Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚାଷୀଙ୍କ ୯୦ ହଜାର ଲୁଟିନେଲେ, ପୋଲିସର ତଦନ୍ତ ଜାରି

Banajyotshna Ray
Browse all articles by Banajyotshna Ray
·1 year ago
ଚାଷୀଙ୍କ ୯୦ ହଜାର ଲୁଟିନେଲେ, ପୋଲିସର ତଦନ୍ତ ଜାରି

ଅର୍ଗସ ବ୍ୟୁରୋ:  ଚାଷୀଙ୍କ ଧାନମଣ୍ଡି ଟଙ୍କା ଲୁଟ୍ ଅଭିଯୋଗ । ଅଭିଯୋଗ ଆସିଛି ଯାଜପୁର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଦାନଗଦି ବ୍ଲକ ଅନ୍ତର୍ଗତ ରଣାଗୁଣ୍ଡି ପଞ୍ଚାୟତ ରଣାଗୁଣ୍ଡି ସମବାୟ ସମିତି ଓ ଶୁଳିଆ ସମବାୟ ସମିତି ଧାନ ମଣ୍ଡିରେ । ଧାନ ଦେଇଥିବା ଚାଷୀ ତାଙ୍କର ୯୦ ହଜାର ୬୦୦ ଶହ ୧୬ ଟଙ୍କା ୩୩ ପଇସା ହରିଲୁଟ ହୋଇଥିବା ନେଇ କଳିଙ୍ଗନଗର ଥାନାରେ ଅଭିଯୋଗ କରିଛନ୍ତି ‌। ଏହି ଘଟଣାକୁ ନେଇ ଚାଷୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ଏହି ଘଟଣାରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଚାଷୀ କେତେ କଷ୍ଟ କରି ଧାନ ଚାଷ କରି ପଇସା ଆଶାରେ ଦେଇଥିଲା। ହେଲେ କିଛି ବ୍ୟକ୍ତି ଏଭଳି ଟଙ୍କା ଟୁଲି ନେଇ ହଇରାଣ କରୁଛନ୍ତି। ଏମାନଙ୍କ ଉପରେ ଦୃଢ଼ କାର୍ଯ୍ୟେନୁଷ୍ଠାନ ଦାବି କରିଛନ୍ତି ଚାଷୀକୁଳ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
90 thousand looters of farmers, police investigation continues | Argus News