NAC ମାନ୍ୟତା ଦାବି ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୬ଘଣ୍ଟିଆ ବନ୍ଦ ପାଳନ
·2 years ago

ଅର୍ଗସ ବ୍ୟୁରୋ: ବୌଦ୍ଧ ଜିଲ୍ଲାର ପୁରୁଣାକଟକ ବନ୍ଦ । NAC ମାନ୍ୟତା ଦାବି ନେଇ ପୁରୁଣାକଟକ NAC କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୬ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ରାଜ୍ୟ ସରକାର ପକ୍ଷରୁ ଗତକାଲି ରାଜ୍ୟର 34ଟି ସ୍ଥାନକୁ NAC ଘୋଷଣା କରାଯାଇଛି । ବୌଦ୍ଧ ଜିଲ୍ଲାର କଣ୍ଟାମାଳକୁ NAC ଓ ବୌଦ୍ଧଗଡ଼କୁ ମୁନିସିପାଲଟି ଘୋଷଣା କରାଯାଇଛି । କିନ୍ତୁ ଏଥିରୁ ବାଦ ପଡିଛି ପୁରୁଣାକଟକ । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ପୁରୁଣାକଟକବାସୀ । ଅନ୍ୟପକ୍ଷରେ ବନ୍ଦ ଯୋଗୁ ଉଭୟ ପାର୍ଶ୍ଵରେ ଯାନବାହାନ ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାର ବନ୍ଦ ରହିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: