Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅଗ୍ନିକାଣ୍ଡରେ ଜଳିଗଲା ୧୦ଏକର ବିଲ ଧାନଗଦା

Odisha

ଅଗ୍ନିକାଣ୍ଡରେ ଜଳିଗଲା ୧୦ଏକର ବିଲ ଧାନଗଦା

Ritu Das
Browse all articles by Ritu Das
·2 years ago
ଅଗ୍ନିକାଣ୍ଡରେ ଜଳିଗଲା ୧୦ଏକର ବିଲ ଧାନଗଦା

ଅର୍ଗସ ବ୍ୟୁରୋ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଂଶଡା ଥାନା ଅଧିନ ପଞୁଟିକ୍ରୀ ପଞ୍ଚାୟତ ବାଲିଘାଇ ଗ୍ରାମରେ ବିଳମ୍ବିତ ରାତିରେ ଭିମସେନ ସାହୁ ଘରେ ଶୋଇଥିବା ସମୟରେ ବିଲରେ ଥିବା ୧୦ଏକର ଧାନ ବାଡିରେ ନିଆଁ ଲାଗିଯାଇଥିଲା l  ଘଟଣା ସ୍ଥଳରେ ଗ୍ରାମବାସୀ ପହଞ୍ଚି ନିଆ ଲିଭାଇବା ପାଇଁ ଚେଷ୍ଟା କରିବା ସହିତ ଦମକଳ କୁ ଫୋନ କରିଥିଲେ ଦମକଳ ଗାଡି ବିଳମ୍ବରେ ପହଞ୍ଚିବା ବେଳକୁ ଧାନଗଦା ସମ୍ପୂର୍ଣ୍ଣ ଜଳିଯାଇଥିଲା।

ଭିମସେନ ଜଣେ ଦିନ ମଜୁରିଆ ହୋଇ ଥିବାରୁ ଧାର କରଜ କରିବା ସହିତ ସେବା ସମବାୟ ସମିତିରୁ ରୁଣ ଆଣି ଚାଷ କରିଥିଲେ।ଭିମସେନଙ୍କ ଅଭିଯୋଗ ତାଙ୍କ ଧାନ ଗଦାରେ କେହି ଦୃବୁତ ବିଳମ୍ବିତ ରାତିରେ ନିଆଁ ଲଗାଇ ଦେଇଥିବା କହିଛନ୍ତି। ଘଟଣାର ତଦନ୍ତ କରି ଦୋଷିକୁ ଦଣ୍ଡ ଦେବା ସହିତ ଧାନର ମୁଲ୍ୟ ଦେବାକୁ ଦାବି କରିଛନ୍ତି l 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A 10-acre farm | Argus News