Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସରିଲା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ; ୧୨ ପ୍ରସ୍ତାବ ଉପରେ ବାଜିଲା ମୋହର

Odisha

Odisha Cabinet Meeting / ସରିଲା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ; ୧୨ ପ୍ରସ୍ତାବ ଉପରେ ବାଜିଲା ମୋହର

Debashree Debasmita Sahoo
Browse all articles by Debashree Debasmita Sahoo
·3 months ago·2 min read
ସରିଲା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ; ୧୨ ପ୍ରସ୍ତାବ ଉପରେ ବାଜିଲା ମୋହର
Odisha Cabinet Meeting

Key Points

ସରିଲା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ
କ୍ୟାବିନେଟରେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
୧୦ ବିଭାଗର ୧୨ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ
ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ୧୦ ବିଭାଗର ୧୨ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର । ବୈଠକ ଶେଷ ହେବାପରେ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ତେବେ ଲୋକସେବା ଭବନରେ ଆଜି ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ରାଜ୍ୟ ସମବାୟ ନୀତିକୁ ରାଜ୍ୟ କ୍ୟାବିନେଟ୍‌ରେ ମଞ୍ଜୁରୀ ।

ଓଡ଼ିଶାରେ ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେଶ ସାମଗ୍ରୀ

ଶିଳ୍ପ ବିଭାଗ ପ୍ରସ୍ତାବ ଉପରେ କ୍ୟାବିନେଟ ବୈଠକରେ ମୋହର ବାଜିଛି । ଢେଙ୍କାନାଳରେ କଲ୍ୟାଣୀ ଗ୍ରୁପ ଦ୍ବାରା ଏକ ସମନ୍ବିତ ଅଟୋମୋଟିଭ୍‍, ଏରୋସ୍ପେଶ୍ ଏବଂ ପ୍ରତିରକ୍ଷା ଉପକରଣ ଉତ୍ପାଦନ କମ୍ପ୍ଲେକ୍ସକୁ ଅନୁମୋଦନ କରିଛନ୍ତି । ଢେଙ୍କାନାଳର ଗଜମରାଠାରେ ୧୧୦୦ ଏକର ଜମିରେ ଏହା ନିର୍ମାଣ ହେବ । ଏଥିଲାଗି ୧୭ ହଜାର ୨୫୦ କୋଟି ଟଙ୍କାର ନିବେଶ ହେବା ସହ ୪୮୦୦ରୁ ଅଧିକ ପ୍ରତ୍ଯକ୍ଷ ଏବଂ ୫୫୦୦ ପରୋକ୍ଷ ଭାବେ ୨୦ ହଜାର ନିଯୁକ୍ତି ସୃଷ୍ଟି ହେବ । ଏଠାରେ ଟାଇଟନିୟମ, ସ୍ପେଶାଲ ଷ୍ଟିଲ, ଅଟୋ କମ୍ପୋନେଟ, ଏରୋସ୍ପେଶ, ପ୍ରତିରକ୍ଷା ସାମଗ୍ରୀ ପ୍ରସ୍ତୁତ ହେବ ।

ମାର୍ଚ୍ଚ ଯାଏଁ ଦୁବାଇ ଏବଂ ସିଙ୍ଗାପୁରକୁ ବିମାନ ଉଡାଣ

ଭୁବନେଶ୍ବରରୁ ଦୁବାଇ ଏବଂ ସିଙ୍ଗାପୁରକୁ ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇଦେବେ । ଭୁବନେଶ୍ବରରୁ ଦୁବାଇ ଯାତ୍ରାରେ ଯାତ୍ରୀ ସଂଖ୍ୟା ହ୍ରାସ ଓ ବିମାନ ସେବା ବନ୍ଦ ହେବାର ଆଶଙ୍କା ଦୃଷ୍ଟିରେ ଆଗାମୀ ୬ ମାସ ଅର୍ଥାତ ମାର୍ଚ୍ଚ ପର୍ଯ୍ୟନ୍ତ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ । ସେହିପରି ଭୁବନେଶ୍ବରରୁ ସିଙ୍ଗାପୁର ମଧ୍ୟରେ ଯାତ୍ରା ସମୟରେ କମ ଯାତ୍ରୀ ଓ ଅଧିକ ପରିଚାଳନା ଖର୍ଚ୍ଚ ଯୋଗୁଁ ଏହି ରୁଟ୍‌କୁ ପ୍ରାୟ ୬ ମାସ ପାଇଁ ସରକାର ଆର୍ଥିକ ସହାୟତା ଯୋଗାଇବେ । ଏହି ଦୁଇ ରୁଟ୍ ପାଇଁ ୬ ମାସର VGF (ଭାଏବିଲିଟି ଗ୍ଯାପ୍ ଫଣ୍ଡିଂ) ସହାୟତା ପାଇଁ ପ୍ରାୟ ୨୬.୮୭ କୋଟି ଟଙ୍କା ପ୍ରସ୍ତାବିତ ହୋଇଛି । ଏହା ୧୦୬୦ କୋଟି B-MAAN ବଜେଟ୍ ମଧ୍ୟରୁ ବ୍ୟୟ କରାଯିବ । ପରବର୍ତ୍ତୀ ସମୟରେ ଏହା ଚାଲୁ ରହିବ କି ନାହିଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ।

ରାଜ୍ୟ ସମବାୟ ନୀତି ୨୦୨୬କୁ ଅନୁମୋଦନ

ଏହି ନୀତିର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ସମବାୟର ସ୍ବତଃ ଅଭିବୃଦ୍ଧି ପାଇଁ ଏକ ସ୍ଥାୟୀ ଆଇନଗତ, ନିୟାମକ ଏବଂ ଆର୍ଥିକ ଢାଞ୍ଚା ପ୍ରଦାନ କରିବା । ସମବାୟ ମାଧ୍ୟମରେ କୃଷି-ପ୍ରକ୍ରିୟାକରଣ, ଗୋଦାମ, ଯୋଗାଣ ଶୃଙ୍ଖଳା ଭିତ୍ତିଭୂମି ଏବଂ ବଜାର ସଂଯୋଗକୁ ପ୍ରୋତ୍ସାହିତ କରିବା । ଏହି ନୀତି ରାଜ୍ୟର ସମବାୟ ଆନ୍ଦୋଳନକୁ ଏକ ନୂତନ ଦିଗ ଓ ଗତି ପ୍ରଦାନ କରିବ ବୋଲି ଆଶା କରାଯାଉଛି । ପ୍ରାରମ୍ଭିକ ଭାବେ ଏହି ନୀତି ୨୦୩୬ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପରିକଳ୍ପନା କରାଯାଉଛି ।

ଅନ୍ୟ ପ୍ରସ୍ତାବ ମଧ୍ୟରେ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଅଧ୍ୟକ୍ଷ ଏବଂ ସଦସ୍ୟ ନିଯୁକ୍ତି ନେଇ ଆଇନକୁ କ୍ୟାବିନେଟରେ ପାରିତ କରାଯାଇଛି । ଓପିଏସସି ଢାଞ୍ଚାରେ ଏହି ଆୟୋଗରେ ଅଧ୍ୟକ୍ଷ ଏବଂ ସଦସ୍ୟ ନିଯୁକ୍ତି ହେବେ । ସେହିପରି ଓଡ଼ିଶା କର୍ମଚାରୀ ରାଜ୍ୟ ବୀମା ଯୋଜନା ନର୍ସିଂ ସେବା ନିୟମ ୨୦୨୫କୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରାଯାଇଛି । ଜଳସମ୍ପଦର ଡାଇଭର୍ସନ ସିଷ୍ଟମ ପାଇଁ ୩୬୨ କୋଟି ପ୍ରଦାନ କରାଯାଇଛି ।


ଏଥିସହ ପଢନ୍ତୁ: କଳିକେଶଙ୍କୁ ନବୀନଙ୍କ ଡକରା; ମିଳିପାରେ ବଡ଼ ଦାୟିତ୍ବ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Cabinet approves 12 proposals of 10 departments | Argus News