Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜଗତସିଂପୁର ଜିଲ୍ଲାରେ ୯୬୦୭୩୯ ମତଦାତା କରିବେ ମତଦାନ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଜଗତସିଂପୁର ଜିଲ୍ଲାରେ ୯୬୦୭୩୯ ମତଦାତା କରିବେ ମତଦାନ

ଅର୍ଗସ ବ୍ୟୁରୋ: ଜଗତସିଂପୁର ଜିଲ୍ଲାରେ ସର୍ବମୋଟ ୯୬୦୭୩୯ ଜଣ ମତଦାତା ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ। ଯେଉଁଥିରେ ୪୯୭୧୨୩ ଜଣ ପୁରୁଷ ଭୋଟର ୪୬୩୫୧୯ ଜଣ ମହିଳା ଭୋଟର ଓ ୯୭ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି।ଜିଲ୍ଲାରେ ୪ଟି ନିର୍ବାଚନ ମଣ୍ଡଳୀ ନିମନ୍ତେ ୮୫୪ଟି ସ୍ଥାନରେ ୧୦୫୧ଟି ବୁଥ କରାଯାଇଛି ଯେଉଁଥିରେ ୧୪୪ଟି ଆଦର୍ଶ ମତଦାନ କେନ୍ଦ୍ର ନିର୍ଦ୍ଧାରଣ କରାଯାଇଛି। ଏଥିମଧ୍ୟରୁ ୧୩୪ଟି ମହିଳା ପୋଲିଂ ଅଧିକାରୀ ଙ୍କୁ ନେଇ ସଖୀ ବୁଥ ,୮ଟି ଯୁବବର୍ଗଙ୍କ ଦ୍ଵାରା ପରିଚାଳିତ ବୁଥ ଏବଂ ୨ଟି ଭିନ୍ନକ୍ଷମ ପରିଚାଳିତ ପୋଲିଂ ରହିଛି ‌। ସଖୀ ବୁଥ ଗୁଡ଼ିକରେ ନିୟୋଜିତ ମହିଳା ଅଧିକାରୀଙ୍କ ସୁବିଧା ସୁଯୋଗ ସହ ସୁରକ୍ଷା ନିମନ୍ତେ ମହିଳା ପୋଲିସ ମୁତୟନ କରାଯାଇଛି।

ସୁରକ୍ଷା ଦୃଷ୍ଟିରୁ ୧୬ ଟି କ୍ରିଟିକାଲ ଓ ୩୩ ଟି ଭଲନରେବଲ ବୁଥ ଚିହ୍ନଟ କରାଯାଇଛି। ସମ୍ବେଦନଶୀଳ ବୁଥ ସମେତ ସମସ୍ତ ମତଦାନ କେନ୍ଦ୍ରରେ ୧୨ କମ୍ପାନୀ  ସି ଏ ପି ଏଫ୍, ୧୯୫୪ ରାଜ୍ଯ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯିବା ସହ ୪ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ୮ ଜଣ ଡି ଏସ୍ ପି  ସୁରକ୍ଷା ବ୍ୟବସ୍ଥା ଦାୟିତ୍ଵରେ ଅଛନ୍ତି।୬୦ ପ୍ରତିଶତ ବୁଥ, ବା ୬୨୮ଟି ବୁଥରେ ୱେବ କାଷ୍ଟିଙ୍ଗ ଓ ୫୨ ଟି ବୁଥ୍ ରେ ଭିଡିଓଗ୍ରାଫି ବ୍ୟବସ୍ଥା କରାଯାଇଛି।ଭିନ୍ନକ୍ଷମ ଭୋଟରଙ୍କ ନିମନ୍ତେ ହୁଇଲଚେୟାର ଓ ରାମ୍ପ ବ୍ୟବସ୍ଥା, ବୁଥରେ ବିଦ୍ୟୁତିକରଣ,ଗ୍ରୀଷ୍ମରୁ ରକ୍ଷା ପାଇବା ପାଇଁ ଶେଡ, ବି ଏଲ ଓ ହେଲ୍ପ ଡେସ୍କ ଓ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଆମ୍ବୁଲାନ୍ସ,ଫାଷ୍ଟଏଡ୍ ଆଦିର ବ୍ୟବସ୍ଥା କରାଯାଇଛି।୮୫ ବର୍ଷ ରୁ ଅଧିକ ଅସୁସ୍ଥ ଓ ଶଯ୍ଯାଶାୟୀ  ତଥା ଭିନ୍ନକ୍ଷମ ଭୋଟର ମାନଙ୍କ ନିମନ୍ତେ ହୋମ ଭୋଟିଂ ର ବ୍ୟବସ୍ଥା କରାଯାଇଛି ।ଯେଉଁଥିରେ ୫୭୧ ଜଣ ଭୋଟ ଦେଇଛନ୍ତି।

ସେହିପରି ଜିଲ୍ଲାରେ ୮୬୧୨ ଜଣ ପୋଷ୍ଟlଲ ବାଲାଟ ଜରିଆରେ ମତଦାନ କରିଛନ୍ତି।  ଏସ ଭି ଏମ ସ୍ଵୟଂଶାସିତ ମହାବିଦ୍ୟାଳୟର ପରିସରରେ ଆୟୋଜିତ ବିତରଣ କେନ୍ଦ୍ର ରୁ୧୦୧ ପାରାଦ୍ଵୀପ ଓ ୧୦୩- ବାଲିକୁଦା ଏରସମା ବିଧାନସଭା କ୍ଷେତ୍ର ନିମନ୍ତେ ବିତରଣ କେନ୍ଦ୍ର (ଡିସ୍ପର୍ସାଲ) ମେ ୩୦ ଧାର୍ଯ୍ୟ କରାଯାଇଥିବା ବେଳେ ୧୦୨- ତିର୍ତ୍ତୋଲ ଓ ୧୦୪- ଜଗତସିଂପୁର ବିଧାନସଭା କ୍ଷେତ୍ର ନିମନ୍ତେ ମେ ୩୧ ତାରିଖ ଧାର୍ଯ୍ୟ କରାଯାଇଛି।  ପୋଲିଂ ଅଧିକାରୀଙ୍କ ସୁବିଧା ନିମନ୍ତେ ସମସ୍ତ ପୋଲିଂ ଅଧିକାରୀଙ୍କୁ ୱେଲ୍ଲନେସ କିଟ୍,ମେଡ଼ିକାଲ କିଟ୍  ଆଦି ଯୋଗାଇ ଦିଆଯିବା ସହ କେନ୍ଦ୍ର ନିକଟରେ ଥଣ୍ଡା ପାନୀୟ , ଚା ଜଳଖିଆ ଦୋକାନ ଆଦି ବ୍ୟବସ୍ଥା କରିବାକୁ ପଦକ୍ଷେପ ନିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
960739 voters will vote in Jagatsinghpur district | Argus News