Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଚିଟ୍‌ଫଣ୍ଡ ସଂସ୍ଥା ଉପରେ ଚଢ଼ାଉ, ୧ କୋଟି ଜବତ କଲା ଇଡି

Odisha

ଚିଟ୍‌ଫଣ୍ଡ ସଂସ୍ଥା ଉପରେ ଚଢ଼ାଉ, ୧ କୋଟି ଜବତ କଲା ଇଡି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଚିଟ୍‌ଫଣ୍ଡ ସଂସ୍ଥା ଉପରେ ଚଢ଼ାଉ, ୧ କୋଟି ଜବତ କଲା ଇଡି

ଅର୍ଗସ ବ୍ୟୁରୋ:  ଚିଟ୍‌ଫଣ୍ଡ ସଂସ୍ଥା ଉପରେ ଇଡିର ଚଢ଼ାଉ ପରେ ପ୍ରାୟ ୧ କୋଟି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ୯୦୦ କୋଟିର ଠକେଇ କରିଥିବା ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ନାମକ ଚିଟଫଣ୍ଡ ସଂସ୍ଥାର ବିଭିନ୍ନ ଶାଖାରେ ଚଢ଼ାଉ କରାଯାଇଛି । ଭୁବନେଶ୍ବର, ଛତ୍ରପୁର, ଦିଗପହଣ୍ଡି ସମେତ ୨୦ଟି ସ୍ଥାନରେ ଚଢ଼ାଉ କରିଛନ୍ତି ବେଙ୍ଗାଳୁରର ଇଡି ଟିମ୍ । କିଛି ଟିମ୍ ଫେରି ଯାଇଥିବା ବେଳେ ଆଉ କିଛି ଟିମ୍ ରାଜ୍ୟରେ ରହି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ସଂସ୍ଥାର ନିର୍ଦ୍ଦେଶକ, ମ୍ୟାନେଜର ସମେତ କିଛି କର୍ମକର୍ତାଙ୍କ ଘରେ ବି ଚଢ଼ାଉ କରିଛନ୍ତି ତଦନ୍ତକାରୀ ଦଳ । ଲୋଭନୀୟ ସ୍କିମ୍ର ଅଫର୍ ଦେଖାଇ ଲୋକଙ୍କୁ ଟଙ୍କା ଠକେଇ କରିଛି ଏହି ଚିଟଫଣ୍ଡ ସଂସ୍ଥା । ଓଡ଼ିଶାରେ ୪ ଲକ୍ଷରୁ ଅଧିକ ଆବେଦନକାରୀ ଟଙ୍କା ଫେରି ପାଇବା ପାଇଁ ଆବେଦନ କରିଥିଲେ । ଏହି ଚିଟଫଣ୍ଡ ସଂସ୍ଥା ଉପରେକ୍ରାଇମବ୍ରାଞ୍ଚଚଢ଼ାଉ କରିଥିଲା ।

୨୦୧୬ରେ କ୍ରାଇମବ୍ରାଞ୍ଚ ଏହି ଚିଟଫଣ୍ଡ ସଂସ୍ଥାର କିଛି ସଂପତ୍ତିି ଜବତ କରିବା ସହ ଜମିଗୁଡ଼ିକ ନିଲାମ କରାଯାଇଥିଲା।ସେହି ଜମି ନେଣଦେଣକୁ ନେଇ ମଧ୍ୟ ଇଡି ତଦନ୍ତ କରୁଥିବା ଜଣାପଡିଛି।ଅନ୍ୟପଟେ ବ୍ରହ୍ମପୁରରେ ଥିବା ଗୋଲଡେନ ଲ୍ୟାଣ୍ଡର ମୁଖ୍ୟ ଅଫିସ ଗତ 2013 ମସିହାରୁ ସିଜ ହୋଇଛି।ସେବେଠାରୁ ତାଲା ପଡିଛି।ଲୋକଙ୍କ କାଗଜପତ୍ର ସେବେଠାରୁ କାର୍ଯ୍ୟଳୟ ଭିତରେ ପଡିରହିଛି।ଏମିତିକି କାର୍ଯ୍ୟଳୟର ଗୋଟିଏ ଝରକା ନଷ୍ଟ ହେବା ସହ ଭିତରେ କିଛି କାଗଜପତ୍ର ମଧ୍ୟ ନଷ୍ଟ ହେଉଥିବାର ଦେଖିବାକୁ ମିଳୁଛି।ଯାହାକୁ ନେଇ ଚିନ୍ତାରେ ଜମାକାରୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
900 cr Golden Chit fund Scam | Argus News