Villages Swallowed By Sea / ସମୁଦ୍ର ଆଁରେ ଲୀନ ହେଲାଣି ଗାଁ,ଗାଁକୁ ସିଲ୍ କଲା ପ୍ରଶାସନ
·8 hours ago·2 min read

Key Points
ସମୁଦ୍ର ଗର୍ଭରେ ଭାସିଯାଉଛି ବଡ଼ ବଡ଼ ଘର
ଭୟଙ୍କର ଗତିରେ ଜନବସତି ଆଡ଼କୁ ମାଡ଼ି ଆସୁଛି ସମୁଦ୍ର
ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ ପୋଡମପେଟା ଗାଁର ଘଟଣା
ଗାଁକୁ ସିଲ୍ କଲା ପ୍ରଶାସନ,

ଛତ୍ରପୁର,୦୪/୦୭: ସମୁଦ୍ର ଗର୍ଭରେ ଭାସିଯାଉଛି ବଡ଼ ବଡ଼ ଘର। ଭୟଙ୍କର ଗତିରେ ଜନବସତି ଆଡ଼କୁ ମାଡ଼ି ଆସୁଛି ସମୁଦ୍ର। ଏହି ଘଟଣା ହେଉଛି ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ ପୋଡମପେଟା ଗାଁର । ପୋଡମପେଟା ଗାଁର ୭୦ ପ୍ରତିଶତ ସମୁଦ୍ର ଗର୍ଭରେ ଲୀନ ହୋଇଥିବା ବେଳେ ଆଉ ୧୨ ଖଣ୍ଡ ଗାଁକୁ ବିପଦ ମାଡ଼ି ଆସୁଛି । ପୋଡ଼ମପେଟାରେ ସମୁଦ୍ର କୂଳ ଲଙ୍ଘିବା ପରେ ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଏବେ ଗାଁକୁ ସିଲ୍ କଲା ପ୍ରଶାସନ। ଗାଁକୁ ଯାଇଥିବା ରାସ୍ତାରେ ଗାତ ଖୋଳି ପ୍ରବେଶ ପଥକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି । ‘ପ୍ରବେଶ ନିଷେଧ’ ବ୍ୟାନର ଲଗାଇ ବିପଦସଙ୍କୁଳ ଅଞ୍ଚଳକୁ କାହାରି ନ ଯିବାକୁ ପ୍ରଶାସନ ପକ୍ଷରୁ କଡ଼ା ସତର୍କବାଣୀ ଜାରି କରାଯାଇଛି।
ଗୋଟିଏ ପରେ ଗୋଟିଏ ଘର ଗିଳୁଛି ସମୁଦ୍ର । ଶ୍ରୀହୀନ ହେବାକୁ ବସିଲାଣି ଜନବସତି । ଗାଁ ଗିଳିବା ପାଇଁ ମାଡ଼ି ଆସୁଛି ଲହଡ଼ି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକର ପୋଡମପେଟା ଗାଁରେ । କିଛି ଦିନ ପୂର୍ବରୁ ଗାଁର ୧୦ରୁ ଅଧିକ ଘର ସମୁଦ୍ରରେ ମିଶିଯାଇଥିଲା । ଗତକାଲି ଅପରାହ୍ନରେ ମଧ୍ୟ ପୁଣି କିଛି ଘର ଭାଙ୍ଗିରୁଜି ସମୁଦ୍ର ଗର୍ଭକୁ ଚାଲିଯାଇଛି । ଦରିଆର ଉଗ୍ରରୂପ ଦେଖି ଭୟଭୀତ ଗ୍ରାମବାସୀ । ଗାଁର ଏଭଳି ଦୃଶ୍ୟକୁ ଦେଖି ଜିଲ୍ଲା ପ୍ରଶାସନ ଆଲୋଚନା ପାଇଁ ସ୍ଥାନୀୟ ଗାଁ ଲୋକଙ୍କୁ ଡାକିଥିଲେ । ୬ ଖଣ୍ଡ ଗାଁର ଲୋକେ ଜିଲ୍ଲାପାଳଙ୍କୁ ନିଜର ଦୁଃଖ ଜଣାଇଛନ୍ତି । ବିଳମ୍ବ ନକରି ତୁରନ୍ତ ସମୁଦ୍ର କୂଳରେ ପଥର ବନ୍ଧ ସହ କଂକ୍ରିଟ ୱାଲ୍ କରାଇବାକୁ ଦାବି ହୋଇଛି । ନଚେତ କେବଳ ପୋଡ଼ମପେଟା ନୁହେଁ, ବରଂ ୧୨ ଖଣ୍ଡ ଗାଁ ଦିନେ ଅତୀତ ପାଲଟିଯିବ ବୋଲି ଆଶଙ୍କା କରିଛନ୍ତି।
ପଢନ୍ତୁ ଏହି ଖବର: ରାତିରେ ବଦଳିଗଲା ଦୃଶ୍ୟ, ସକାଳେ ଘର ଆଗରେ ସମୁଦ୍ର ପାଣି
ସେପଟେ ପାଳିବନ୍ଧ ପଞ୍ଚାୟତବାସୀ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କୁ ସମସ୍ୟା ସଂପର୍କରେ ଅବଗତ କରାଇଛନ୍ତି । ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି । ଗଞ୍ଜାମ ବ୍ଲକର ପାଳିବନ୍ଧ ପଞ୍ଚାୟତର ୯ଟି ଗାଁ ଏବଂ ରାମଗଡ଼ ପଞ୍ଚାୟତର ୭ରୁ ଅଧିକ ଗାଁ ନିକଟରେ କ୍ଷିପ୍ରଗତିରେ ସମୁଦ୍ର କୂଳ ଖାଉଛି । ଜନବସତି, କୃଷିଜମି ଓ ଜନଜୀବନ ବିପଦରେ ପଡ଼ିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ପ୍ରସିଦ୍ଧ ବଟେଶ୍ୱର ପୀଠର ସୁରକ୍ଷା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । ଏହି ପ୍ରସଙ୍ଗରେ ପୂର୍ବରୁ ସରକାରଙ୍କ ବୈଷୟିକ କମିଟି ସ୍ଥଳ ପରିଦର୍ଶନ କରି ରିପୋର୍ଟ ଦେଇଥିବା ବେଳେ, ସେହି ସୁପାରିଶକୁ ଆଧାର କରି ସମୁଦ୍ରକୂଳରେ ସ୍ଥାୟୀ ସୁରକ୍ଷା ପ୍ରକଳ୍ପ ପାଇଁ ତୁରନ୍ତ ପ୍ରଶାସନିକ ଓ ଆର୍ଥିକ ଅନୁମୋଦନ ପ୍ରଦାନ କରି କାର୍ଯ୍ୟ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି ବିଧାୟକ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories