୟରେ ଗୁଳ ବିନିମୟ ହୋଇଛି । ଫଳରେ 8 ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ବର୍ତମାନ ଗୁଳି ବିନିମୟ ଚାଲିଥିବା ବେଳେ ଘଟଣା ସ୍ଥଳକୁ ଅଧିକ ସଂଖ୍ୟକ ଯବାନ ଙ୍କୁ ପଠାଯାଉଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
8 Maoists killed in Chhattisgarh encounter | Argus News