ପରୀକ୍ଷା ଦେବାପାଇଁ ଅସୁରକ୍ଷିତ ଭାବେ ଚାଲି ଚାଲି ଗଲେ ୯୦ଛାତ୍ରୀ

ଅର୍ଗସ ବ୍ୟୁରୋ: ପଞ୍ଚାୟତସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ୭କି.ମି. ୯୦ ଛାତ୍ରୀଙ୍କୁ ଚଲାଇ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କଲେ ପ୍ରଧାନ ଶିକ୍ଷୟିତ୍ରୀ। ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ୍ ଅଧୀନସ୍ଥ ଭାଲିଆଡିହା ପଞ୍ଚାୟତ ଭାଲିଆଡିହା କେ ଜି ବିଭି ସ୍କୁଲ ର ଷଷ୍ଠ ଶ୍ରେଣୀର ଛାତ୍ରୀ ଏବଂ ଆଦିବାସୀ ହରିଜନ ଆବାସିକ ବିଦ୍ୟାଳୟର ୪ର୍ଥ,୫ମ ଶ୍ରେଣୀର ଛାତ୍ରୀ ମାନେ ରାସ୍ତାରେ ଚାଲି ଚାଲି ଯିବାର ଦୃଶ୍ୟ ଦେଖି ସାଧାରଣ ଜନତା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାରଣ ସମ୍ବନ୍ଧରେ ପଚାରିବାରୁ ଜଣାପଡିଲା ପଞ୍ଚାୟତ ସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ଛାତ୍ରୀମାନଙ୍କୁ ବାରମାଇଲ ଉପେନ୍ଦ୍ର ନାଥ ଘୋଷ ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରକୁ ଚଲାଇ ଚଲାଇ ୭ କିଲୋମିଟର ରାସ୍ତା ପ୍ରଧାନଶିକ୍ଷୟିତ୍ରୀ ନେବା ଆଣିବା କରାଇଥିଲେ। ଯାହାକୁ ନେଇ ଅଭିଭାବକ ଏବଂ ସାଧାରଣ ଜନତା ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାର ଦୃଢ ନିନ୍ଦା କରିଥିଲେ।
ଶୁଣିବାକୁ ମିଳୁଛି ପ୍ରଧାନ ଶିକ୍ଷୟିତ୍ରୀ ବିଗତ ୧୧ବର୍ଷଧରି ଉକ୍ତ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ଵ ତୁଲାଇ ଆସୁଛନ୍ତି। ବିଦ୍ୟାଳୟ SIG ଗ୍ରାଣ୍ଟ ରେ ଟଙ୍କା ଥାଇ କୁନି କୁନି ଛାତ୍ରୀ ମାନଙ୍କୁ ରାସ୍ତାରେ ଚଲାଇବା ଘଟଣାର ଦୃଢ ନିନ୍ଦା କରିବା ସହିତ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସୂଚନା ଅଧିକାର ତଥା ସାମାଜିକ କର୍ମି ମହେଶ୍ବର ମହାନ୍ତି ତଥା ଅଞ୍ଚଳର ସଚେତନ ନାଗରିକ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
