Bear attack escape / ଦୋକାନରେ ରାତିରେ ଶୋଇଥିଲେ; ଉପସ୍ଥିତ ବୁଦ୍ଧି ଯୋଗୁଁ ଭାଲୁ କବଳରୁ ବର୍ତ୍ତିଗଲେ ଯୁବକ..
·5 months ago·2 min read

Key Points
ଉପସ୍ଥିତ ବୁଦ୍ଧି ବଞ୍ଚାଇଲ ଯୁବକଙ୍କ ଜୀବନ
ଦୋକାନରେ ରାତିରେ ଶୋଇଥିଲେ
ଛାତି ମୁହଁ ଉପରେ ଚଢିଥିଲା ଭାଲୁ
ଦୋକାନରେ ରାତିରେ ଶୋଇଥିଲେ
ଛାତି ମୁହଁ ଉପରେ ଚଢିଥିଲା ଭାଲୁ
କଥାରେ ଅଛି ଉପସ୍ଥିତ ବୁଦ୍ଧି ଥିଲେ ଆପଣ ମୃତ୍ୟୁମୁଖରୁ ବି ବର୍ତ୍ତିପାରିବେ । ଏହି କଥାକୁ ଜଣେ ଯୁବକ ପ୍ରମାଣିତ କରିଛନ୍ତି । ଖାଦ୍ୟ ଅନ୍ଵେଷଣରେ ଆସିଥିବା ଏକ ଭାଲୁ କବଳରୁ ଯୁବକ ଜଣକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଯାହାର ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି । ଯୁବକ ଜଣକ କିପରି ଦୋକାନରେ ଶୋଇଥିଲେ ଓ ଭାଲୁଟି ତାଙ୍କ ଉପରେ ଚଢିଥିଲେ ବି କିଛି କ୍ଷତି ପହଞ୍ଚାଇନଥିଲା, ସେ ସବୁ କ୍ୟାମେରାରେ କଏଦ ହୋଇଛି ।
ଏଭଳି ଘଟଣା ଦେଖିବକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପଡ଼ୋଶୀ ଛତିଶଗଡରେ କାଂକେର ଜିଲ୍ଲାରେ । କାଂକେର ନରହରିପୁର ଗ୍ରାମରୁ ଏକ ଛାତି ଥରା ଦୃଶ୍ୟ CCTVରେ କଏଦ ହୋଇଛି । ଗୋଟିଏ ଜଙ୍ଗଲୀ ଭାଲୁ ଗ୍ରାମ ଭିତରେ ରାତିଅଧରେ ପଶିଥିଲା । ସେହି ସମୟରେ ଜଣେ ବ୍ୟକ୍ତି ଦୋକାନ ଘରେ ଶୋଇଥିଲେ । ଖାଦ୍ୟ ଅନ୍ଵେଷଣରେ ଭୋକିଲା ଭାଲୁଟି ଦୋକାନ ଭିତରେ ପଶି ଯାଇଥିଲା । ଦୋକାନ ଭିତରେ ଚାରି ମିନିଟ କାଳ ତାଣ୍ଡବ ରଚିଥିଲା ।
ଭିଡିଓରେ ଦେଖି ଲାଗୁଥିଲା ଭାଲୁଟି ଯେପରି ବହୁତ ଭୋକିଲା ଅଛି ଏବଂ ଅସ୍ତବ୍ୟସ୍ତ ହୋଇ ଖାଦ୍ୟ ଖୋଜୁଛି । ଏଥିଲାଗି ସେ ଦୋକାନର ଜିନିଷପତ୍ରକୁ ସବୁ ଫୋପାଡି ଦେଇଥିଲା । ଏସବୁ ଜାଣି ପାରି ମଧ୍ୟ ଯୁବକ ନିଜର ଉପସ୍ଥିତ ବୁଦ୍ଧି ଖଟାଇଥିଲେ । ସେ ଦୋକାନ ଘର ଚଟାଣରେ ଶୋଇଥିଲେ ସୁଦ୍ଧା ଆଦୌ ହଲଚଲ ହୋଇନଥିଲେ । ଯେପରି ନିର୍ଜୀବ ପରି କମ୍ବଳ ତଳେ ଶୋଇ ରହିଥିଲେ ।
ବିଳମ୍ବିତ ରାତିରେ ଦୋକାନ ଭିତରକୁ ଭାଲୁଟି ଆସିବାର ଜାଣିପାରି ଯୁବକ ଚୁପ୍ କି ଶୋଇ ଯାଇଥିଲେ । ଭାଲୁଟି ଯୁବକଙ୍କ ପାଖରେ ଥିବା ବିଭିନ୍ନ ଆସବାସ ପତ୍ରକୁ ଖେଳାଇବା ସହ ମନ ଇଚ୍ଛା ଭଙ୍ଗାରୁଜା କରିଥିଲା । ଏହି ସମୟରେ ଯୁବକ ଓ ଭାଲୁ ମଧ୍ୟରେ ଆଦୌ ବ୍ୟବଧାନ ଥିଲା । କାରଣ କମ୍ବଳ ଭିତରେ ଯୁବକଙ୍କ ଉପରେ ଚଢି ଭାଲୁ ଖାଦ୍ୟ ଖୋଜୁଥିଲା । ତଥାପି ଭୟଭୀତ ନ ହୋଇ ଯୁବକ ଜଣକ ଚୁପଚାପ ଶୋଇ ରହିଥିଲେ । ଚାରି ମିନିଟ କାଳ ଭାଲୁଟି ଯୁବକଙ୍କ ଉପରେ ରହିଥିଲେ ସୁଦ୍ଧା ଆକ୍ରମଣ କରିନଥିଲା । ଫଳରେ ଏକ ନିଶ୍ଚିତ ବିପଦରୁ ଯୁବକ ଜଣକ ବର୍ତ୍ତି ଯାଇଛନ୍ତି ଓ ତାଙ୍କ ଜୀବନ ରକ୍ଷା ପାଇଛି ।
ଏଥିସହ ପଢନ୍ତୁ: ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ନୂଆ ଜୀବନ ଦେଲା ମଲା କୁକୁର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories