|
logo
Live
Argus News App
GET APP

Argus News - ପୀତବାସ ହତ୍ୟାକାଣ୍ଡ, ବିକ୍ରମଙ୍କ ଆପତ୍ତିଜନକ ଫଟୋ ଆଣିଲା ନୂଆ ମୋଡ଼

Odisha

Pitabas Murder / ପୀତବାସ ହତ୍ୟାକାଣ୍ଡ, ବିକ୍ରମଙ୍କ ଆପତ୍ତିଜନକ ଫଟୋ ଆଣିଲା ନୂଆ ମୋଡ଼

Bikash Mohanty
Browse all articles by Bikash Mohanty
·1 month ago·2 min read
ପୀତବାସ ହତ୍ୟାକାଣ୍ଡ, ବିକ୍ରମଙ୍କ ଆପତ୍ତିଜନକ ଫଟୋ ଆଣିଲା ନୂଆ ମୋଡ଼
Murder twist

Key Points

ଜଟିଳ ହେବାରେ ଲାଗିଛି ପୀତବାସ ହତ୍ୟା ଘଟଣା
ବିକ୍ରମଙ୍କ ଆପତ୍ତିଜନକ ଫଟୋ ଆଣିଲା ନୂଆ ମୋଡ଼
ଆପତ୍ତିଜନକ ଫଟୋ କିଭଳି ପୀତବାସଙ୍କ ପାଖକୁ ଆସିଲା?


ଦିନକୁ ଦିନ ଜଟିଳ ହେବାରେ ଲାଗିଛି ପୀତବାସ ହତ୍ୟା ଘଟଣା। ଅଭିଯୁକ୍ତ ଜଣେ ମହିଳାଙ୍କ ସହ ବିକ୍ରମ ପଣ୍ଡାଙ୍କ ସହ ଆପତ୍ତିଜନକ ଫଟୋ କିଭଳି ପୀତବାସଙ୍କ ପାଖକୁ ଆସିଲା, ଏହାକୁ ନେଇ ବଢ଼ିବାରେ ଲାଗିଛି ସନ୍ଦେହ। ଏହି ଘଟଣାକୁ ନେଇ ଫଟୋରେ ଥିବା ମହିଳା ନିଜ ସ୍ୱିକାରୋକ୍ତିରେ ଘଟଣା ସମ୍ପର୍କରେ କହିଛନ୍ତି। ନିଜ ଦଳର ନେତ୍ରୀଙ୍କ ସହ ନିଜ ଘରେ ଅସଂଯତ ଅବସ୍ଥାରେ ଥିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଏହି ସମୟରେ ଅଚାନକ ପ୍ରକୋଷ୍ଠରେ ପଶିଯାଇଥିଲେ ତାଙ୍କ ଦଳର ଆଉ ଜଣେ ନେତ୍ରୀ । ପୋଲିସକୁ ପ୍ରତ୍ୟକ୍ଷଦର୍ଶୀ ନେତ୍ରୀ ଜଣକ ଦେଇଛନ୍ତି ଏଭଳି କିଛି ବୟାନ । ଯାହାକୁ ପୋଲିସ କୋର୍ଟରେ ଦାଖଲ କରିଥିବା ପ୍ରାଥମିକ ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି ।

ବିକ୍ରମ ପଣ୍ଡାଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତରେ ଥିବା ମହିଳାଙ୍କୁ ଚିହ୍ନଟ କରିସାରିଛି ପୋଲିସ । ପୋଲିସ ତାଙ୍କୁ ପଚରାଉଚରା ବେଳେ ଫଟୋରେ ଥିବା ମହିଳା ସେ ନିଜେ ବୋଲି ସ୍ବୀକାର କରିଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ହେଲେ ଏଠାରେ ପ୍ରଶ୍ନ ଉଠୁଛି ସେହି ତୃତୀୟ ବ୍ୟକ୍ତି ଜଣଙ୍କ କିଏ ? ଯିଏ ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇଲା ? ଏବଂ ତାହା କିପରି ପୀତବାସ ପଣ୍ଡାଙ୍କ ପାଖକୁ ଗଲା ? ଏଭଳି ଅନେକ ପ୍ରଶ୍ନ ଏବେ ଉଠିବାରେ ଲାଗିଛି । ଫଟୋରେ ଥିବା ନେତ୍ରୀ ଓ ଅଚାନକ ପ୍ରକୋଷ୍ଠରେ ପଶିଯାଇଥିବା ଅନ୍ୟତମ ନେତ୍ରୀଙ୍କ ଛଡ଼ା ପ୍ରକୋଷ୍ଠରେ ଆଉ କିଏ ଥିଲା, ତାହା ଏବେ ରହସ୍ୟରେ ।

୧୭ ଦିନ ହେବ କାହା ପାଖରେ ଥିଲା ପୀତବାସ ପଣ୍ଡାଙ୍କ ଲକର୍ ଚାବି ? ୨୦୨୫ ଅକ୍ଟୋବର ୬ ତାରିଖ ରାତିରେ ହତ୍ୟାକାଣ୍ଡ ଘଟିଲା । ୭ ତାରିଖ ଦିନ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଗଲା । ସେ ସମୟରେ ବି ପୋଲିସ ପୀତବାସଙ୍କ ଘରକୁ ଯାଇଥିଲା । ହେଲେ ତଦନ୍ତକାରୀ ପୋଲିସ ପୀତବାସଙ୍କ ମୃତଦେହ ବ୍ୟବଚ୍ଛେଦ ପୂର୍ବରୁ ପଇତାରେ ଗଣ୍ଠି ପକାଇ ଚାବି ଜବତ ବିଷୟରେ ୧୭ ଦିନ ପରେ ଅବଗତ କରିବା ଓ ପଚରାଉଚରା କରିବା ପୂରା ଘଟଣାକୁ ଜଟିଳ କରିଦେଇଛି । ତେବେ ୭ ତାରିଖରେ ଚାବି ଜବତ କରିଥିଲେ ବି ୨୫ ତାରିଖ ଯାଏଁ ପୋଲିସ ଉକ୍ତ ଚାବି ବିଷୟରେ କାହିଁକି ଛାନଭିନ କରୁନଥିଲା ? ୭ ତାରିଖରୁ ୨୫ ଯାଏଁ ୧୭ ଦିନ ଧରି ସେ ଚାବିକାଠି କାହା ପାଖରେ ଥିଲା ତାହା ଏକ ବଡ଼ ପ୍ରଶ୍ନ। 
ଏଥିସହ ପଢ଼ନ୍ତୁ: ବିଜେଡି ନେତ୍ବତ୍ବ ପ୍ରସଙ୍ଗ,ବାଣ ମାରିଲେ ଦେବାଶିଷ, କହିଲେଏକା ପାରିବେନି କଳିକେଶ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pitabas Murder: ପୀତବାସ ହତ୍ୟାକାଣ୍ଡ, ବିକ୍ରମଙ୍କ ଆପତ୍ତିଜନକ ଫଟୋ ଆଣିଲା ନୂଆ ମୋଡ଼ | Argus News