Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Raid On Vanik / ପୋଲିସ SI ଚାକିରୀ କେଳେଙ୍କାରୀ; ବଣିକ୍ HR ର ଲାପଟପ୍ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଜ

Smruti Parija
Browse all articles by Smruti Parija
·9 months ago·3 min read
ପୋଲିସ SI ଚାକିରୀ କେଳେଙ୍କାରୀ; ବଣିକ୍ HR ର ଲାପଟପ୍ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଜ

Key Points

ନୟାପଲ୍ଲୀ ବଣିକ ଇନଷ୍ଟିଚ୍ୟୁଟ ଉପରେ କ୍ରାଇମବ୍ରାଞ୍ଚର ରେଡ୍

ବଣିକ HR ର ଲାପଟପ ଯାଞ୍ଚ କରିବା ସହ ଦରକାରୀ କାଗଜ ପତ୍ର ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ ଟିମ

5 ବର୍ଷର ଚାକିରୀ ଆଶାୟୀଙ୍କ ଲିଷ୍ଟ ଖୋଜା ଚାଲିଛି

ପୋଲିସ SI ଚାକିରୀ କେଳେଙ୍କାରୀ ମାମଲାରେ ନୟାପଲ୍ଲୀ ବଣିକ ଇନଷ୍ଟିଚ୍ୟୁଟ ଉପରେ କ୍ରାଇମବ୍ରାଞ୍ଚର ରେଡ୍ । ବିଜେଡି ନେତା ସୁବ୍ରତ ଛାଟୋଇଙ୍କ ନୟାପଲ୍ଲୀ ବଣିକ ଇନଷ୍ଟିଚ୍ୟୁଟ ଉପରେ ରେଡ୍ କରିଛି କ୍ରାଇମବ୍ରାଞ୍ଚ । ଗୋଳନ୍ତରା ଥାନା 114ଜଣଙ୍କୁ ଗିରଫ କରିଥିବା ଚାକିରି ଆଶାୟୀଙ୍କ ଲିଷ୍ଟ୍ ଧରି ବଣିକ୍ ରେ ରେଡ୍ ମାରିଛି କ୍ରାଇମବ୍ରାଞ୍ଚ । ବଣିକ୍ HR ର ଲାପଟପ୍ ଯାଞ୍ଚ କରିବା ସହ ଦରକାରୀ କାଗଜ ପତ୍ର ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ଏହାସହ 5 ବର୍ଷର ଚାକିରୀ ଆଶାୟୀଙ୍କ ଲିଷ୍ଟ୍ ମଧ୍ୟ ଖୋଜାଯାଉଛି ।


ଆହୁରି ପଢନ୍ତୁ: ପୋଲିସ SI ଚାକିରି କେଳେଙ୍କାରୀ ତନାଘନା, ଜଳେଶ୍ବରରୁ ଆଉ ଜଣେ ଅଭିଯୁକ୍ତ ଅଟକ


ସେପଟେ ଦିନ ବଢିବା ସହ ପୋଲିସ SI ଚାକିରୀ କେଳେଙ୍କାରୀର ଗୋଟିଏ ପରେ ଗୋଟିଏ ଲିଙ୍କ୍ ସାମନାକୁ ଆସୁଛି ।


ଗତ ଦୁଇ ଦିନ ପୂର୍ବରୁ ପୋଲିସ ଏସଆଇ ପରୀକ୍ଷା ଜାଲିଆତିକୁ ନେଇ ବାଲେଶ୍ବରରୁ ଆଉ ଜଣଙ୍କୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ । ଗିରଫ ଯୁବକ ଜଣକ ରଣସାହି ପଞ୍ଚାୟତର ଚନ୍ଦନ ମଲ୍ଲିକ । ଚନ୍ଦନ ଜଣେ ସମାଜସେବୀ ଭାବରେ ନିଜକୁ ପରିଚୟ ଦେଇ ବିଭିନ୍ନ କାର୍ଯ୍ୟରେ ନିଜକୁ ନିୟୋଜିତ ରଖୁଥିଲେ । ଆଶାୟୀଙ୍କ ପାଖରୁ ଅରଜିନାଲ ସାର୍ଟିଫିକେଟ ଓ ଚେକ ସଂଗ୍ରହ କରୁଥିଲା ବିଶ୍ବରଞ୍ଜନ । ରାକେଟଙ୍କ ମୁଖ୍ୟଙ୍କ ନିର୍ଦ୍ଦେଶରେ ଏ କାମ କରୁଥିଲା ବିଶ୍ବରଂଜନ । କ୍ରାଇମବ୍ରାଞ୍ଚର ସନ୍ଦେହ ରାକେଟର ମାଷ୍ଟର ମାଇଣ୍ଡ ବସିଛନ୍ତି ବାହାର ରାଜ୍ୟରେ, ଶଙ୍କର ଥିଲା ଓଡ଼ିଶାର ଦଲାଲ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୂଚନା ଅନୁସାରେ ଚନ୍ଦନ ବାଲେଶ୍ବର ବିଜୁ ଜନତା ଦଳର ଜଣେ ସକ୍ରିୟ ନେତା । ରେମୁଣା ନିର୍ବାଚନ ମଣ୍ଡଳୀରୁ ଗତ ୨୦୨୪ ନିର୍ବାଚନରେ ଆଶାୟୀ ପ୍ରାର୍ଥୀ ଥିଲା । ଗତ କିଛି ଦିନ ପୂର୍ବରୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଷ୍ଟାର୍ଫ ନର୍ସ ଚାକିରି କରେଇ ଦେବା କହି ଛାତ୍ରୀଛାତ୍ରୀଙ୍କ ନିକଟରୁ କିଛି ଟଙ୍କା କାରବାରର ଅଭିଯୋଗ ମଧ୍ୟ ଆସିଥିଲା ତା ନାଁରେ । ଚନ୍ଦନଙ୍କ ନିର୍ବାଚନ ପୁର୍ବରୁ ବିଜେଡିର ବଡ଼ ପାଓ୍ବରଫୁଲ ନେତାଙ୍କ ସହିତ ମଧ୍ୟ ଦେଖିବାକୁ ମିଳିଥିଲା।


