୯ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀ ଗିରଫ କଲା ଅବକାରୀ ବିଭାଗ

ଅର୍ଗସ ବ୍ୟୁରୋ: ଏବେ ଗଞ୍ଜେଇର ହବ ପାଲଟିଛି ତୁଷୁରା ଓ ଗୁଡଭେଲା । ତୁଷୁରା ଥାନା ଅନ୍ତର୍ଗତ ବିରାମୁଣ୍ଡା କଲୋନୀ ପଡା ରେ ବାହାର ରାଜ୍ୟ ଲୋକେ ରହି ଗଞ୍ଜେଇ କାରବାର ଚଲାଉଥିବା ଅବକାରୀ ବିଭାଗ ଖବର ପାଇଥିଲା। ଏନେଇ ଅବକାରୀ ବିଭାଗ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ତୁଷୁରା ଅବକାରୀ ବିଭାଗ ସହ ଜିଲ୍ଲାର ସଦର, ଲୋଇସିଂହା, ପାଟଣାଗଡ଼, ଖପ୍ରାଖୋଲ, ଏବଂ ମୋବାଇଲ ୟୁନିଟ ଆଦି ୬ ଟି ସ୍ବତନ୍ତ୍ର ଟିମ ଗଠନ କରି ବିରମୁଣ୍ଡା କଲୋନୀ ପଡାରେ ଚଢାଉ କରାଯାଇଥିଲା।
ପ୍ରତ୍ୟକ ଘରଠୁ ଘର କୁ ଯାଇ ତନ ତନ କରି ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଏକ ଘରେ ଓଡ଼ିଶା ବାହାର ରାଜ୍ୟ ଲୋକ ଓ ମହିଳା ଥିବା ଦେଖିବାକୁ ପାଇଥିଲେ। ସମସ୍ତଙ୍କୁ ପଚରାଉଚରା କରି ଘର ଗୁଡିକରୁ ବ୍ୟାପକ ଗଞ୍ଜେଇ ଥିବା ବିଭାଗ ଦେଖିବାକୁ ପାଇଥିଲା। ଉକ୍ତ ଗଞ୍ଜେଇକୁ ଜବତ କରିବା ସହ ସେମାନେ ଗଞ୍ଜେଇ ନେବାକୁ ଆସିଥିଵା ବିଭାଗ ଆଗରେ କହିଥିଲେ।।
ଏନେଇ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଉକ୍ତ ଘରୁ ମିଲିଥିବା ୨୧ କେଜି ଗଞ୍ଜେଇକୁ ଜବତ କରିବା ସହ ଉକ୍ତ ୯ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଥିଲା। ତେବେ ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସହ ଚଢାଉ ଜାରି ରହିବ ବୋଲି ତୁଷୁରା ଅବକାରୀ ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର