Videos
|
Odisha

OMC Gold Award / ଓଏମ୍‌ସିର ଉଲ୍ଲେଖନୀୟ ସଫଳତା; CCQC-୨୦୨୬ରେ ଅଂଶଗ୍ରହଣକାରୀ ୧୭ଟି ଟିମ୍‌କୁ ଗୋଲ୍ଡ ଆୱାର୍ଡ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଓଏମ୍‌ସିର ଉଲ୍ଲେଖନୀୟ ସଫଳତା; CCQC-୨୦୨୬ରେ ଅଂଶଗ୍ରହଣକାରୀ ୧୭ଟି ଟିମ୍‌କୁ ଗୋଲ୍ଡ ଆୱାର୍ଡ
OMC Gold Award

Key Points

ଅଷ୍ଟମ ଚାପ୍ଟର କନଭେନ୍ସନ୍ ଅନ୍ କ୍ୱାଲିଟି କନ୍ସେପ୍ଟସ୍‌ ୨୦୨୬
ଓଡ଼ିଶା ଖଣି ନିଗମ(ଓଏମ୍‌ସି)କୁ ସଫଳତା
ଅଂଶଗ୍ରହଣକାରୀ ୧୭ଟି ଟିମ୍‌କୁ ଗୋଲ୍ଡ ଆୱାର୍ଡ
ଭୁବନେଶ୍ୱର: ଗୁଣାତ୍ମକତା, ଉତ୍ପାଦକତା, ସୁରକ୍ଷା ଏବଂ ସ୍ଥାୟୀ ବିକାଶ କ୍ଷେତ୍ରରେ ନିରନ୍ତର ଉନ୍ନତି ଓ ଉତ୍କର୍ଷତା ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି ଓଡ଼ିଶା ଖଣି ନିଗମ (ଓଏମ୍‌ସି)। କ୍ୱାଲିଟି ସର୍କଲ୍ ଫୋରମ୍ ଅଫ୍ ଇଣ୍ଡିଆ (QCFI), ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଆୟୋଜିତ ଅଷ୍ଟମ ଚାପ୍ଟର କନଭେନ୍ସନ୍ ଅନ୍ କ୍ୱାଲିଟି କନ୍ସେପ୍ଟସ୍‌ (CCQC)-୨୦୨୬ରେ ଓଏମ୍‌ସିର ୧୭ଟି ଟିମ୍‌ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ଏକ ପ୍ରମୁଖ ସରକାରୀ ସଂସ୍ଥା ରାଜ୍ୟର ଖଣିଜ ସମ୍ପଦର ସଠିକ୍ ବିନିଯୋଗ ଏବଂ ଉତ୍ତୋଳନ ପାଇଁ କାର୍ଯ୍ୟ କରିଥାଏ ।

  • ଖଣି ପରିଚାଳନାରେ ଗୁଣାତ୍ମକତା ପାଇଁ ପୁରସ୍କାର
କନଭେନ୍ସନ୍‌ରେ ଓଏମ୍‌ସିର ବିଭିନ୍ନ ଖଣି ଓ ୟୁନିଟ୍‌ରୁ ୧୭ଟି ଟିମ୍ ଅଂଶଗ୍ରହଣ କରି ଗୁଣାତ୍ମକତା ଓ ପରିଚାଳନାଗତ ଉନ୍ନତି ଉପରେ ଆଧାରିତ ନିଜ ନିଜ ପ୍ରକଳ୍ପ ଉପସ୍ଥାପନ କରିଥିଲେ । ଏହି ପ୍ରକଳ୍ପଗୁଡ଼ିକରେ ଖଣି ପରିଚାଳନାରେ ଗୁଣାତ୍ମକତା, ଉତ୍ପାଦକତା ବୃଦ୍ଧି, ସୁରକ୍ଷା, ଦକ୍ଷତା ଏବଂ ପରିବେଶ ପ୍ରତି ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହାକୁ ଆଧାର କରି କନଭେନ୍ସନ୍‌ରେ ଓଏମ୍‌ସି ପକ୍ଷରୁ ଅଂଶଗ୍ରହଣ କରିଥିବା ୧୭ଟି ଟିମ୍‌କୁ ଗୋଲ୍ଡ ଆୱାର୍ଡ ପ୍ରଦାନ କରାଯାଇଛି ।