ଅକ୍ଟୋବର ୫ ଓ ୬ ତାରିଖରେ ହେବାକୁ ଥିବା ପୋଲିସ ଏସଆଇ ଲିଖିତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । କୌଣସି ନିଯୁକ୍ତି ପରୀକ୍ଷା ଜାଲିଆତି ଘଟଣାରେ ପୂର୍ବରୁ ଏକା ସମୟରେ ଏତ ସଂଖ୍ୟକ ଗରିଫଦାରି ହୋଇ ନ ଥିଲା । ଅଭିଯୋଗ ଆସୁଥିଲେ ବି ଖସିଯାଉଥିଲେ ନିଯୁକ୍ତି ପରୀକ୍ଷାର ଦଲାଲ ।



ସେପଟେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଏସଆଇ ନିଯୁକ୍ତିରେ ଦୁର୍ନୀତି ଖବର ସାମ୍ନାକୁ ଆସିବା ମାତ୍ରେ ସରକାରୀ ତତ୍ପରତା ପ୍ରକାଶ ପାଇଛି । ଘଟଣାରେ ସମ୍ପୃକ୍ତ ବ୍ଯକ୍ତିଙ୍କ ବିରୋଧରେ ତୁରନ୍ତ ଆକ୍ସନ ନିଆଯାଇଛି । ଘଟଣାରେ ସମ୍ପୃକ୍ତ ମୁଖ୍ୟ ତଥା ଜିଲ୍ଲା ସ୍ତରର ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସମ୍ପୂର୍ଣ୍ଣ ତଦନ୍ତ ପ୍ରକ୍ରିୟାକୁ ସ୍ୱଚ୍ଛତା ଓ ସକ୍ଷମତାର ସହ କରାଯାଉଛି । ସରକାର କୌଣସି ଠାରେ ତ୍ରୁଟି କରିନାହାନ୍ତି । କୌଣସି ଘଟଣାର ପରବର୍ତ୍ତୀ ସମୟରେ ସରକାରଙ୍କ ପ୍ରତିକ୍ରିୟା କଣ ରହିଛି, ତାହାକୁ ଆଧାର କରି ତର୍ଜମା କରାଯାଏ । କଂଗ୍ରେସ ନେତା ମାନେ ରଙ୍ଗୀନ ଚଷମା ପିନ୍ଧିଛନ୍ତି, ତେଣୁ ଠିକସେ ଦେଖା ଯାଉନାହିଁ । ନହେଲେ ଓଡ଼ିଶାରେ କିଭଳି ଅରାଜକତା ସୃଷ୍ଟି ହେବ, ସେଥିପାଇଁ କଂଗ୍ରେସ ନିଜକୁ ପ୍ରସ୍ତୁତ କରୁଛି । ଯାହା ପଦକ୍ଷେପ ନିଆଯିବା କଥା, ନିଆଚାଲିଛି । ଆଗାମୀ ଦିନରେ ମଧ୍ୟ ନିଆଯିବ । ଏସଆଇ ନିଯୁକ୍ତିରେ ଦୁର୍ନୀତି ଯେଉଁମାନଙ୍କ ନାଁ ଆସିବ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ସମ୍ପୃକ୍ତ ଅଭିଯୁକ୍ତଙ୍କୁ କୌଣସି ମତେ ଛଡା ଯିବ ନାହିଁ । ଏ କଥାର ଆଶ୍ୱାସନା ସରକାର ଓଡିଶାବାସୀଙ୍କୁ ଦେଉଛନ୍ତି । ଏଭଳି ଘଟଣା ଆଗକୁ ଯେମିତି ନଘଟିବ, ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ।"

Sponsored
Raid On Vanik: Crime Branch raids on Vanik Coaching Center In Bhubaneswar | Argus News