Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - 800 ଟଙ୍କା ବୋନସ ସହ ଧାନ କିଣା ପାଇଁ ସରକାରଙ୍କ ବଡ ପଦକ୍ଷେପ 

Odisha

800 ଟଙ୍କା ବୋନସ ସହ ଧାନ କିଣା ପାଇଁ ସରକାରଙ୍କ ବଡ ପଦକ୍ଷେପ 

Manini Pattanayak
Browse all articles by Manini Pattanayak
·1 year ago·2 min read
800 ଟଙ୍କା ବୋନସ ସହ ଧାନ କିଣା ପାଇଁ ସରକାରଙ୍କ ବଡ ପଦକ୍ଷେପ 

ଭୁବନେଶ୍ୱର:  ଅନ୍ତ ହେବ ମିଲର୍ସ ଯନ୍ତ୍ରଣାର ଯୁଗ। 24 ବର୍ଷ ପ୍ରତାରଣାରେ ପଡ଼ିବ ପୂର୍ଣ୍ଣଚ୍ଛେଦ। 800 ଟଙ୍କା ବୋନସ୍ ସହ ଧାନ କିଣା ପାଇଁ ବିଜେପି ସରକାରଙ୍କ ବଡ଼ ପଦକ୍ଷେପ। ଆଉ ମଣ୍ଡିରେ ରହିବନି ମିଲରଙ୍କ ମନମାନି। ସିଧାସଳଖ ଧାନ କିଣି ପାରିବେନି ମିଲର। କେନ୍ଦ୍ରୀୟ କିମ୍ବା ସମବାୟ ସଂସ୍ଥା ଚାଷୀଙ୍କଠାରୁ କିଣିବେ ଧାନ। କଟନୀ ଛଟନୀ ବନ୍ଦ ପାଇଁ ବି ସ୍ବତନ୍ତ୍ର ପଦକ୍ଷେପ।  
 ନଭେମ୍ବରରୁ ଆରମ୍ଭ ହେବ ଖରିଫ ଧାନକିଣା।  24 ବର୍ଷର ପ୍ରତାରଣା ଓ ଯନ୍ତ୍ରଣା ପରେ ଏଥର ନା କଟନି-ଛଟନି ହେବ, ନା ମିଲର୍ସର ମନମାନି ଚାଲିବ। ଦଲାରାଜର ମଧ୍ୟ ଅଣ୍ଟା ଭାଙ୍ଗିବ।  ଚାଷୀଙ୍କୁ ଏ ଆଶ୍ବାସନା ଦେଇଛନ୍ତି ବିଜେପି ସରକାର। 

ଚଳିତ ଖରିଫ ଧାନକିଣାରେ ମିଲର୍ସ କିଣିପାରିବେ ନାହିଁ ଧାନ। ସମବାୟ ସଂସ୍ଥା କିମ୍ବା କେନ୍ଦ୍ରୀୟ ସଂସ୍ଥା ସିଧାସଳଖ ଚାଷୀଙ୍କଠାରୁ ଧାନ କିଣିବେ। ମିଲର୍ସମାନଙ୍କୁ ଟାର୍ଗେଟ ଦିଆଯିବ ଓ ସେମାନେ କେବଳ ମିଲିଂ କରିପାରିବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେହିପରି ପ୍ରତି ମଣ୍ଡି ଦାୟିତ୍ବରେ ରହିବେ ଜଣେ ଜଣେ ଅଫିସର। 4-5ଟି ମଣ୍ଡି ପାଇଁ ଜଣେ ଜଣେ ସୁପରଭାଇଜରଙ୍କୁ ଦିଆଯିବ ଦାୟିତ୍ବ। ଜିଲ୍ଲା ଦାୟିତ୍ବରେ ଜିଲ୍ଲାପାଳ ରହିବେ ଓ ଦୁଇଟି ଲେଖାଏଁ ଜିଲ୍ଲାର ଦାୟିତ୍ବ ନେବେ ଜଣେ ଲେଖାଏଁ ମନ୍ତ୍ରୀ। ଧାନ କିଣା ପ୍ରକ୍ରିୟାକୁ ବ୍ୟବସ୍ଥିତ ଢଙ୍ଗରେ ସମାପନ କରିବାକୁ ଅଣ୍ଡା ଭିଡିଛନ୍ତି ରାଜ୍ୟ ସରକାର। 

