ଘର ଭିତରୁ ଉଦ୍ଧାର ହେଲା ୫ ଫୁଟ୍ ଲମ୍ବର ତମ୍ପ ସାପ
·1 year ago

ଭଦ୍ରକ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ଷୋଳମପୁର ଗ୍ରାମର ସ୍ବର୍ଗତ ନାରାୟଣ ଚନ୍ଦ୍ର ମିଶ୍ରଙ୍କ ପୁରୁଣା ବାସଭବନରୁ ବୁଧବାର ଅପରାହ୍ନରେ ଏକ ବିଷଧର ସର୍ପ ଉଦ୍ଧାର କରାଯାଇଛି।ଘଟଣା କ୍ରମରେ ସ୍ବର୍ଗତ ମିଶ୍ରଙ୍କ ଘର ଭିତରେ ସାପଟିର ଗର୍ଜନ ଶୁଣିବା ପାରେ ପରିବାର ଲୋକେ ଭୟରେ ଥିଲେ। ଯାଜପୁର ସ୍ନେକ୍ ହେଲ୍ପ ଲାଇନର ଜାହାଙ୍ଗୀର ଖାନ ଙ୍କୁ ଏ ନେଇ ସୂଚନା ଦେଇଥିଲେ।
ଅଧିକ ପଢନ୍ତୁ : ସାପ କାମୁଡ଼ାରେ ଯୁବକ ମୃତ
ତେବେ ସ୍ନେକ ହେଲ୍ପ ଲାଇନର ଜାହାଙ୍ଗୀର ଓ ତାଙ୍କ ସହଯୋଗୀ ପ୍ରମୋଦ କୁମାର ସାହୁ ତତ୍କ।ଳ ପହଞ୍ଚି ସାପଟିକୁ ଉଦ୍ଧାର କରିବା ସହିତ ୫ ଫୁଟ ଲମ୍ବର ବିଷଧର ସର୍ପଟି ତମ୍ପ ସାପ ବୋଲି ଚିହ୍ନଟ କରିଥିଲେ।ସାପ ଟିକୁ ଉଦ୍ଧାର କରାଯାଇ ଜନବସତି ଠାରୁ ଦୂରରେ ଯାଜପୁରର ଏକ ଜଙ୍ଗଲରେ ଛଡ଼ା ଯାଇଥିବା ସୂଚନା ମିଳିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: