Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜନ୍ମାଷ୍ଟମୀରେ ଅନୁଗୋଳ ଜିଲ୍ଲାକୁ 94.83 କୋଟି ଟଙ୍କାର ଉପହାର 

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଜନ୍ମାଷ୍ଟମୀରେ ଅନୁଗୋଳ ଜିଲ୍ଲାକୁ 94.83 କୋଟି ଟଙ୍କାର ଉପହାର 
  • ଜନ୍ମାଷ୍ଟମୀରେ ଅନୁଗୋଳ ଜିଲ୍ଲାକୁ 94.83 କୋଟି ଟଙ୍କାର ଉପହାର 
  • ଆଠମଲ୍ଲିକ ବ୍ଲକ ବନମାଳିପୁର ଆଦର୍ଶ ବିଦ୍ୟାଳୟର ନୂତନ ଭବନ
  • ନୂତନ ଭବନ ଓ ଛାତ୍ରୀନିବାସର ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ 
  • କହିଲେ, ଶିକ୍ଷାର ପରମ୍ପରାକୁ ଆଗକୁ ବଢ଼ାଇବାକୁ ସ୍କୁଲଗୁଡ଼ିକ ନେବେ ଭୂମିକା 

ଅର୍ଗସ ବ୍ୟୁରୋ:  ଶିକ୍ଷା, ସ୍ବାସ୍ଥ୍ୟ ଓ ସଡ଼କପଥ ଭିତ୍ତିକ 94.83 କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆଠମଲ୍ଲିକ ଅଞ୍ଚଳ ବେଶ୍ ସମୃଦ୍ଧ, ଏହାର ବଡ଼ ଇତିହାସ ରହିଛି । ସ୍କୁଲଗୁଡ଼ିକ ସେଣ୍ଟର ଅଫ୍ ଏକ୍ସଲେନ୍ସ କରାଯିବା ନେଇ ପଦକ୍ଷେପ ନିଆଯିବ । ଶିକ୍ଷାର ପରମ୍ପରାକୁ ଆଗକୁ ବଢ଼ାଇବାକୁ ସ୍କୁଲଗୁଡ଼ିକ ଭୂମିକା ନେବେ । ଆଠମଲ୍ଲିକ ଅଞ୍ଚଳର ଚାଷୀକୁ ଆହୁରି ଉନ୍ନତ କରିବାକୁ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବି ଯୋଗ ଦେଇଥିଲେ ।

ଏହାସହ ଆଠମଲ୍ଲିକ ଏସଡିଏଚରେ 50 ଶଯ୍ୟା ବିଶିଷ୍ଟ ଆଇପିଡ଼ି ଏବଂ ଓପିଡି କମ୍ପଲେକ୍ସର ଉଦଘାଟନ ହୋଇଛି । ଧଡରପାଳ ନଳା ଉପରେ ବ୍ରିଜ୍ ଓ  ଓରେଡାରୁ କଦଳିଗଡ଼ ପର୍ଯ୍ୟନ୍ତ ରାସ୍ତାକାମର ଲୋକାର୍ପଣ ହୋଇଛି । ଆଠମଲ୍ଲିକ ଯିବା ସମୟରେ ଅନୁଗୋଳ-ସମ୍ବଲପୁର ଜାତୀୟ ରାଜପଥ-55 ନମ୍ବର ସହ ସଂଯୋଗ ହୋଇଥିବା ବଇଣ୍ଡା ସେକ୍ସନରେ ନିର୍ମାଣାଧୀନ ଫ୍ଲାଏଓଭର କାର୍ଯ୍ୟ ଏବଂ ନାକଚି ଠାରେ ଜାତୀୟ ରାଜପଥ କାର୍ଯ୍ୟ ଦେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଠମଲ୍ଲିକ କିଶୋରନଗର ଧଉରାପାଲିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହାସହ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ପୁଣ୍ୟତିଥି ଅବସରରେ ତାଙ୍କ ଜନ୍ମସ୍ଥାନ ତାଳଚେର ବ୍ଲକ ଗୁରୁଜାଙ୍ଗରେ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ କେନ୍ଦ୍ରମନ୍ତ୍ରୀ । ଜନ୍ମାଷ୍ଟମୀ ଅବସରରେ ଅନୁଗୋଳ ତୁକୁଡ଼ା ଠାରେ ପ୍ରଭୁ ଶ୍ରୀକୃଷ୍ଣ ଓ ଦେବୀ ରାଧାଙ୍କ ବେଶ ହୋଇଥିବା ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ମିଶିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Sponsored
94.83 crore gift to anugul district in Jannastami | Argus News