|
logo
Live
Argus News App
GET APP

Argus News - ଅନଲାଇନରେ ନକଲି ଶାଢୀ ଚିହ୍ନିବ 'ଧରୋହର'; QR କୋଡ୍ କହିବ ପ୍ରଡକ୍ଟର ମାନ

Odisha

Dharohar Website / ଅନଲାଇନରେ ନକଲି ଶାଢୀ ଚିହ୍ନିବ 'ଧରୋହର'; QR କୋଡ୍ କହିବ ପ୍ରଡକ୍ଟର ମାନ

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·3 min read
ଅନଲାଇନରେ ନକଲି ଶାଢୀ ଚିହ୍ନିବ 'ଧରୋହର'; QR କୋଡ୍ କହିବ ପ୍ରଡକ୍ଟର ମାନ
Fake Saree Detect Website

Key Points

ଏଣିକି ଅନଲାଇନରେ ମିଳିପାରିବ ଖାଣ୍ଟି ପାଟ୍ଟ ଶାଢୀ
ଆଉ ଠକେଇର ଶିକାର ହେବେନି ଗ୍ରାହକ
ରେଭେନ୍ସା ଛାତ୍ର ଆଣିଲେ ଧରୋହର ୱେବସାଇଟ୍
ଅନେକ ସମୟରେ ଓଡ଼ିଶାଠୁ ଦୂରରେ ଥିବା ଓଡ଼ିଆଟିଏ ଆମ ପାରମ୍ପରିକ ବସ୍ତ୍ର କିଣିବାକୁ ମନ ବଳାଇଥାଏ । ହେଲେ ସେ ସର୍ବଦା ସଫଳ ହୋଇପାରିନଥାଏ । ଅନଲାଇନରେ ସଠିକ ଉତ୍ପାଦ ମିଳୁନଥିବାରୁ ଗ୍ରାହକଟିକୁ ଅଫଲାଇନ ମାଧ୍ୟମ ଉପରେ ନିର୍ଭର କରିବାକୁ ପଡ଼ିଥାଏ । ସେଥିଲାଗି ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ଅଫଲାଇନ ଦୋକାନୀଙ୍କୁ ଖୋଜିବାକୁ ପଡ଼େ । ଯଦି କେବେକେବେ ଆମେ ଅନଲାଇନରୁ ଶାଢୀ କିଣିଥାଉ, ତେବେ ଉକ୍ତ ପ୍ରଡକ୍ଟର ମାନ ମଧ୍ୟ ସଠିକ ମିଳିନଥାଏ । ଏଣୁ ଗ୍ରାହକଙ୍କୁ ସମୟ ଲାଗୁ ପଛେ, ଅଫଲାଇନ ମାଧ୍ୟମ ଉପରେ ଭରସା କରିଥାନ୍ତି । ହେଲେ ଏବେ ଆଉ ଏପରି ହେବନାହିଁ । କାରଣ ରେଭେନ୍ସା ବିଶ୍ବବିଦ୍ୟାଳୟର ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ତୃତୀୟ ବର୍ଷର ଛାତ୍ର ଏପରି ଏକ ୱେବସାଇଟ୍ ବିକଶିତ କରିଛନ୍ତି, ଯାହାକି ଅନଲାଇନରେ ନକଲି ଶାଢୀକୁ ଚିହ୍ନିବ । ଏଥିଲାଗି ତାଙ୍କୁ ରାଜ୍ୟ ସରକାର ପୁରସ୍କୃତ ମଧ୍ୟ କରିଛନ୍ତି ।

ଏହି ୱେବସାଇଟ୍‌ର ନାମ ହେଉଛି 'ଧରୋହର' । ତୃତୀୟ ବର୍ଷର ଛାତ୍ର ଦେବୀ ପ୍ରସାଦ ମିଶ୍ର ନିଜେ ଥରେ ଠକେଇର ଶିକାର ହେବା ପରେ ତାଙ୍କ ମନକୁ ଏପରି କିଛି ନୂଆ କରିବାର ଚିନ୍ତାଧାରା ଆସିଥିଲା । ସେ ଏକଦା ଅନଲାଇନରୁ ଓଡ଼ିଶାର ଏକ ପାରମ୍ପରିକ ବସ୍ତ୍ର କିଣିଥିଲେ । ବସ୍ତ୍ରର ପୁରା ପଇସା ଦେଇଥିଲେ ମଧ୍ୟ ତାହାର ମାନ ସଠିକ୍ ନଥିଲା । ଏଥିଲାଗି ସେ ନକଲି ଶାଢୀ ଓ ବସ୍ତ୍ର ଚିହ୍ନିବା ଲାଗି ଏପରି ଏକ ଅତ୍ୟାଧୁନିକ ୱେବସାଇଟ୍ ବିକଶିତ କରିଥିବା କହିଛନ୍ତି । 

