Videos
|
Odisha

Non Veg Love Revealed / ଛାଡ଼ଖାଇରେ ଖୋଲିଲା ଓଡ଼ିଶାବାସୀଙ୍କ ଆମିଷ ପ୍ରେମର ପୋଲ୍, ବର୍ଷକୁ କେତେ ଟନ୍ ମଟନ୍ ଓ ମାଛ ଖାଉଛନ୍ତି?

Bikash Mohanty
Browse all articles by Bikash Mohanty
·1 hour ago·2 min read
ଛାଡ଼ଖାଇରେ ଖୋଲିଲା ଓଡ଼ିଶାବାସୀଙ୍କ ଆମିଷ ପ୍ରେମର ପୋଲ୍, ବର୍ଷକୁ କେତେ ଟନ୍ ମଟନ୍ ଓ ମାଛ ଖାଉଛନ୍ତି?
Mutton

Key Points

ବର୍ଷକୁ ୧.୨୨ ଲକ୍ଷ ଟନ୍ ମଟନ୍ ଖାଉଛନ୍ତି ଓଡ଼ିଶାବାସୀ
ବର୍ଷକୁ ୯ ଲକ୍ଷ ୪୬ ହଜାର ମେଟ୍ରିକ ଟନ ମାଛ ଖାଉଛନ୍ତି
ବର୍ଷକରେ ୧୬୪ ମେଟ୍ରିକ ଟନ୍ କୁକୁଡା ମାଂସ ଉତ୍ପାଦନ ହେଉଛି
୪୧ ହଜାର ୯୩ ଲକ୍ଷ ଅଣ୍ଡା ବର୍ଷକରେ ଖାଉଛନ୍ତି ଓଡ଼ିଶା ଲୋକ
ବିଧାନସଭାରେ ଉତ୍ତର ରଖିଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ
ବିଧାୟକ ପ୍ରକାଶ ସୋରେନଙ୍କ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ  ଗୋକୁଳାନନ୍ଦ ମଲ୍ଲିକ
ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ଖାଦ୍ୟ ତାଲିକାରେ ମାଛ, ମାଂସ ଓ ଅଣ୍ଡାର ଚାହିଦା ବେଶ୍ ଅଧିକ। ବିଶେଷକରି ଖାସି ମାଂସ ଖାଇବାରେ ମଧ୍ୟ ରାଜ୍ୟବାସୀଙ୍କ ରୁଚି କିଛି କମ୍ ନୁହେଁ। ରାଜ୍ୟରେ ବର୍ଷକୁ ୧୨୨.୩୬ ହଜାର ମେଟ୍ରିକ ଟନ୍ ଖାସି ମାଂସ ଖାଉଛନ୍ତି ଲୋକ। ବିଧାନସଭାରେ ଏଭଳି ତଥ୍ୟ ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

ବିଧାୟକ ପ୍ରକାଶ ସୋରେନଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ରାଜ୍ୟରେ ମାଂସ, ମାଛ ଓ ଅଣ୍ଡାର ଉତ୍ପାଦନ ଏବଂ ଖାଦ୍ୟ ଚାହିଦା ସମ୍ପର୍କିତ ତଥ୍ୟ ଦେଇଛନ୍ତି। ଏହି ତଥ୍ୟ ଅନୁସାରେ, ଓଡ଼ିଶାରେ ୬୩.୯୪ ଲକ୍ଷ ଛେଳି ପାଳନ କରାଯାଉଛି। ଏହାସହ ବର୍ଷକୁ ରାଜ୍ୟବାସୀ ୯ ଲକ୍ଷ ୪୬ ହଜାର ମେଟ୍ରିକ ଟନ୍ ମାଛ ଖାଉଛନ୍ତି।

