Senior Citizen Jaga Darshan / ଖୁବଶୀଘ୍ର ଆରମ୍ଭ ହେବ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା, ମାଗଣାରେ ଜଗା ଦର୍ଶନ କରାଇବେ ସରକାର
·7 months ago·2 min read

Key Points
ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଖୁବଶୀଘ୍ର ଆରମ୍ଭ ହେବ
ବରିଷ୍ଠ ନାଗରିକଙ୍କୁ ପୁରୀ ଡାକିବେ ରାଜ୍ୟ ସରକାର
ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ପର୍ଯ୍ୟଟନ ବିଭାଗର ଚିଠି
୩୫ ହଜାର ଲୋକଙ୍କୁ ଯୋଜନାରେ କରାଯିବ ସାମିଲ

ଖୁବଶୀଘ୍ର ଓଡ଼ିଶାର କୋଣଅନୁକୋଣରୁ ଜଗା ଦର୍ଶନ ପାଇଁ ବାହାରିବେ ଭକ୍ତ । କାରଣ ରାଜ୍ୟ ସରକାର ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାକୁ କିଛି ଦିନ ମଧ୍ୟରେ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନା ଅଧୀନରେ ବରିଷ୍ଠ ନାଗରିକଙ୍କୁ ପୁରୀ ଡାକିବେ ସରକାର । ୬୦ରୁ ୭୫ ବର୍ଷ ବୟସ୍କ ଏବଂ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଯିବ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ପର୍ଯ୍ୟଟନ ବିଭାଗ ଚିଠି ଲେଖିଛି । ପଞ୍ଚାୟତ ସ୍ତରରେ ହିତାଧିକାରୀ ଚୂଡାନ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଅନେକ ସମୟରେ ଘର ସଂସାର ଜଞ୍ଜାଳ ଯୋଗୁଁ ହେଉ ବା ଆର୍ଥିକ ସମସ୍ୟା, ଭକ୍ତମାନେ ଜଗା ଦର୍ଶନ ପାଇଁ ଯାଇପାରନ୍ତି ନାହିଁ । ହେଲେ ଓଡ଼ିଆ ମନ ଜଗା ପାଖରେ ଥାଏ । ଗରିବ ଭକ୍ତଙ୍କୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରାଇବା ଲାଗି ଗତବର୍ଷ ବଜେଟ୍ରେ ରାଜ୍ୟ ସରକାର ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ । ଏହି ଯୋଜନା ମାଧ୍ୟମରେ ଗରିବ ଭକ୍ତମାନଙ୍କୁ ମାଗଣାରେ ସରକାର ଶ୍ରୀକ୍ଷେତ୍ର ଭ୍ରମଣ କରାଇବେ । ରାଜ୍ୟ ସରକାର ଏଥିଲାଗି ପର୍ଯ୍ୟଟନ ବିଭାଗକୁ ଦାୟିତ୍ବ ଦେଇଛନ୍ତି ।
ଏହି ଯୋଜାନଟି ୨୦୨୫ରୁ ଆରମ୍ଭ ହୋଇଥିବାବେଳେ ୨୦୨୮-୨୯ ଯାଏଁ ଚାଲିବ । ୪ ବର୍ଷରେ ୧.୨୦ ଲକ୍ଷ ରାଜ୍ୟବାସୀଙ୍କୁ ସରକାର ଜଗା ଦର୍ଶନ କରାଇବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିଲାଗି ଜିଲ୍ଲା ଓ ବ୍ଲକ୍ ସ୍ତରରେ ଏକ ସ୍ବତନ୍ତ୍ର ଡେସ୍କ ସ୍ଥାପନ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଗରିବ ଶ୍ରେଣୀର ଭକ୍ତଙ୍କ ସହିତ ୬୦ରୁ ୭୫ ବର୍ଷ ବୟସ୍କ ଏବଂ ବିଧବା ମହିଳାଙ୍କୁ ଏହି ତୀର୍ଥଯାତ୍ରା ଲାଗି ଚୟନ କରାଯିବ ।
ତୀର୍ଥଯାତ୍ରୀମାନେ ପୁରୀ ବାହାରିବା ପୂର୍ବରୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବ । ଏହାସହିତ ଯାତ୍ରା ଆରମ୍ଭ ହେବା ପୂର୍ବରୁ ସେମାନଙ୍କୁ ଯାତ୍ରା ସମୟରେ ଆବଶ୍ୟକ ପଡୁଥିବା କିଛି ସାମଗ୍ରୀ ଯେପରି ତଉଲିଆ, ଟୋପି, ହାପ୍ ଜ୍ୟାକେଟ୍ ପାଣି ବୋତଲ, ଟଏଲେଟ୍ ପାଉଚ୍ ଆଦି ଦିଆଯିବ । ଯାତ୍ରୀଙ୍କ ଚିହ୍ନଟ ଲାଗି ସେମାନଙ୍କୁ ପରିଚୟ ପତ୍ର ମଧ୍ୟ ପ୍ରଦାନ କରିବେ ସରକାର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ଯାତ୍ରା ସମୟରେ ସେମାନଙ୍କୁ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ଆଦି ପ୍ରଦାନ କରାଯିବ । ଯାତ୍ରୀ ମଝିରେ ଆବଶ୍ୟକ ପଡ଼ିଲେ ଅସ୍ଥାୟୀ କ୍ୟାମ୍ପର ବ୍ୟବସ୍ଥା କରିବେ ସରକାର । ସେଠାରେ ଚେୟାର ଟେବୁଲ, ବିଛଣା, ସାଉଣ୍ଡ ସିଷ୍ଟମ, ଲାଇଟ ସିଷ୍ଟମ ଏବଂ ପୁରୁଷ ଓ ମହିଳା ଯାତ୍ରୀଙ୍କ ଲାଗି ଅଲଗା ଅଲଗା ଆଶ୍ରୟ ସ୍ଥଳୀ କରାଯିବ । ପୁରୀ ଆସିବା ବେଳେ ତୀର୍ଥଯାତ୍ରୀଙ୍କ ବସରେ ଜଣେ ଲେଖାଏଁ ସହଯୋଗୀ କର୍ମଚାରୀ ଓ ସ୍ବେଚ୍ଛାସେବୀଙ୍କୁ ରଖାଯିବ । ପୁରୀରେ ମଧ୍ୟ ଏକ ସହାୟତା ଡେସ୍କ ସ୍ଥାପନ କରାଯିବ । ଶ୍ରଦ୍ଧାଳୁମାନେ ମାଗଣାରେ ଜଗା ଦର୍ଶନ କରିପାରିବା ସହ ଅବଢା ମଧ୍ୟ ଖାଇବେ । ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ସରକାର ମୋଟ ୩୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।
ଏଥିସହ ପଢନ୍ତୁ: ସନ୍ଧ୍ୟା ସମୟରେ ଏହି ୩ଟି ଧଳା ଜିନିଷ କେବେବି ଦାନ କରନ୍ତୁ ନାହିଁ ହୋଇଯିବେ କାଙ୍ଗାଳ

Related Topics
Explore more stories