କୂଅରୁ ଉଦ୍ଧାର ହେଲା ୧୬ଫୁଟର ଅଜଗର
·2 years ago·1 min read

ଅର୍ଗସ ବ୍ୟୁରୋ: ଖୁଣ୍ଟୁଣୀ ଥାନା ଅଧିନ ଡାଳଭାଗ ପଞ୍ଚାୟତ ( ଚମ୍ପିଆ ) ଗୋଡିସାହି ଗ୍ରାମ ପାର୍ଶ୍ଵରେ ଥିବା ଏକ ୨୫ ଫୁଟ ଗଭୀର କୂଅ ଭିତରେ ଏକ ୧୬ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରିଛି ବନବିଭାଗ ଓ ସାପ ଧରାଳିର ଟିମ।
ଘଟଣାରୁ ପ୍ରକାଶ ଯେ ଗତକାଲି ଉକ୍ତ କୂଅ ମଧ୍ୟରେ ଏକ ୧୬ ଫୁଟ ଲମ୍ବର ଅଜଗର ସାପ ପଡିଥିବାର ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ। ତେବେ ବନବିଭାଗ ଗତକାଲି ଘଟଣାସ୍ଥଳକୁ ଯାଇଥିଲେ ମଧ୍ୟ ସନ୍ଧ୍ୟା ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ କରିଥିଲେ। ଆଜି ସକାଳେ ଖୁଣ୍ଟୁଣୀ ରେଞ୍ଜର ନୀଳମାଧବ ସାହୁ ଏବଂ ବନ କର୍ମଚାରୀ ଏବଂ ସାପ ଧରାଳି ଅସିତ ପ୍ରଧାନ ଓ ତାଙ୍କର ୪ ଜଣ ସଦସ୍ୟ କୂଅ ମଧ୍ୟରେ ପଶି ପାଖାପାଖି ୨ ଘଣ୍ଟା ପରିଶ୍ରମ କରି ସୁରକ୍ଷିତ ଭାବରେ ପରିତ୍ୟକ୍ତ କୂଅ ମଧ୍ୟରୁ ୧୬ ଫୁଟ ଲମ୍ବର ଅଜଗର ସାପଟିକୁ ଉଦ୍ଧାର କରି ନିକଟସ୍ଥ ସୁବାସୀ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: