Love Scam / ପ୍ରେମ ନାଁରେ ଠକେଇ! ବିବାହର ସ୍ୱପ୍ନ ଦେଖାଇ ୫ ଲକ୍ଷ ଲୁଟ୍ ଅଭିଯୋଗ
·48 mins ago·2 min read

Key Points
ପ୍ରେମ ପ୍ରତାରଣା ଅଭିଯୋଗରେ ଫିଲ୍ମ ପ୍ରଯୋଜକ ଅଟକ
ବିବାହ କରିବା ଆଳରେ ଟଙ୍କା ନେଇ ଛୁ ମାରିଥିଲେ
ଅଟକ ପ୍ରଯୋଜକ ହେଲେ ରାକେଶ କୁମାର ପାଢ଼ୀ
ସେପଟେ କାହାଣୀରେ ଆସିଲା ନୂଆମୋଡ
ଅଭିଯୋଗକାରୀଣି ଆପୋଷ ବୁଝାମଣା ପାଇଁ ପୋଲିସକୁ କଲେ ଅନୁରୋଧ
ବିବାହ କରିବା ଆଳରେ ଟଙ୍କା ନେଇ ଛୁ ମାରିଥିଲେ
ଅଟକ ପ୍ରଯୋଜକ ହେଲେ ରାକେଶ କୁମାର ପାଢ଼ୀ
ସେପଟେ କାହାଣୀରେ ଆସିଲା ନୂଆମୋଡ
ଅଭିଯୋଗକାରୀଣି ଆପୋଷ ବୁଝାମଣା ପାଇଁ ପୋଲିସକୁ କଲେ ଅନୁରୋଧ
ଭୁବନେଶ୍ୱର : ପ୍ରଥମେ ପ୍ରେମ… ତା’ପରେ ବିବାହର ପ୍ରତିଶ୍ରୁତି। ଆଉ ଶେଷରେ ଲକ୍ଷ ଲକ୍ଷ ଟଙ୍କାର ଚୂନା! ପ୍ରେମର ମିଠା ମିଠା କଥା କହି ଯୁବତୀଙ୍କ ବିଶ୍ୱାସ ଜିତିଲେ। ବିବାହର ସ୍ୱପ୍ନ ଦେଖାଇ ଧୀରେ ଧୀରେ ଟଙ୍କା ହାତେଇଲେ। ହେଲେ ବିବାହ କଥା ଉଠିବା ମାତ୍ରେ ବଦଳିଗଲା ପ୍ରେମିକଙ୍କ ରଙ୍ଗ! ପ୍ରେମର ଅଭିନୟ ପଛରେ ଚାଲିଥିଲା ଟଙ୍କା ଲୁଟିବାର ଖେଳ। ଯୁବତୀଙ୍କଠାରୁ ପ୍ରାୟ ୫ ଲକ୍ଷ ଟଙ୍କା ନେବା ପରେ ହଠାତ୍ ଗାଏବ ହୋଇଗଲେ ଅଭିଯୁକ୍ତ। ଫୋନ୍ରେ ଯୋଗାଯୋଗ ନାହିଁ, ବିବାହର ପ୍ରତିଶ୍ରୁତି ବି ଗାୟବ! ଶେଷରେ ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହେଲେ ପୀଡ଼ିତା। ଯୁବତୀଙ୍କ ଅଭିଯୋଗ ଆଧାରରେ ତଦନ୍ତ କରି ଅଭିଯୁକ୍ତଙ୍କୁ ଅଟକ ରଖିଛି କମିଶନରେଟ୍ ପୋଲିସ।` ସେପଟେ କାହାଣୀରେ ଆସିଲା ନୂଆମୋଡ, ଅଭିଯୋଗକାରୀଣି ଆପୋଷ ବୁଝାମଣା ପାଇଁ ପୋଲିସକୁ କଲେ ଅନୁରୋଧ।
ଅଭିଯୁକ୍ତ ହେଉଛନ୍ତି ରାକେଶ କୁମାର ପାଢ଼ୀ I ରାକେଶ ଜଣେ ପ୍ରଡ୍ୟୁସର, ଆକ୍ଟର ସହ ଜଣେ ବ୍ୟବସାୟୀ ହୋଇଥିବା ତାଙ୍କ ସୋସିଆଲ ମିଡ଼ିଆରେ ସେ ମେନସନ କରିଛନ୍ତି। ରଘୁନାଥପୁର ଅଞ୍ଚଳରେ ଥିବା ଆପାର୍ଟମେଣ୍ଟରେ ସେ ରହୁଥିବା ବେଳେ ତାଙ୍କୁ ମଙ୍ଗଳବାର ରାତିରେ ଗିରଫ କରିଛି ପୋଲିସ। ତାଙ୍କ ଠାରୁ ମୋବାଇଲ ସହ ଦାମୀ ଜିନିଷ ଜବତ ହୋଇଛି ।
ପଢନ୍ତୁ ଏହି ଖବର: ଛାଡ଼ଖାଇରେ ଖୋଲିଲା ଓଡ଼ିଶାବାସୀଙ୍କ ଆମିଷ ପ୍ରେମର ପୋଲ୍, ବର୍ଷକୁ କେତେ ଟନ୍ ମଟନ୍ ଓ ମାଛ ଖାଉଛନ୍ତି?
ଅଭିଯୁକ୍ତ ରାକେଶର ଘର କଟକ, ସେ ଭୁବନେଶ୍ୱରର ରଘୁନଥପୁର ଅଞ୍ଚଳରେ ରହୁଥିଲା। ପିଡିତାଙ୍କ ସହ ଏକ ପାର୍ଟିରେ ଦେଖା ହେବା ପରେ ସମ୍ପର୍କ ବଢିଥିଲା। ପରେ ଉଭୟଙ୍କ ସମ୍ପର୍କ ନିବିଡ଼ ମଧ୍ୟ ହୋଇଥିଲା। ଏହି ସୁଯୋଗରେ ବିବାହର ପ୍ରତାରଣା କରି ତାଙ୍କ ଠାରୁ ପର୍ଯ୍ୟାୟକ୍ରମେ ୫ଲକ୍ଷ ଟଙ୍କା ନେଇ ଆଉ ଧରାଛୁଆଁ ଦେଉନ ଥିଲେ। ଶେଷରେ ପିଡିତାଙ୍କ ଅଭିଯୋଗ ପରେ ତାଙ୍କୁ ଅଟକ ରଖିଛି କମିଶନରେଟ ପୋଲିସ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ କିଏ ଏହି ପ୍ରେମିକ ଠକ? କେମିତି ଯୁବତୀଙ୍କ ବିଶ୍ୱାସ ଜିତିଥିଲେ? ବିବାହର ପ୍ରତିଶ୍ରୁତି ଦେଇ କେମିତି ୫ ଲକ୍ଷ ଟଙ୍କା ହାତେଇଥିଲେ? ଏହି ଠକେଇ ପଛରେ ଆଉ କିଛି ରହସ୍ୟ ରହିଛି କି? ଘଟଣାକୁ ନେଇ ଏବେ ଚର୍ଚ୍ଚା।
Related Topics
Explore more stories