|
logo
Live
Argus News App
GET APP

Argus News - ପୋଲିସ ଉପରେ ଆକ୍ରମଣ କରିଥିବା 9 ଗିରଫ

Odisha

ପୋଲିସ ଉପରେ ଆକ୍ରମଣ କରିଥିବା 9 ଗିରଫ

Rashmita Mishra
Browse all articles by Rashmita Mishra
·1 year ago·2 min read
ପୋଲିସ ଉପରେ ଆକ୍ରମଣ କରିଥିବା 9 ଗିରଫ

Key Points

.ପୋଲିସ ଉପରେ ଆକ୍ରମଣ, ଫ୍ଲାଗମାର୍ଚ୍ଚ, ସଂଜୀବ ମଲ୍ଲିକ ସହ ଆକ୍ରମଣକାରୀ ଫଟୋ

.ଭଦ୍ରକ ହିଂସାକୁ ନେଇ ଆଇନମନ୍ତ୍ରୀଙ୍କ ବଡ଼ ବୟାନ

.ହିଂସା ପାଇଁ ଅପପ୍ରଚାର ପଛରେ ରାଜନୈତିକ ଶକ୍ତିଙ୍କ ହସ୍ତକ୍ଷେପ

.ପୋଲିସ ଉପରେ ଆକ୍ରମଣ କରିଥିବା 9 ଗିରଫ

.ହିଂସା ପାଇଁ ଉସକାଇଥିବା ବିଜେଡି ନେତା ଫିର୍ଦ୍ଦୋଶ ଫେରାର

.ବିଜେଡି ବିଧାୟକ ସଂଜୀବ ମଲ୍ଲିକଙ୍କ ସହ ଫିର୍ଦ୍ଦୋଶର ଫଟୋ ଭାଇରାଲ୍

.ପରିସ୍ଥିତିକୁ ନେଇ ଦୁଇ ବିଧାୟକ ଓ ସାଂସଦଙ୍କର ସମୀକ୍ଷା 

ଅର୍ଗସ ବ୍ୟୁରୋ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଶୁକ୍ରବାର ଭଦ୍ରକରେ ହୋଇଥିଲା ତୁମୂଳକାଣ୍ଡ। ଆକ୍ରମଣJS ଲହୁଲୁହାଣ ହୋଇଥିଲେ ପୋଲିସ ଅଫିସର। ଏଇ ଘଟଣା ପରେ ଭଦ୍ରକ ସହରରେ ପୋଲିସ ଛାଉଣୀ ।  ସହରରେ ଶାନ୍ତି ବଜାୟ ରଖିବା ପାଇଁ 12 ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି। 2 ପ୍ଲାଟୁନ୍ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ଅଛନ୍ତି। ପୁରୁଣା ବଜାର ଅଞ୍ଚଳରେ ଅସ୍ଥାୟୀ କ୍ୟାମ୍ପ କରାଯାଇ ସ୍ଥିତି ଉପରେ ନଜର ରଖାଯାଇଛି। ଡିଆଇଜି ଡା. ସତ୍ୟଜିତ ନାୟକ ନିଜେ ସହରରେ ଗତକାଲି ଫ୍ଲାଗ ମାର୍ଚ୍ଚ କରିବା ସହ ସ୍ଥିତି ସମୀକ୍ଷା କରିଥିଲେ । 48 ଘଣ୍ଟା ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି । ପୋଲିସ ଉପରକୁ ଆକ୍ରମଣ ଘଟଣାରେ 9 ଜଣ କୁ ଗିରଫ କରାଯାଇଛି। ମେଡିକାଲ ଟେଷ୍ଟ ପରେ ସେମାନଙ୍କୁ କୋର୍ଟ ଫରୱାର୍ଡ଼ କରିଛି ପୋଲିସ । 

ସେପଟେ  ଧାମନଗର ଅଞ୍ଚଳରେ ମଧ୍ୟ ଏହି ବିବାଦୀୟ ପୋଷ୍ଟ କୁ ନେଇ ଶୁକ୍ରବାର ଉତ୍ତେଜନା ପ୍ରକାଶ ପାଇଥିଲା। ନିଦ୍ଧିଷ୍ଟ ସମ୍ପ୍ରଦାୟର ଲୋକେ ଥାନା ଘେରାଉ କରିଥିଲେ। ଧାମନଗର NAC, ଦୋବଲ ଓ ଆଖପାଖ ଅଞ୍ଚଳରେ ମଧ୍ୟ 163 BNSS ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଲାଗୁ ରହିଛି । ଘଟଣାକୁ ନେଇ ଜିଲ୍ଲା ପୋଲିସ ଓ ପ୍ରଶାସନ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ ତଥା ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠୀ ଓ ଭଦ୍ରକ ବିଧାୟକ ସିତାଂଶୁ ମହାପାତ୍ର । 

ତେବେ ଭଦ୍ରକ ହିଂସା ପଛରେ କିଏ, କିଏ ଉସକାଇଥିଲା ପୋଲିସ ଉପରେ ଆକ୍ରମଣ ପାଇଁ। ସାମ୍ନାକୁ ଆସିଛି ଫିର୍ଦ୍ଦୋଶ ନାମକ ଏଇ ଯୁବକ। ଯିଏ ଏକାଠି ହେବାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା। ପୋଲିସ ଆକ୍ରମଣରେ ବି ସେ ସଂପୃକ୍ତ। ଏଇ ଫିର୍ଦ୍ଦୋଶ ହେଉଛି ଭଦ୍ରକର ପୂର୍ବତନ ବିଧାୟକ ତଥା ଏବେର ଭଣ୍ଡାରିପୋଖରି ବିଜେଡି ବିଧାୟକ ସଂଜୀବ ମଲ୍ଲିକଙ୍କ ଖାସ୍। ଏଇ ଫଟୋ ହିଁ ବୟାନ କରୁଛି ବିଜେଡି ବିଧାୟକଙ୍କ କେତେ ଘନିଷ୍ଠ ଫିର୍ଦ୍ଦୋଶ। ଜାଣିଶୁଣି ଭଦ୍ରକରେ ଅଶାନ୍ତି ସୃଷ୍ଟି ପାଇଁ ଚକ୍ରାନ୍ତ କରୁଛି କି ବିଜେଡି। ଭଦ୍ରକ ହିଂସାକୁ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି  କିଛି ଦୃବୁର୍ତ୍ତ ସାମାଜିକ ଗଣମାଧ୍ୟମର ସାହାଯ୍ୟ ନେଇ ଯେଉଁ ଅପପ୍ରଚାର କରିବାର ଲକ୍ଷ୍ୟ ରଖିଛନ୍ତି ଓ କିଛି ରାଜନୈତିକ ଶକ୍ତି ବି ସେଥିରେ ହସ୍ତକେକ୍ଷେ କରୁଛନ୍ତି । ସେକଥା ସେ କରି ପାରିବେ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭଦ୍ରକରେ ଶାନ୍ତି ଫେରାଇ ଆଣିବା ପାଇଁ ପୋଲିସ ପ୍ରଶାସନ ଉଦ୍ୟମ ଜାରି ରଖିଛନ୍ତି । ସରକାର ପୁରା ନଜର ରଖିଥିବା ବେଳେ ଶାନ୍ତିଶୃଙ୍ଖଳା ଫେରାଇ ଆଣିବା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। 

ଆହୁରି ପଢନ୍ତୁ  ଓଡିଶା ଖବର...
 

Sponsored
ପୋଲିସ ଉପରେ ଆକ୍ରମଣ କରିଥିବା 9 ଗିରଫ | Argus News