୮ବର୍ଷର ବାଳକକୁ ଟାଣିନେଲା କୁମ୍ଭୀର: ଶୋକ ପ୍ରକାଶ କରି ସହାୟତା କଲେ ମୁଖ୍ୟମନ୍ତ୍ରୀ
·2 years ago·1 min read

ଅର୍ଗସ ବ୍ୟୁରୋ: ୮ବର୍ଷର ବାଳକକୁ ଟାଣିନେଲା କୁମ୍ଭୀର। ଅନୁଗୁଳରୁ ଆସୁଛି ଏମିତି ଏକ ଅଘଟଣର ଖବର। ଅନୁଗୁଳ ଜିଲ୍ଲା ଟିକରପଡା ମହାନଦୀ କୂଳରେ ନାବାଳକ ଖେଳୁଥିବା ବେଳେ ତାକୁ ଟାଣି ନେଇଛି କୁମ୍ଭୀର। ଅଘଟଣର କିଛି ସମୟ ପରେ ନାବାଳକର ମୃତଦେହକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ।
ମୃତ ନାବାଳକଟି ଟିକରପଡ଼ା ଘାଟ ସାହି ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଦେଖାଦେଇଛି। ମୃତ ନାବାଳକଙ୍କ ନାଁ ସମୀର ନାଏକ। ତାଙ୍କ ଘର ଟିକରପଡ଼ା ଘାଟସାହିରେ। ତାଙ୍କ ବାପାଙ୍କ ନାଁ ସୁରେଶ ନାଏକ।
ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ତା’ ସହିତ ସେ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ମୃତ ନାବାଳକ ସମୀର ନାଏକଙ୍କ ନିକଟତମ ଆତ୍ମୀୟଙ୍କୁ ୬ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: