ବିଜୁଳି ଘଡଘଡିରେ ୮ ଛାତ୍ର ଗୁରୁତର

ଅର୍ଗସ ବ୍ୟୁରୋ : ରେଣ୍ଟାଲ ସ୍କୁଲରେ ୮ ଜଣ ପିଲାଙ୍କ ଘଡଘଡିରେ ଆହତ ହୋଇଥିବା ଘଟଣାରେ ଗତକାଲି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୭ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ରହିଥିଲା। କାଲି ୭ ଜଣ ଡିସଚାର୍ଜ ହୋଇସାରିଛନ୍ତି। ଜଣେ ଏବେ ବି ହସ୍ପିଟାଲରେ ଅଛି। ଗୁରୁତର ଯଦିଓ ନାହିଁ ସାମାନ୍ୟ ଦୁର୍ବଳ ଅନୁଭବ କରୁଥିବାରୁ ତାକୁ ଅବଜରଭେସନ ରଖାଯାଇଛି। ଘଡଘଡିର ଶବ୍ଦ, ଲାଇଟ ପାଇଁ ସେମାନେ ଭୟଭୀତ ହୋଇଥିଲେ। ହାର୍ଟ, ଇସିଜି ସବୁ ଠିକ ଅଛି। ଟ୍ରିଟମେଂଟ ଭଲ କରାଯାଇଛି। ସିଧାସଳଖ ବିଜୁଳି ମାରିଲେ ଇଫେକଟ ଜୋରରେ ପଡେ।
ଅଧିକ ପଢନ୍ତୁ : ସାପ କାମୁଡ଼ାରେ ଚାଲିଗଲା ଜୀବନ
ଅନେକ କ୍ଷେତ୍ରରେ ଲାଇଟନିଂକୁ ନେଇ ହଠାତ ଦେହ ପୋଡି ଯାଇପାରେ, ମୃତ୍ୟୁ ମଧ୍ୟ ହୋଇଯାଇଥାଏ। ତେଣୁ କ୍ୟାପିଟାଲରେ ଏ ନେଇ ଏମ୍ମରଜେନ୍ସି ବ୍ୟବସ୍ଥା କରାଯାଇଛି। ସେପଟେ ଡେଙ୍ଗୁ ସ୍ଥିତି ଏବେ ନିୟନ୍ତ୍ରଣ ଅଛି। କ୍ୟାପିଟାଲ ହସ୍ପିଟାଲରେ ୬ଜଣ ବେଡ଼ରେ ଅଛନ୍ତି। ତେଣୁ ଯେହେତୁ ବର୍ଷା ଚାଲିଛି, ତେଣୁ ଲୋକେ ଏବେ ବି ଅବହେଳା କି ଅଣଦେଖା କରିବା ଉଚିତ ନୁହେଁ, ଯଦି କିଛି ବି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଆସି ହସ୍ପିଟାଲରେ ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଲେ ଡ଼ାଇରେକ୍ଟର।
📱 Get Argus News App
✨