Videos
|
Odisha

ଚାରି ଦିନରେ 84 ଜଣ ଛାତ୍ରଛାତ୍ରୀ ମ୍ୟାଲେରିଆ ଆକ୍ରାନ୍ତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଚାରି ଦିନରେ 84 ଜଣ ଛାତ୍ରଛାତ୍ରୀ ମ୍ୟାଲେରିଆ ଆକ୍ରାନ୍ତ

ଅର୍ଗସ ବ୍ୟୁରୋ: କୋରାପୁଟର କାଶୀପୁର ପରେ ଏବେ ଲକ୍ଷ୍ମୀପୁର ବ୍ଲକରେ ଏବେ ମ୍ୟାଲେରିଆ ଆତଙ୍କ । ମ୍ୟାଲେରିଆରେ ଆକ୍ରାନ୍ତ ହେଉଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ଏବେ ସୁଦ୍ଧା ୧୮ଟି ସ୍କୁଲର ପ୍ରାୟ ୮୪ ଜଣ ଛାତ୍ରଛାତ୍ରୀ ମ୍ୟାଲେରିଆ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏକ ଟିମ୍ ବିଭିନ୍ନ ସ୍କୁଲକୁ ଯାଇ ଛାତ୍ର ଛାତ୍ରୀଙ୍କ ରକ୍ତ ନମୁନା ସଂଗ୍ରହ କରିବା ସହ ଔଷଧ ପ୍ରଦାନ କରୁଛି। ଏବେ ଲକ୍ଷ୍ମୀପୁର ଡାକ୍ତରଖାନାରେ ଆକ୍ରାନ୍ତ ପିଲାଙ୍କ ଭିଡ଼। ଘରକୁ ଛୁଟିରେ ଯାଇ ଆଶ୍ରମ ସ୍କୁଲ ହଷ୍ଟେଲକୁ ଫେରିଥିବା ପିଲାଙ୍କ ମଧ୍ୟରେ ମୁଖ୍ୟତଃ ମ୍ୟାଲେରିଆ ଦେଖାଯାଉଛି। ତେଣୁ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବା ଯାଏଁ ଡାକ୍ତରଖାନାରେ ରହି ଚିକିତ୍ସିତ ହେବେ । ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କର ଦାୟିତ୍ବ ନେବାକୁ ଶିକ୍ଷା ବିଭାଗ ତରଫରୁ ଜାରି ହୋଇଛି ନିର୍ଦ୍ଦେଶନାମା।

ରାଜ୍ୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ। ଘରୁ ହଷ୍ଟେଲ ଫେରୁଥିବା ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା  କରାଯାଉଛି । ବହୁ ପିଲାଙ୍କଠାରେ ଲକ୍ଷଣ ବିହୀନ ମ୍ୟାଲେରିଆ ଚିହ୍ନଟ ହେଉଛି । ସ୍କୁଲ ହଷ୍ଟେଲ ପରିସର ସଫା ସୁତୁରା ରଖିବା, ହଷ୍ଟେଲରେ ରାତିରେ ପିଲାମାନେ ମଶାରୀ ଟାଙ୍ଗି ଶୋଇବାକୁ ପରାମର୍ଶ ଦିଆଯାଇଛି । ସେପଟେ ଆଖି ଧରା ନେଇ ଅଭିଭାବକ ମାନେ ସଚେତନ ରୁହନ୍ତୁ । ଆଖି ଧରିଥିଲେ ପିଲାମାନେ ସ୍କୁଲ ନ ଯାଆନ୍ତୁ । ଆକ୍ରାନ୍ତଙ୍କୁ ଆଇସୋଲେସନରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
84 students attack malaria in four days | Argus News