Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୫ ଦିନର ନବଜାତ ଶିଶୁକୁ ମିଳିଲା ନୂଆ ଜୀବନ

Odisha

୫ ଦିନର ନବଜାତ ଶିଶୁକୁ ମିଳିଲା ନୂଆ ଜୀବନ

Jitendra Dash
Browse all articles by Jitendra Dash
·2 years ago·1 min read
୫ ଦିନର ନବଜାତ ଶିଶୁକୁ ମିଳିଲା ନୂଆ ଜୀବନ

ଅର୍ଗସ ବ୍ୟୁରୋ : ୫ ଦିନର ନବଜାତ ଶିଶୁକୁ ମିଳିଲା ନୂଆ ଜୀବନ । ସାଢେ ୩ ଘଣ୍ଟାର ଅସ୍ତ୍ରୋପଚାର ପରେ ସୁସ୍ଥ ହେଲା ଶିଶୁ । ଗତ ୨୬ ତାରିଖରେ ଖୋର୍ଦ୍ଧା ଟାଙ୍ଗୀ ହାଟବରଡିର ଶିବ ରାଉତରାୟ ଓ ଭାଗ୍ୟଲକ୍ଷ୍ମୀ ହେଣ୍ଡାଙ୍କ ଶିଶୁପୁତ୍ର ଏକ ଘରୋଇ ହସ୍ପିଟାଲରେ ଜନ୍ମ ହୋଇଥିଲା ।

ନବଜାତ ପୁତ୍ରର ମଳଦ୍ବାରର ହାଡ ଉପରେ ମଣିଷ ମୁଣ୍ଡ ପରି ବଡ ମାଂସ ପେଣ୍ଡୁଳା ବାହାରିଥିବା ଦେଖିବାକୁ ମିଳିଥିଲା । ମାଂସ ଉପରେ କେଶ ଓ କାନ ମଧ୍ୟ ଥିଲା । ଶିଶୁପତ୍ର ଅବସ୍ଥା ଦେଖି ଦମ୍ପତି ଦୁଃଖରେ ଭାଙ୍ଗି ପଡ଼ିଥିଲେ । ଘରୋଇ ହସ୍ପିଟାଲ ଫେରାଇ ଦେବା ପରେ ସମ ହସ୍ପିଟାଲରେ ପହଞ୍ଚିଥିଲେ ଦମ୍ପତି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ହସ୍ପିଟାଲର ମୁଖ୍ୟ ପରାମର୍ଶଦାତା ସ୍ନାୟୁରୋଗ ବିଶେଷଜ୍ଞ ତଥା ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ବରେ ୫ ଜଣିଆ ଟିମ ଶିଶୁର ଅସ୍ତ୍ରୋପଚାର ପାଇଁ ଆରମ୍ଭ କରିଥିଲେ ପ୍ରକ୍ରିୟା । ପ୍ରଥମେ ନବଜାତ ଶିଶୁର ଏମଆରଆଇ କରିବା ପରେ ଆନେସ୍ଥେସିଆ ଦେଇ ସଫଳ ଅସ୍ତ୍ରୋପଚାର କରାଯାଇଛି ।

ନବଜାତ ଶିଶୁପୁତ୍ରକୁ ଅପରେସନ କରିବା ଡାକ୍ତରୀ ଟିମ ପାଇଁ ଥିଲା ବଡ ଚ୍ୟାଲେଞ୍ଜ । କାରଣ ନବଜାତ ଶିଶୁ ମାନଙ୍କର ଅପରସେନ ବେଳେ ରକ୍ତ କମିବା ଓ ଶରୀରରେ ତାପମାତ୍ରା ନିୟନ୍ତ୍ରଣ ଉପରେ ସମସ୍ୟା ଦେଖାଦେଇଥାଏ । କିନ୍ତୁ ଡାକ୍ତରୀ ଟିମର ପ୍ରୟାସ ଯୋଗୁ ୫ ଦିନର ଶିଶୁପୁତ୍ର ନୂଆ ଜୀବନ ପାଇଛି । ଅପରେସନ ପରେ ଛୁଆଟି କାନ୍ଦିବା ପରେ ଡାକ୍ତରୀ ଟିମ ଓ ଦମ୍ପତି ଖୁସି ପ୍ରକଟ କରିଥିଲେ ।
 

Argus Whatsapp Channel Mobile Top
Sponsored
A 5-day-old newborn baby gets a new life | Argus News