ଅଟଳ ଜୟନ୍ତୀରେ ବିଜେପି ପକ୍ଷରୁ ଅଷ୍ଟମ ଅଟଳ ସମ୍ମାନ ୨୦୨୩ ଆୟୋଜିତ
·2 years ago

ଅର୍ଗସ ବ୍ୟୁରୋ: ଧୂରୀଣ ରାଷ୍ଟ୍ରନୀତିଜ୍ଞ, ଶବ୍ଦର ଶିଳ୍ପୀ, ରାଜନୀତିର ରଣବୀର। ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ 99 ତମ ଜନ୍ମ ଜୟନ୍ତୀ। ଏହି ଦିନରେ ତାଙ୍କୁ ମନେ ପକାଉଛି ପୁରା ଦେଶ। ଅଟଳ ଜୟନ୍ତୀରେ ବିଜେପି ପକ୍ଷରୁ ଆୟୋଜନ ହେଉଛି ଅଷ୍ଟମ ଅଟଳ ସମ୍ମାନ ୨୦୨୩ । ଅଷ୍ଟମ ଅଟଳ ସମ୍ମାନ ୨୦୨୩ ପାଇବେ ଆନନ୍ଦପୁରର ସମାଜସେବୀ ତଥା ପୂର୍ବତନ ବିଧାୟକ କ୍ଷୀରୋଦ ପ୍ରସାଦ ସ୍ୱାଇଁ। ସାହିତ୍ୟିକା ପ୍ରଫେସର ଡ଼ ସ୍ମରପ୍ରିୟା ମିଶ୍ର ପାଇବେ ଅଟଳ କବିତା ସମ୍ମାନ। ଡ଼ ବିଶ୍ଵନାଥ ପଟ୍ଟନାୟକଙ୍କୁ ମିଳିବ ଅଟଳ ସମାଜ ସେବା ପୁରସ୍କାର।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: