Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସର୍ଟସର୍କିଟ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ, ସବୁ ପୋଡି ପାଉଁସ

Odisha

ସର୍ଟସର୍କିଟ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ, ସବୁ ପୋଡି ପାଉଁସ

Banajyotshna Ray
Browse all articles by Banajyotshna Ray
·2 years ago
ସର୍ଟସର୍କିଟ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ, ସବୁ ପୋଡି ପାଉଁସ

ଅର୍ଗସ ବ୍ୟୁରୋ: ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଜଳିଗଲା ୩ ବଖରା ଘର ସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର l ବନ୍ତ ତହସିଲ ସେଣ୍ଢତିରା ପଞ୍ଚାୟତ ବରପଦା ୧୨ନମ୍ବର ୱାର୍ଡ଼ର ଅଲେଖ ଜେନାଙ୍କ ଘରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ସମ୍ପୂର୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି l ତେବେ ଅଗ୍ନିକାଣ୍ଡ ଦେଖି ଗ୍ରାମବାସୀ ମାନେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ମାତ୍ର ଦମକଳ ଆସି ପହଁଚିବା ବେଳକୁ ନିଆଁ ଲାଗି ତିନି ବଖରା ଘର ଓ ସମସ୍ତ ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି l ଅଗ୍ନିକାଣ୍ଡରେ ଅଲେଖଙ୍କ ସମସ୍ତ ଆସବାବପତ୍ର ନଷ୍ଟ ହୋଇ ଯାଇଥିବା ବେଳେ ଅଲେଖଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହୋଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
A 3-room house was burnt in the fire | Argus News