CAG Report / ନିଜ ଖର୍ଚ୍ଚ ପାଇଁ 148 କୋଟି ଟଙ୍କା ଉଡ଼ାଇ ଦେଲେ ସରକାରୀ ବାବୁ

Key Points
CAG ରିପୋର୍ଟରୁ ଧରାପଡିଲା ସାଙ୍ଘାତିକ ତଥ୍ୟ
ଆଦିବାସୀଙ୍କ ବିକାଶ ନାଁରେ ବଡ଼ ଦୁର୍ନୀତି
ନିଜ ଖର୍ଚ୍ଚ ପାଇଁ 148 କୋଟି ଟଙ୍କା ଉଡ଼ାଇ ଦେଲେ ସରକାରୀ ବାବୁ
ବିଧାନସଭାରେ ଉପସ୍ଥାପନ ହେଲା CAG ରିପୋର୍ଟ । ଗୃହରେ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଦିବାସୀଙ୍କ ନାଁରେ ହୋଇଛି ବ୍ୟାପକ ଦୁର୍ନୀତି । ବସୁଧା ଯୋଜନାରେ ଅନିୟମିତତା ଧରିଛନ୍ତି ସିଏଜି ।
CAG ଧରିଲେ ପୂର୍ବ ବିଜେଡି ସରକାରର ବଡ଼ ବଡ଼ ଦୁର୍ନୀତି । ଆଦିବାସୀଙ୍କ ବିକାଶ ନାଁରେ ବଡ଼ ଦୁର୍ନୀତି ଧରିଛନ୍ତି CAG । ୨୦୧୮ ରୁ ୨୦୨୩ ମଧ୍ୟରେ ହୋଇଛି ବଡ଼ ଅନିୟମିତତା । ସରକାରୀ ଅନୁଦାନ ଅର୍ଥ ଖର୍ଚ୍ଚ କରିପାରିନାହିଁ ITDA । ୧୭୦୯ କୋଟିରୁ ଖର୍ଚ୍ଚ ହୋଇଛି ୧୧୯୦ କୋଟି ଟଙ୍କା । ଅଡିଟ୍ ରିପୋର୍ଟରେ ITDA ଗୁଡ଼ିକର ଖରାପ ପ୍ରଦର୍ଶନ ଦର୍ଶାଯାଇଛି ।
📱 Get Argus News App
✨ସରକାରୀ ଅର୍ଥକୁ ବ୍ୟକ୍ତିଗତ ଖର୍ଚ୍ଚରେ ଲଗାଇଥିବା ସାଙ୍ଘାତିକ ତଥ୍ୟ ଏହି ରିପୋର୍ଟରୁ ମିଳିଛି । ଜୁନିୟର ଓ ଆସିଷ୍ଟାଣ୍ଟ ଇଞ୍ଜିନିୟରମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଆଦିବାସୀଙ୍କ ବିକାଶ ପାଇଁ ଥିବା ସରକାରୀ ଟଙ୍କାକୁ ନିଜ ସ୍ଵାର୍ଥରେ ଲଗାଇଛନ୍ତି । ମୋବାଇଲ ରିଚାର୍ଜ, UPI ପେମେଣ୍ଟ, ବୀମା ପ୍ରିମିୟମରେ ଟଙ୍କା ଖର୍ଚ୍ଚ କରିଛନ୍ତି । ATMରୁ ଟଙ୍କା ଉଠାଇ ମନଇଚ୍ଛା ଖର୍ଚ୍ଚ କରିଛନ୍ତି ଜୁନିୟର ଓ ଆସିଷ୍ଟାଣ୍ଟ ଇଞ୍ଜିନିୟର । ନିଜ ଖର୍ଚ୍ଚ ପାଇଁ 148 କୋଟି ଟଙ୍କା ଉଡ଼ାଇ ଦେଇଛନ୍ତି ସରକାରୀ ବାବୁ ।
ପୂର୍ବ ସରକାରରେ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ମଧ୍ୟ ହୋଇଛି ବ୍ୟାପକ ଅନିୟମିତତା । 2018 ରୁ 2023, 5 ବର୍ଷରେ 236 ପାନୀୟ ଜଳ ପ୍ରକଳ୍ପରୁ 161ଟି ପ୍ରକଳ୍ପ କାମ ଶେଷ ହୋଇଥିବାବେଳେ 23ଟି କାମ ଚାଲିଛି । 52 ପ୍ରକଳ୍ପର କାମ ଆରମ୍ଭ ହୋଇନାହିଁ । ଠିକାଦାରଙ୍କ ମନମାନି, ଜମି ଅଧିଗ୍ରହଣରେ ବିଳମ୍ବ ଭଳି କାରଣ ଯୋଗୁଁ ପ୍ରକଳ୍ପ ଗୁଡ଼ିକ ଦୀର୍ଘ ଦିନ ଧରି ଶେଷ ହୋଇପାରିନାହିଁ ।
ସ୍ଵତନ୍ତ୍ର ବିଦ୍ୟାଳୟ ଗୁଡିକରେ ସର୍ବନିମ୍ନ ମୌଳିକ ସୁବିଧାର ବ୍ୟବସ୍ଥା କରିନଥିଲେ ପୂର୍ବ ସରକାର । ଏପରିକି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ଥିବା ଶ୍ରବଣ ଯନ୍ତ୍ର, ବ୍ରେଲି ବହି ଯୋଗାଇ ଦିଆଯାଇନଥିଲା । ଭିନ୍ନକ୍ଷମ ପିଲାଙ୍କୁ ହଷ୍ଟେଲରେ ଖଟ, ବିଛଣା, ମଶା ଦାନି ବି ଦେଇନଥିଲେ ସରକାର ।
ସୂଚନାଯୋଗ୍ୟ, ଗତବର୍ଷ କାଳିଆ ଯୋଜନାରେ କେମିତି ଦୁର୍ନୀତି କରିଥିଲା ବିଜେଡି ସରକାର । ତାହା ସିଏଜି ରିପୋର୍ଟରୁ ସ୍ପଷ୍ଟ ଜଣାପଡିଥିଲା । କୋଟିଏ କି ଦୁଇ କୋଟି ନୁହେଁ ବରଂ ଅଯୋଗ୍ୟ ହିତାଧିକାରୀ ପ୍ରାୟ ୭୮୨ କୋଟି ଟଙ୍କା ନେଇଯାଇଥିବା ଜଣାପଡିଥିଲା । କୁହାଯାଉଥିଲା କି ରାଜସ୍ଵ ଲୁଟ୍ କରିବାକୁ ଜାଣିଶୁଣି ଫନ୍ଦି କରିଥିଲେ ସେବର ସରକାର ।
ଆହୁରି ପଢନ୍ତୁ ସିଏଜି ରିପୋର୍ଟ ଖୋଲିଦେଲା କାଳିଆ ଗୁମର, ଦୁର୍ନୀତି ହୋଇଛି...
Related Topics
Explore more stories