ଧାନ ପରିବହନ ପାଇଁ ନିୟୋଜିତ ହେବାକୁ ଥିବା ଟ୍ରକ ଗୁଡ଼ିକରେ ଭେହିକିଲ୍ ଲୋକେସନ ଟ୍ରାକିଂ ଡିଭାଇସ୍ ଲାଗିବ। ମଣ୍ଡିରୁ ଧାନ ଉଠାଇବା ଓ ମିଲରେ ଧାନ ଅନଲୋଡିଂରେ କେତେ ସମୟ ଲାଗୁଛି, ବିଳମ୍ବ ହେଉଛି କି ?, ଏହି ସବୁକୁ ମନିଟରିଂ କରିବ ଲୋକେସନ ଟ୍ରାକିଂ ଡିଭାଇସ୍। ନଭେମ୍ବର 15ରୁ ଏହା ସବୁ ଟ୍ରକରେ ଲାଗିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁର। ଧାନ କିଣାରେ କଟନି ଛଟନିକୁ ବାଦ୍ ଦେବାକୁ ମିଲର୍ସଙ୍କ ପ୍ରତିନିଧି ମିଲରେ ରହିବେ। ଧାନ ଲୋଡିଂ ପରେ ଟ୍ରକରେ ପାଲ ପଡ଼ିବ ଓ ତାହା ସିଲ୍ ମଧ୍ୟ ହେବ। ଚଳିତ ଖରିଫ ଋତୁରେ ସ୍ବଚ୍ଛ ଭାବରେ ଚାଷୀଙ୍କଠାରୁ ଧାନ କିଣିବା ପାଇଁ ଆବଶ୍ୟକ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ ସରକାର।  ଏପଟେ କ୍ବିଣ୍ଟାଲ ପ୍ରତି 3100 ଟଙ୍କାରେ ଧାନା ବିକ୍ରି ଓ ଚାଷୀଙ୍କ ହିତରେ ହୋଇଥିବା ବ୍ୟପକ ବ୍ୟବସ୍ଥାକୁ ସ୍ବାଗତ କରିବା ସହ ରାଜ୍ୟ ସରକାରଙ୍କୁ ଭୂରୀଭୂରୀ ପ୍ରଶଂସା କରିଛନ୍ତି ଚାଷୀ 
 
ଓଡ଼ିଶାରେ ଚାଷୀଙ୍କ ରୋଜଗାର ସବୁଠୁ କମ୍।  କାରଣ ଧାନର ଦାମ୍ କମ୍ ଥିଲା।  ମିଲର୍-ସରକାରଙ୍କ ମଧୁଚନ୍ଦ୍ରିକା ଯୋଗୁ ହନ୍ତସନ୍ତ ହେଉଥିଲେ ଚାଷୀ । ଟୋକନ୍ ବ୍ୟବସ୍ଥାରେ ଫର୍ଜରୀ ଚାଲିଥିଲା।  ଏବେ 800 ଟଙ୍କା ବୋନସ୍  ସହ କଟନୀ ଛଟନୀ ବନ୍ଦ ହେଲେ ଆଶା, ବଢିବ ଚାଷୀଙ୍କ ମାସିକ ଆୟ। ରାଜ୍ୟର ଚାଷୀଙ୍କ ଆୟ ପୁରା ଦେଶରେ ତଳୁ ଆଡୁ ଦୀତୀୟ.. ଚାଷୀ ଅଧିକ ରୋଜଗାର କଲେ ଉପକୃତ ହେବେ 17 ଲକ୍ଷରୁ ଅଧିକ ପରିବାର। ଯାହା  ଓଡ଼ିଶାର ସାମଗ୍ରିକ ବିକାଶ ଉପରେ  ବି ସକାରତ୍ମକ ପ୍ରଭାବ ପକାଇବ  ଏଥର ଖରିଫେ ଧାନ ବିକ୍ରି ପାଇଁ19 ଅକ୍ଟୋବର ସୁଦ୍ଦା  17 ଲକ୍ଷ 49 ହଜାର ଚାଷୀ ନାଁ ପଞ୍ଜିକରଣ କରିସାରିଲେଣି।  ଚଳିତ ଖରିଫ ଋତୁରେ 86 ଲକ୍ଷ ଟନ ଧାନ କିଣିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ବରଗଡ଼ ଜିଲ୍ଲାର ସୋହେଲାରୁ ଧାନ କିଣା ଆରମ୍ଭ ହେବାକୁ ଥିବାବେଳେ ଏଥର ସରକାରଙ୍କ ଘୋଷଣା ଅନୁଯାୟୀ 3100 ଟଙ୍କାରେ ଧାନା ବିକ୍ରି କରିବେ ଚାଷୀ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 

 

Sponsored
800 rupees bonus for purchase of paddy is a big step of the government | Argus News