Videos
|
Odisha

Government Announcement / ରୋଡ଼ ମ୍ୟାପ ପ୍ରସ୍ତୁତ କଲା ପଞ୍ଚାୟତିରାଜ ବିଭାଗ, ଆଦର୍ଶ ଗ୍ରାମିଣ ପାର୍କ ପାଇଁ 20 ଲକ୍ଷ ଦେବେ ସରକାର

Banajyotshna Ray
Browse all articles by Banajyotshna Ray
·2 weeks ago·2 min read
ରୋଡ଼ ମ୍ୟାପ ପ୍ରସ୍ତୁତ କଲା ପଞ୍ଚାୟତିରାଜ ବିଭାଗ, ଆଦର୍ଶ ଗ୍ରାମିଣ ପାର୍କ ପାଇଁ 20 ଲକ୍ଷ ଦେବେ ସରକାର
Government Announcement

Key Points

ସରକାରଙ୍କ ବଡ଼ ଘୋଷଣା
ଗାଁରେ ମିଳିବ ସହରୀ ସୁବିଧା, ରୋଡ଼ ମ୍ୟାପ ପ୍ରସ୍ତୁତ କଲା ପଞ୍ଚାୟତିରାଜ ବିଭାଗ
ସରକାରଙ୍କ ବଡ଼ ଘୋଷଣା। ଗାଁରେ ମିଳିବ ସହରୀ ସୁବିଧା, ରୋଡ଼ ମ୍ୟାପ ପ୍ରସ୍ତୁତ କଲା ପଞ୍ଚାୟତ ରାଜ ବିଭାଗ। ଏଥର ଗାଁ ହୋଇଯିବ ସହର ପରି। ଗାଁରେ ମିଳିବ ସବୁ ସୁବିଧା, ଲାଗିବ ପୁରା ଚିକ୍‌ଚିକ୍‌। ଆଉ ସହର ମୁହାଁ ହେବେ ନାହିଁ ଯୁବପୀଢ଼ୀ। ଯାହାଦ୍ୱାରା ଗାଁ ବି ଉନ୍ନତ ହେବ। ଗ୍ରାମ ସମ୍ପଦ କାର୍ଯ୍ୟକ୍ରମରେ ଗାଁର ହେବ ସହରୀକରଣ। ପଞ୍ଚାୟତରେ ମିଳିବ ସହରୀ ସୁବିଧା ଏନେଇ ପ୍ରସ୍ତୁତ ହୋଇଛି SOP । ଏହାସହ ଅନେକ ଜିନିଷ ଉପରେ ପ୍ରାଧାନ୍ୟ ଦିଆଯାଇଛି। ପଞ୍ଚାୟତରେ ଆଦର୍ଶ ଖେଳ ପଡିଆ, ଆଦର୍ଶ କଲ୍ୟାଣ ମଣ୍ଡପ, ଆଦର୍ଶ ଗ୍ରାମୀଣ ହାଟ, ଆଦର୍ଶ ପୋଖରୀ, ଆଦର୍ଶ ମଣ୍ଡପ, ସ୍ମଶାନ,ଆଦର୍ଶ ହାଟ, ଗ୍ରାମୀଣ ପାର୍କ ଭଳି କାମ ହାତକୁ ନେବ ବିଭାଗ। ଏନେଇ ଘୋଷଣା କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ।

.ଜାଣନ୍ତୁ କେଉଁ କେଉଁ ସୁବିଧା ମିଳିବ:

ଏହାସହ ମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ, ଗ୍ରାମସଭା ଆଧାରରେ ହେବ କାମ। ଆଦର୍ଶ ଖେଳ ପଡିଆ ପାଇଁ 75 ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ସରକାର । ଗାଁରେ ରହୁଥିବା ଲୋକଙ୍କ ଆସ୍ଥା, ଯୁବକର ଏସେଟ ପାଇଁ ଜିମ ବି ଅନ୍ତର୍ଭୁକ୍ତ ହେବ। ଆଦର୍ଶ କଲ୍ୟାଣ ମଣ୍ଡପ ପାଇଁ 49 ଲକ୍ଷ ଟଙ୍କା ଦେବେ ସରକାର 70*32 ଫୁଟ ରେ ଦୁଇ ଗ୍ରୀନ ରୁମ ସହ ଏକ ପେଣ୍ଡାଲ ରହିବ (ନାଚ, ଗୀତ, ଡ୍ରାମା ର ସୁବିଧା ରହିବ, ଭୋଜି ଭାତ ସହ ପଞ୍ଚାୟତ ତରଫରୁ ପାଣି ଯୋଗାଇ ଦିଆଯିବ। ଆଦର୍ଶ ପୋଖରୀ ପାଇଁ 34 ଲକ୍ଷ ପଥର ବନ୍ଧେଇ ସହ ଚାରିପଟେ ଫେବର ବ୍ଲକ ପଡିବ, ଜିମର ସାମଗ୍ରୀ ରହିବ।''

ଏଥିସହ ପଢ଼ନ୍ତୁ: ମାଷ୍ଟରକ୍ୟାଣ୍ଟିନ ପାଲଟିଲା ରଣକ୍ଷେତ୍ର: ୧୧୩ ଡ୍ରାଇଭର ଗିରଫ, ୩୫୪ ଗାଡ଼ି ଜବତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ଶ୍ମଶାନ ପାଇଁ 22 ଲକ୍ଷ ଦେବେ ସରକାର ରହିବ ପାଚେରୀ । ଆଦର୍ଶ ଗ୍ରାମିଣ ପାର୍କ ପାଇଁ 20 ଲକ୍ଷ, ରହିବ ଜିମ, ବସିବା ପାଇଁ ସ୍ଥାନ। ଆଦର୍ଶ ହାଟ ପାନୀୟ ଜଳ ସହ ପ୍ରବେଶ ପାଇଁ ଗେଟ ଓ ଲାଗିବ ସେଟ। ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପ୍ରତି ଜିପିରେ ଲାଗିବ 700ଗଛ। ଆଦର୍ଶ ପାଠାଗାର ପାଇଁ 10 ଲକ୍ଷ । ପ୍ରତି ବର୍ଷ ଗୋଟିଏ ଗାଁରେ ଗୋଟେ କଲ୍ୟାଣ ମଣ୍ଡପ କରିବେ ସରକାର।'' ଗାଁରେ ଉନ୍ନତି ପାଇଁ ସରକାର ଆଗଭର ହୋଇଛନ୍ତି। ଆଉ ଆଗ ପରି ରହିବନି ଗାଁ।''

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Government to Provide 20 Lakh for Developing Ideal Rural Parks Across Odisha | Argus News | Argus News