  • ଅଂଶଗ୍ରହଣ କରିଥିଲେ ଏହି ୧୭ଟି ଟିମ୍
ଓଏମ୍‌ସିର ଏଫସିପି, ଖଣ୍ଡବନ୍ଧ ଲୁହାପଥର ଖଣି, କୁର୍ମିତାର ଲୁହାପଥର ଖଣି, ବାଂଶପାଣି ଲୁହାପଥର ଖଣି, ଦୈତାରୀ ଲୁହାପଥର ଖଣି, ଝିଲିଂ-ଲାଙ୍ଗଲୋଟା ଲୁହାପଥର ଖଣି, ସିଓବିପି ସାଉଥ୍ କାଳିଆପାଣି, ତିରିଙ୍ଗପାହାଡ଼ ଲୁହାପଥର ଖଣି, ଉଞ୍ଚାବାଲି ଲୁହାପଥର ଖଣି ଏବଂ ଗୁଆଲି ଲୁହାପଥର ଖଣିଗୁଡିକରୁ ପ୍ରତିନିଧିତ୍ୱ କରିଥିବା ଟିମ୍ ଗତି, ଏଫ୍‌ସିପି ଟେକ୍ସ, ହରାଇଜନ୍, ଏନର୍ଜିଆ, ସଙ୍କଳ୍ପ, ସମର୍ପଣ, ବାହନା, ଏକ୍ସପ୍ଲୋଡର୍, କ୍ୱାରି ଅନ୍‌ଲକର୍ସ, ସି-୨, କୋବିପି-୧, ବାୟୋ-ବ୍ଲୁମ୍, ଉଞ୍ଚାବାଲି ସେଫ୍ଟି ୱାରିୟର୍ସ, ଟିମ୍ ଟେକ୍‌ଫ୍ୟୁଜନ୍, ସମାଧାନ, ଡିଜିଟାଲ୍ ମାଇନିଂ ଏବଂ ସେଫ୍ଟି ୱାରିୟର୍ ଆଦି ୧୭ଟି ଟିମ୍ କୁ ଗୋଲ୍ଡ ଆୱାର୍ଡ ପ୍ରଦାନ କରଯାଇଛି ।

ପଢନ୍ତୁ ଏହି ଖବର: ବ୍ୟକ୍ତିଗତ ଟ୍ରାପ୍‌ ଇଭେଣ୍ଟରେ ଉଡ଼ିଲା ତ୍ରିରଙ୍ଗା, ସ୍ୱର୍ଣ୍ଣ ପଦକ ଜିତିଲେ ନୀରୁ

ଏହି ସଫଳତା ଓଏମ୍‌ସିର ‘ନିରନ୍ତର ଉନ୍ନତି’ ଓ ‘ଅପରେସନାଲ୍ ଏକ୍ସିଲେନ୍ସ’ର ଲକ୍ଷ୍ୟକୁ ଆହୁରି ସୁଦୃଢ଼ କରିବା ସହିତ ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରୁଛି । ଏହି ସଂସ୍ଥା ମୁଖ୍ୟତଃ ବିଭିନ୍ନ ପ୍ରକାରର କଞ୍ଚା ଖଣିଜ ପଦାର୍ଥ ଖୋଜିବା, ଉତ୍ତୋଳନ କରିବା ଏବଂ ବିକ୍ରୟ କରିବା କାର୍ଯ୍ୟ କରିଥାଏ । ଏଠାରେ କହିରଖୁଛୁ କି, ଚାପ୍ଟର କନଭେନ୍ସନ୍ ଅନ୍ କ୍ୱାଲିଟି କନ୍ସେପ୍ଟସ୍‌ (CCQC) ହେଉଛି ଭାରତରେ ଗୁଣାତ୍ମକ ମାନ ଏବଂ ନିରନ୍ତର ଉନ୍ନତିକୁ ପ୍ରୋତ୍ସାହିତ କରୁଥିବା ଏକ ପ୍ରମୁଖ ଆଞ୍ଚଳିକ ସମ୍ମିଳନୀ, ଯାହା ପ୍ରତିବର୍ଷ ଆୟୋଜିତ ହୁଏ । ଏହି କନଭେନ୍ସନ୍‌ରେ ବିଭିନ୍ନ ପ୍ରକାରର ଆଧୁନିକ ଗୁଣାତ୍ମକ ପରିଚାଳନା ପଦ୍ଧତି ଉପରେ ଗୁରୁତ୍ୱ ଦିଆଯାଏ । CCQCରେ ଅଂଶଗ୍ରହଣକାରୀ ସଂସ୍ଥାଗୁଡ଼ିକ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ କରିଥିବା ସଫଳ ପ୍ରୟୋଗଗୁଡ଼ିକୁ ଉପସ୍ଥାପନ କରନ୍ତି‌।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories