Videos
|
Odisha

ଜଙ୍ଗଲରୁ ୯୨୦୦ ଲିଟର ପୋଚ ଏବଂ ୭୯୫ ଲିଟର ଦେଶୀ ମଦ ଜବତ

Rashmita Mishra
Browse all articles by Rashmita Mishra
·2 years ago·1 min read
ଜଙ୍ଗଲରୁ ୯୨୦୦ ଲିଟର ପୋଚ ଏବଂ ୭୯୫ ଲିଟର ଦେଶୀ ମଦ ଜବତ

ଅର୍ଗସ ବ୍ୟୁରୋ: ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଶନିବାର ବରପଦା ଜଂଗଲ ଓ ଦେଉଳି ଅଞ୍ଚଳରେ ଚଢାଉ କରି ବିପୁଳ ପରିମାଣର ପୋଚ ଓ ଦେଶୀ ମଦ ଜବତ କରା ଯାଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି। ବେଗୁନିଆ ଥାନା ର ବିଭିନ୍ନ ସ୍ଥାନରେ ବେଆଇନ ଦେଶୀ ମଦ ବିକ୍ରି ହେଉଥିବା ଜଣା ପଡ଼ିବା ପରେ  ଖୋର୍ଦ୍ଧା ଅବକାରୀ ନିରୀକ୍ଷକ ସୁମତ୍ରୀ ତ୍ରିପାଠୀ ଙ୍କ ନେତୃତ୍ବରେ ଏକ ଟିମ  ପୂର୍ବାହ୍ନରେ ବରପଦା ଗ୍ରାମ ଗୁଡିକରେ ଚଢାଉ କରିଥିଲେ। 

ଚଢାଉ ବେଳେ ବରପଦା ଜଙ୍ଗଲରୁ ୯୨୦୦ ଲିଟର ପୋଚ ଏବଂ ୭୯୫ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଥିଲେ। ସେହିପରି ଦେଉଳି ଗ୍ରାମରେ ଚଢାଉ କରି ମଦ ବିକ୍ରୀ କରି ନେଉଥିବା ଜଣେ ବ୍ୟକ୍ତି ଙ୍କୁ ଗିରଫ କରିବା ସହ ତା ଠାରୁ  ୧୫ ଲିଟର ଦେଶୀମଦ ଓ ବାଇକଜବତ କରିଥିଲେ। ଘଟଣାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି। ତେବେ ବେଆଇନ ଦେଶୀ ମଦ ପ୍ରସ୍ତୁତ ଓ ବିକ୍ରୀ ବିରୁଦ୍ଧରେ ଆଗାମୀ ଦିନରେ ମଧ୍ୟ ଚଢଉ ଜାରୀ ରହିବ ବୋଲି ଅବକାରୀ ଥାନା ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଆଜିର ଚଢାଉରେ ବେଗୁନିଆ ଅବକାରୀ ବିଭାଗ  ସାମିଲ ହୋଇଥିଲା।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: