Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମନ୍ତେଇରେ ଧସିଲା 40 ଫୁଟର ସୁରକ୍ଷାବନ୍ଧ

Ritu Das
Browse all articles by Ritu Das
·2 years ago·1 min read
ମନ୍ତେଇରେ ଧସିଲା 40 ଫୁଟର ସୁରକ୍ଷାବନ୍ଧ

ଅର୍ଗସ ବ୍ୟୁରୋ: ଧୀରେ ଧୀରେ କୁଳ ଲଘୁଂଛି ମନ୍ତେଇ ନଦୀ। ନଦୀବନ୍ଧ ସୁରକ୍ଷାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀ ଚରଦିଆ ପଞ୍ଚାୟତର ଭାଗ୍ୟ ଓ ଭବିଷ୍ୟତ କୁହାଯାଉଥିବା କନକପଲ୍ଲୀ ସ୍ଥିତ ମନ୍ତେଇ ନଦୀର ସୁରକ୍ଷା ବନ୍ଧ ଏବେ ବିପଦ ସଙ୍କୁଳ ଅବସ୍ଥାରେ ଜଳସମ୍ପଦ ବିଭାଗର ଖାମଖିଆଲି ମନୋଭାବ ପାଇଁ ଏବେ ଉକ୍ତ ସୁରକ୍ଷା ବନ୍ଧରେ ସୃଷ୍ଟି ହୋଇଛି ୪୦ ଫୁଟର ଫାଟ। ଯାହାଫଳରେ ନଦୀକୁ ଧସିଯାଇଛି  ନଦୀ ବନ୍ଧ। ନଦୀ ବନ୍ଧର ସୁଦୃଢ଼ୀକରଣ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା ହେଲେ ନଦୀ ବନ୍ଧରେ ପଥର ପ୍ୟାକିଂ ଆଳରେ ହରିଲୁଟ ହେଉଛି ସରକାରୀ ଅର୍ଥ। 

ପ୍ରତିଥର ଟେଣ୍ଡର ହେଉଛି ତାସହିତ କାମ ମଧ୍ୟ ହେଉଛି ହେଲେ ସେପୁଣି ବିନା ଫଳକରେ, ଟଙ୍କା କେଉଁଠୁ ଆସୁଛି ଏବଂ କେତେଟଙ୍କାର କାମ ହେଉଛି ତାହା ସାଧାରଣ ଲୋକ ଜାଣିପାରୁ ନ ଥିବା ବେଳେ ଏଠି ଚଞ୍ଚକତା କରି ମାଲେମାଲ ହେଉଛନ୍ତି ଠିକାଦାର ଓ ବିଭାଗୀୟ ଅଧିକାରୀ। ଉକ୍ତ ନଦୀବନ୍ଧର ସୁରକ୍ଷାକୁ ନେଇ ପୁର୍ବରୁ ଅନେକଥର  ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ କରିବାରେ ବିଫଳ ହୋଇଛି ଜଳସମ୍ପଦ ବିଭାଗ। ତେବେ ତୁରନ୍ତ ଉକ୍ତ ସ୍ଥାନରେ ସଠିକ୍ ଭାବରେ ପଥର ପ୍ୟାକିଙ୍ଗ କରିବା ସହିତ ରାସ୍ତା ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଯଦି ତୁରନ୍ତ ଏହାର ସମାଧାନ କରାନଯାଏ ତାହେଲେ ଆଗାମୀ ଦିନରେ ଗ୍ରାମବାସୀ ବାଧ୍ୟହୋଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A 40 feet | Argus News