କେବଳ ମାଛ ଓ ଖାସି ମାଂସ ନୁହେଁ, କୁକୁଡ଼ା ମାଂସର ଚାହିଦା ମଧ୍ୟ ରାଜ୍ୟରେ ରହିଛି। ବର୍ଷକରେ ୧୬୪ ମେଟ୍ରିକ ଟନ୍ କୁକୁଡ଼ା ମାଂସ ଉତ୍ପାଦନ ହେଉଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିପରି ଓଡ଼ିଶାବାସୀ ବର୍ଷକୁ ୪୧ ହଜାର ୯୩ ଲକ୍ଷ ଅଣ୍ଡା ଖାଉଥିବା ତଥ୍ୟରେ ଉଲ୍ଲେଖ ରହିଛି।

ପଢନ୍ତୁ ଏହି ଖବର: ଛାଡ଼ଖାଇରେ ଆମିଷ ବଜାରରେ ପ୍ରବଳ ଭିଡ଼, ଚଢ଼ା ଦର ସତ୍ତ୍ୱେ ଗ୍ରାହକଙ୍କ ଉତ୍ସାହ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଧାନସଭାରେ ରଖାଯାଇଥିବା ଏହି ତଥ୍ୟ ରାଜ୍ୟରେ ମାଂସ, ମାଛ ଓ ଅଣ୍ଡାର ଚାହିଦା ସମ୍ପର୍କରେ ଏକ ଚିତ୍ର ସାମ୍ନାକୁ ଆଣିଛି। ତେବେ ରାଜ୍ୟରେ ପ୍ରାଣୀ ସମ୍ପଦ ପାଳନ ଓ ମାଛ ଚାଷର ଗୁରୁତ୍ୱ ମଧ୍ୟ ଏହି ତଥ୍ୟରୁ ସ୍ପଷ୍ଟ ହେଉଛି।

ଆଜି ହେଉଛି ଛାଡ଼ଖାଇ। ଦୀର୍ଘ ଏକ ମାସ ଧରି ହବିଷ୍ୟାନ୍ନ ସେବନ ଓ ନିରାମିଷ ଆହାର ଗ୍ରହଣ କରିବା ପରେ ଆମିଷ ଖାଇବାକୁ ଲୋକଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ । ଏଥିପାଇଁ ସକାଳୁ ସକାଳୁ ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ଆମିଷ ବଜାରରେ ଲାଗିଛି ଗ୍ରାହକଙ୍କ ଭିଡ଼ । ଖାସି ମାଂସଠାରୁ ଆରମ୍ଭ କରି ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ଓ କୁକୁଡ଼ା ମାଂସ କିଣିବାକୁ ବଜାରରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା।

ଛାଡ଼ଖାଇକୁ ନେଇ ବଜାରରେ ଚଳିତ ବର୍ଷ ବେଶ୍ ଉତ୍ସାହ ରହିଥିବା ବେଳେ ଦର ମଧ୍ୟ କିଛିଟା ଚଢ଼ା ରହିଛି । ତଥାପି ଦାମ୍‌କୁ ଖାତିର ନକରି ଗ୍ରାହକମାନେ ନିଜ ପସନ୍ଦର ଆମିଷ ସାମଗ୍ରୀ କିଣିଛନ୍ତି । ଭଲ ବିକ୍ରି ହେଉଥିବାରୁ ବ୍ୟବସାୟୀମାନେ ମଧ୍ୟ ବେଶ୍ ଖୁସି ଅଛନ୍ତି ।

ବଜାରରେ ଖାସି ମାଂସ କିଲୋ ପ୍ରତି ୮୫୦ ଟଙ୍କା, ବ୍ରୟଲର କୁକୁଡ଼ା ୨୪୦ ଟଙ୍କା ଏବଂ ଦେଶୀ କୁକୁଡ଼ା ୬୫୦ ଟଙ୍କା ରହିଛି । କଲର ବାର୍ଡର ଦାମ୍ ଗୋଟା ପ୍ରତି ୪୦୦ରୁ ୫୫୦ ଟଙ୍କା ଥିବା ବେଳେ ସାଧାରଣ ଅଣ୍ଡା ୮ ଟଙ୍କା ଓ ଦେଶୀ ଅଣ୍ଡା ୨୦ ଟଙ୍କାରେ ବିକ୍ରି ହୋଇଛି।