Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -  ୮ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଥାନାରେ ଏତଲା  

Odisha

 ୮ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଥାନାରେ ଏତଲା  

Manini Pattanayak
Browse all articles by Manini Pattanayak
·2 years ago·1 min read
 ୮ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଥାନାରେ ଏତଲା  

 କନ୍ଧମାଳ:  ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ୮ବର୍ଷ ର ନାବାଳିକା  କୁ ଦୁଷ୍କର୍ମ ନେଇ  ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ ପରେ ଦାରିଙ୍ଗବାଡ଼ି ଥାନାରେ କେଶ ନମ୍ବର ୩୨/୨୪ରେ ଏକ ମାମଲା ରୁଜୁ ହୋଇଥିବା ନେଇ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି l ଥାନାରେ  ଅଭିଯୋଗ ମୁତାବକ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ୮ବର୍ଷର ୪ର୍ଥ ଶ୍ରେଣୀ ନାବାଳିକା ଘରୁ କିଛି ସଉଦା ନେବା ପାଇଁ ଦୋକାନ କୁ ଆସି ସାମଗ୍ରୀ ନେଇ ଘରକୁ ଫେରିବା ବେଳେ ଘର ନିକଟରୁ ତାକୁ ଜଣେ ଯୁବକ  ଜୋର ଜବରଦସ୍ତ ଟାଣି ନେଇ ନିଜ ଘରେ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା ନାବାଳିକା ଜଣକ ଚିତ୍କାର କରିବାରୁ ଯୁବକ ଜଣକ ଏ ବାବଦରେ କାହାରିକୁ କହିଲେ ଜୀବନରୁ  ମାରିଦେବାକୁ କୁଆଡ଼େ ଧମକ ଦେଇଥିଲା l

ନାବାଳିକା ଜଣକ ଘରେ ପହଞ୍ଚି ସବୁ ଘଟଣା କହିବା ପରେ ଆଜି ନାବାଳିକା ଙ୍କ ବାପା ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଶ୍ରୀ ପାତ୍ର ଙ୍କ ନିର୍ଦ୍ଧେଶ ଅନୁସାରେ   ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ତଦନ୍ତକାରୀ ଦାରିଙ୍ଗବାଡ଼ି ସବଇନ୍ସପେକ୍ଟର ଜିତେନ୍ଦ୍ର ବେହେରା  l 
 ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
8-year-old girl attempted mischief, | Argus News