SI Exam Scam / ପୋଲିସ SI ଚାକିରି କେଳେଙ୍କାରୀ ତନାଘନା, ଜଳେଶ୍ବରରୁ ଆଉ ଜଣେ ଅଭିଯୁକ୍ତ ଅଟକ

Key Points
ପୋଲିସ SI ଚାକିରି କେଳେଙ୍କାରୀରେ ଦିନକୁ ଦିନ ସାମକୁ ଆସୁଛନ୍ତି ନୂଆ ନୂଆ ଚେହେରା । ଜଳେଶ୍ବରରେ ଚନ୍ଦନ ମଲ୍ଲିକ ନାମକ ଜଣେ ଯୁବକକୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ
ପୋଲିସ ଏସଆଇ ପରୀକ୍ଷା ଜାଲିଆତିକୁ ନେଇ ବାଲେଶ୍ବରରୁ ଆଉ ଜଣଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ । ଗିରଫ ଯୁବକ ଜଣକ ରଣସାହି ପଞ୍ଚାୟତର ଚନ୍ଦନ ମଲ୍ଲିକ । ଚନ୍ଦନ ଜଣେ ସମାଜସେବୀ ଭାବରେ ନିଜକୁ ପରିଚୟ ଦେଇ ବିଭିନ୍ନ କାର୍ଯ୍ୟରେ ନିଜକୁ ନିୟୋଜିତ ରଖୁଥିଲେ । ସୂଚନା ଅନୁସାରେ ଚନ୍ଦନ ବାଲେଶ୍ବର ବିଜୁ ଜନତା ଦଳର ଜଣେ ସକ୍ରିୟ ନେତା । ରେମୁଣା ନିର୍ବାଚନ ମଣ୍ଡଳୀରୁ ଗତ ୨୦୨୪ ନିର୍ବାଚନରେ ଆଶାୟୀ ପ୍ରାର୍ଥୀ ଥିଲା । ଗତ କିଛି ଦିନ ପୂର୍ବରୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଷ୍ଟାର୍ଫ ନସ୍ ଚାକିରି କରେଇ ଦେବା କହି ଛାତ୍ରୀଛାତ୍ରୀଙ୍କ ନିକଟରୁ କିଛି ଟଙ୍କା କାରବାରର ଅଭିଯୋଗ ମଧ୍ୟ ଆସିଥିଲା ତା ନାଁରେ । ଚନ୍ଦନଙ୍କ ନିର୍ବାଚନ ପୁର୍ବରୁ ବିଜେଡିର ବଡ଼ ପାଓ୍ବରଫୁଲ ନେତାଙ୍କ ସହିତ ମଧ୍ୟ ଦେଖିବାକୁ ମିଳିଥିଲା।
ଅଧିକ ପଢ଼ନ୍ତୁ: କଟକଣା ଭିତରେ ସ୍ବାଭାବିକ ହେଉଛି କଟକ ସ୍ଥିତି, ଭାଇଚାରା ବଜାୟ ରଖିବାକୁ ଅପିଲ୍ କଲେ ଆଇନ ମନ୍ତ୍ରୀ
ସେପଟେ ଭୁବନେଶ୍ବରରେ ବିଜେଡି ଆନ୍ଦୋଳନ ବେଳେ ଯୁବ ଛାତ୍ର କର୍ମୀ ଗୁଣ୍ଡାଗିରି କରିଛନ୍ତି । ବିଜେଡି ନେତା ପ୍ରୀତି ରଞ୍ଜନ ଘଡେଇଙ୍କୁ ଗିରଫ ବେଳେ ପୋଲିସ ସହ ଯୁବ ଛାତ୍ର କର୍ମୀଙ୍କ ଧସ୍ତା ଧସ୍ତି ହୋଇଛି । ଏପରିକି ସ୍ଥିତି ଏପରି ହୋଇଥିଲା ଯେ ଲଷ୍ମୀସାଗର ଆଇଆଇସିଙ୍କ କଲର ମଧ୍ୟ ଭିଡ଼ିଥିଲେ ବିଜେଡି କର୍ମୀ । ଏହାର କଡା ଜବାବ ରଖିଛି ବିଜେପି । ବିଜେପି କହିଛି ଏଠି ଚୋର ମାଚାଏ ସୋର୍ । ବିଜେଡି ସରକାରରେ ଅର୍ଗାନାଇଜଡ୍ ଫର୍ମାଟରେ ଦୁର୍ନୀତି ହୋଇଥିଲା ।
📱 Get Argus News App
✨ଦିନକ ତଳେ ଦଲାଲ ବିଶ୍ବରଞ୍ଜନ ବେହେରାକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଆଶାୟୀଙ୍କ ପାଖରୁ ଅରଜିନାଲ ସାର୍ଟିଫିକେଟ ଓ ଚେକ ସଂଗ୍ରହ କରୁଥିଲା ବିଶ୍ବରଞ୍ଜନ । ରାକେଟଙ୍କ ମୁଖ୍ୟଙ୍କ ନିର୍ଦ୍ଦେଶରେ ଏ କାମ କରୁଥିଲା ବିଶ୍ବରଂଜନ । କ୍ରାଇମବ୍ରାଞ୍ଚର ସନ୍ଦେହ ରାକେଟର ମାଷ୍ଟର ମାଇଣ୍ଡ ବସିଛନ୍ତି ବାହାର ରାଜ୍ୟରେ, ଶଙ୍କର ଥିଲା ଓଡ଼ିଶାର ଦଲାଲ । ଶଙ୍କରର କମ୍ପାନୀ ପଞ୍ଚସପ୍ଟ ପରୀକ୍ଷା କେନ୍ଦ୍ର ଗୁଡିକରେ ବାଇଓମେଟ୍ରିକ, ଲଜିଷ୍ଟିକ ଯୋଗାଇବା କାମ କରୁଥିଲା ବିଶ୍ବରଞ୍ଜନ । ସେପଟେ ଏବେ ବି ଫେରାର୍ ଅଛନ୍ତି ମୁଖ୍ୟ କାର୍ପଟଦାର ମୁନ୍ନା ମହାନ୍ତି ଓ ଶଙ୍କର ପୃଷ୍ଟି ।
Related Topics
Explore more stories