  • ଉପକୃତ ହେବେ ଉଭୟ ଗ୍ରାହକ ଓ ବୁଣାକାର
ଅନେକ ସମୟରେ ବହୁ ଗ୍ରାହକ ଶାଢୀର ଦାମ୍ ଅନୁଯାୟୀ ସଠିକ ମାନର ଶାଢୀ ପାଇପାରିନଥାନ୍ତି । ଗ୍ରାହକଙ୍କ ସହିତ ବୁଣାକାର ମଧ୍ୟ ନିଜ ଶାଢୀ ପାଇଁ ଉପଯୁକ୍ତ ପାରିଶ୍ରମିକ ନ ପାଇ ପାରି କ୍ଷତି ସହିଥାଏ । ଏହି ସବୁ ସମସ୍ୟାର ସମାଧାନ ପାଇଁ ଛାତ୍ର ଦେବୀ ପ୍ରସାଦ ଏହି ୱେବସାଇଟ୍ ଡିଜାଇନ୍ କରିଥିବା କହିଛନ୍ତି । ଏହି ୱେବସାଇଟ୍ ଗ୍ରାହକଙ୍କୁ ଅସଲି ହସ୍ତତନ୍ତ ବୁଣାକାର ତଥା ଶାଢୀ ବୁଣାକାରଙ୍କ ସହିତ ଯୋଡ଼ିବ । ଯାହା ଫଳରେ ଗ୍ରାହକ ଓ ବୁଣାକାର ମଝିରେ ଆସୁଥିବା ବ୍ୟବସାୟୀ ଗ୍ରାହକଙ୍କୁ ଠକି ପାରିବେ ନାହିଁ । ବୁଣାକାର ତାର ଉଚିତ ପାରିଶ୍ରମିକ ପାଇବ ଓ ଗ୍ରାହକ ସଠିକ ମାନର ଉତ୍ପାଦ ମଧ୍ୟ ପାଇବ । 

  • କେମିତି ନକଲି ଶାଢୀ ଚିହ୍ନିବ 'ଧରୋହର' ?
ଏହି ୱେବସାଇଟ୍‌ରେ ବ୍ଲକ ଚେନ୍ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି । ଯାହା ଫଳରେ ଏଥିରେ କୌଣସି ତଥ୍ୟ ରଖିଲେ ଏହାକୁ ସହଜରେ କେହି ବଦଳାଇପାରିବେ ନାହିଁ । ବୁଣାକାର ନିଜେ ପ୍ରସ୍ତୁତ କରୁଥିବା ବସ୍ତୁର ସମସ୍ତ ତଥ୍ୟ ଏଥିରେ ଦେଇପାରିବେ । ଯାହାକୁ ଗ୍ରାହକ ୱେବସାଇଟ୍‌ରେ ଦେଖି କିଣିପାରିବେ । ବୁଣାକାର ନିଜେ ହିଁ ନିଜ ଉତ୍ପାଦ ବିକ୍ରି କରିବା ପାଇଁ ଏହି ୱେବସାଇଟକୁ ବ୍ୟବହାର କରିପାରିବେ । ସେପଟେ କ୍ରେତା ମଧ୍ୟ ସିଧାସଳଖ ବୁଣାକାରଙ୍କଠାରୁ ଅସଲି ବସ୍ତ୍ର କିଣିପାରିବେ ।

  • QR କୋଡ୍ କହିବ ପ୍ରଡକ୍ଟର ମାନ
ଏହି ୱେବସାଇଟ୍‌ରେ ଉପଲବ୍ଧ ପ୍ରତ୍ୟେକ ଶାଢୀ ଉପରେ QR କୋର୍ଡର ବ୍ୟବସ୍ଥା ରହିବ । ଏହା ଫଳରେ କ୍ରେତା କିଣୁଥିବା ଜିନିଷର ମାନ ବିଷୟରେ ଅବଗତ ହୋଇପାରିବେ । କେଉଁଠାରେ ମଧ୍ୟ ନକଲି ବସ୍ତୁ ସ୍ଥାନିତ ହେଲେ ଆପ୍ ଜରିଆରେ ସହଜରେ ଧରାଯାଇପାରିବ । ଏପରି ହେବା ଦ୍ବାରା ସଠିକ ଗ୍ରାହକ ଉପଯୁକ୍ତ ମାନର ଉତ୍ପାଦ ତିଆରି କରୁଥିବା ବ୍ୟକ୍ତିଙ୍କ ଠାରୁ ସଠିକ ଜିନିଷ କିଣିପାରିବେ । ବିଶେଷକରି କୁଟୀର ଶିଳ୍ପ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଭଳି ଜିନିଷକୁ ସ୍ଥାନିତ କରିବା ପାଇଁ ଦେବୀ ପ୍ରସାଦ ଏହି ୱେବସାଇଟ୍ ପ୍ରସ୍ତୁତ କରିଥିବା କହିଛନ୍ତି ।

  • ପୁରସ୍କୃତ କଲେ ରାଜ୍ୟ ସରକାର
ଦେବୀ ଅଗଷ୍ଟ ମାସରେ ଏହି ୱେବସାଇଟ୍‌କୁ ନେଇ କାମ ଆରମ୍ଭ କରିଥିବାବେଳେ ମାତ୍ର ୫ ମାସ ମଧ୍ୟରେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । ଏହି ୱେବସାଇଟ୍ ମାଧ୍ୟମରେ କୁଟୀରଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ଶାଢ଼ୀଗୁଡିକୁ ଗ୍ରାହକ ଅତି ସହଜରେ କିଣିପାରିବେ । ଦେବୀଙ୍କର ଏହି ୱେବସାଇଟ ପାଇଁ ତାଙ୍କୁ ରାଜ୍ୟ ସରକାର ପୁରସ୍କୃତ ମଧ୍ୟ କରିଛନ୍ତି । ଉଚ୍ଚଶିକ୍ଷା ବିଭାଗ ତାଙ୍କ ପ୍ରୋଜେକ୍ଟକୁ ପ୍ରଶଂସା କରିବା ସହ ୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

ଏଥିସହ ପଢନ୍ତୁ: ଏୟାରଟେଲ୍ ଗ୍ରାହକଙ୍କୁ ବଡ଼ ଝଟକା; ବନ୍ଦ କଲା ଏହି ଫ୍ରି ସବସ୍କ୍ରିପସନ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharohar Website: ଅନଲାଇନରେ ନକଲି ଶାଢୀ ଚିହ୍ନିବ 'ଧରୋହର'; QR କୋଡ୍ କହିବ ପ୍ରଡକ୍ଟର ମାନ | Argus News