Odisha Food Craft Mela / ହାଇଦ୍ରାବାଦ ଦେଖିଲା ଓଡ଼ିଆ କଳା, ସଂସ୍କୃତି; ସମ୍ବଲପୁରୀ ଗୀତରେ ଝୁମିଲେ ପର୍ଯ୍ୟଟକ
·7 months ago·3 min read

Key Points
ହାଇଦ୍ରାବାଦରେ ଓଡ଼ିଶା ଫୁଡ୍ ଆଣ୍ଡ କ୍ରାଫ୍ଟ ମେଳା ଆୟୋଜିତ
ସମ୍ବଲପୁରୀ ନାଚ ଗାନାରେ ଝୁମିଲେ ଦର୍ଶକ
ମିନି ଓଡ଼ିଶାର ଭ୍ରମ ସୃଷ୍ଟି କଲା ପର୍ଲ ସିଟି
ସମ୍ବଲପୁରୀ ନାଚ ଗାନାରେ ଝୁମିଲେ ଦର୍ଶକ
ମିନି ଓଡ଼ିଶାର ଭ୍ରମ ସୃଷ୍ଟି କଲା ପର୍ଲ ସିଟି
ହାଇଦ୍ରାବାଦରେ ମିନି ଓଡ଼ିଶାର ଭ୍ରମ । ସମ୍ବଲପୁରୀ ଗୀତ, ନାଚରେ ଝୁମିଲେ ଦର୍ଶକ । ଓଡ଼ିଆ କଳା ସଂସ୍କୃତିର ଝଲକ ଦେଖିଲା ପଡ଼ୋଶୀ ରାଜ୍ୟ । ଓଡ଼ିଶାର ସୁସ୍ଵାଦୁ ଖାଦ୍ୟ, ବ୍ୟଞ୍ଜନ ଖାଇ ସମସ୍ତେ କହିଛନ୍ତି ବାଃ ବାଃ । ତେବେ ପ୍ରତିବର୍ଷ ପରି ଏଥର ମଧ୍ୟ ତେଲେଙ୍ଗାନାର କ୍ୟାପିଟାଲ ସିଟି ହାଇଦ୍ରାବାଦର ଶିଳ୍ପାରମମଠାରେ ସ୍ବାଭିମାନୀ ଓଡ଼ିଆ ଓମେନ୍ସ ୱାର୍ଲ୍ଡ (SOWW) ପକ୍ଷରୁ ଓଡ଼ିଶା ଫୁଡ୍ ଆଣ୍ଡ କ୍ରାଫ୍ଟ ମେଳା-୨୦୨୬ ଫେବୃଆରୀ ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ତିନି ଧରି ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇ ଓଡ଼ିଶା ସଂସ୍କୃତିକୁ ଆଗକୁ ବଢାଇବା ଲାଗି କିପରି ଏକାଠି ହେବା ସେ ଉପରେ ଆଲୋଚନା କରିଥିଲେ । ଏହି ମେଳା ଦ୍ଵାରା ଓଡ଼ିଶାର ହସ୍ତଶିଳ୍ପ ଜାତୀୟ ସ୍ତରରେ ପରିଚିତ ହୋଇପାରିଛି ବୋଲି ସେମାନେ କହିଥିଲେ ।
ଏହି ମେଳାରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପାରମ୍ପରିକ ଖାଦ୍ୟ ଓ ହସ୍ତଶିଳ୍ପର ଏକ ସୁନ୍ଦର ସମାରୋହ ଦେଖିବାକୁ ମିଳିଛି । ତିନି ଦିନିଆ ଏହି ସାଂସ୍କୃତିକ ମହୋତ୍ସବର ପ୍ରମୁଖ ଉଦ୍ଦେଶ୍ୟ ଥିଲା ଓଡ଼ିଶାର ସମୃଦ୍ଧ ପରମ୍ପରା, କଳା, ହସ୍ତଶିଳ୍ପ, ପାରମ୍ପରିକ ଖାଦ୍ୟ, ସଙ୍ଗୀତ ଓ ନୃତ୍ୟକୁ ପ୍ରଚାର ଓ ପ୍ରସାର କରିବା । ଏହି ମଞ୍ଚରେ କଳାକାର, ଶିଳ୍ପୀ ଓ ଖାଦ୍ୟ ପ୍ରେମୀମାନେ ଏକ ଛାତ ତଳେ ଏକତ୍ରିତ ହୋଇଥିଲେ । ଖାଲି ଓଡ଼ିଆ କାହିଁକି ହାଇଦ୍ରାବାଦରେ ରହୁଥିବା ବାହାର ରାଜ୍ୟର ପର୍ଯ୍ୟଟକ ମଧ୍ୟ ଓଡ଼ିଆ କଳା, ସଂସ୍କୃତି ଓ ବ୍ୟଞ୍ଜନର ମଜା ଉଠାଇଥିଲେ ।

- ମେଳାରେ ୩୦ରୁ ଅଧିକ ଓଡ଼ିଆ ହସ୍ତଶିଳ୍ପ ଷ୍ଟଲ୍
- ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ସାଜିଲା ମୁଖ୍ୟ ଆକର୍ଷଣ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- 'ଓଡ଼ିଆ କଳା, ସଂସ୍କୃତି ପ୍ରଚାର ଲକ୍ଷ୍ୟ'
ଏଥିସହ ପଢନ୍ତୁ: ଫେବୃଆରୀରେ ଛୁଟି କାଟିବା ପାଇଁ ଭ୍ରମଣସ୍ଥଳୀ ଖୋଜୁଛନ୍ତି କି ? ସ୍ଵର୍ଗଠୁ କମ ନୁହଁ ଏହି ସ୍ଥାନ
Related Topics
Explore more stories