Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

3 କି.ମି ଚାଲି ଚାଲି ଗଲାପରେ ବି ମିଳିଲାନି ଭତ୍ତା

Smruti Parija
Browse all articles by Smruti Parija
·1 year ago·1 min read
3 କି.ମି ଚାଲି ଚାଲି ଗଲାପରେ ବି ମିଳିଲାନି ଭତ୍ତା

କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରୁ ଆସିଲା ଦୟନୀୟ ଚିତ୍ର । ଭତ୍ତା ପାଇଁ ବର୍ଷାରେ ଭିଜି ଭିଜି ୩ କିମି ଚାଲିଲେ 65 ବର୍ଷୀୟା ବୃଦ୍ଧା । ଆଉ ଏ ଥରକର ଘଟଣା ନୁହେଁ, ପ୍ରତିଥର ଏମିତି ବୃଦ୍ଧା ଜଣଙ୍କ ଚାଲି ଚାଲି ଭତ୍ତା ଟଙ୍କା ଆଣିବାକୁ ଯାଇଥାନ୍ତି । ଏଥରକ କଷ୍ଟକୁ ଆହୁରି ଦ୍ବିଗୁଣିତ କରିଛି ବର୍ଷା । ଏ ହେଉଛନ୍ତି ଗୌଡ଼ଗୁଡ଼ା ଗାଁର ସୀତା ଦାମୀ । 

ପରିଣତ ବୟସରେ ଭତ୍ତା ପାଇଁ କେତେ ହୀନସ୍ତା ହେଉଛନ୍ତି, ଏ ଦୃଶ୍ୟ ହିଁ ତାର ପ୍ରମାଣ । ବଡ଼ କଥା ହେଲା ଦୀର୍ଘ ୩ କିଲୋମିଟର୍ ଚାଲି ଚାଲି ଗଲେ ବୃଦ୍ଧା । ହେଲେ ତାଙ୍କୁ ଭତ୍ତା ଟଙ୍କା ମିଳିଲାନି । ନିରାଶ ହୋଇ ଘରକୁ ଫେରିଗଲେ ବୃଦ୍ଧା । କିଛି ଦିନ ତଳେ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ଚାଉଳ ପାଇଁ ଟ୍ରଲିରେ ବୃଦ୍ଧ ଯାଉଥିବାର ଚିତ୍ର ସାମ୍ନାକୁ ଆସିଥିଲା । ବୟସ୍କଙ୍କୁ ହାତ ପାହାନ୍ତାରେ ଭତ୍ତା ଯୋଗାଇଦେବାକୁ ନିୟମ ଥିବାବେଳେ ସ୍ଥାନୀୟ ଅଧିକାରୀଙ୍କ ଆନ୍ତରିକତା ଓ କାର୍ଯ୍ୟକାରିତାକୁ ନେଇ ଉଠିଛି ପ୍ରଶ୍ନ ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A 65-year-old woman walked 3 km in the rain for allowance | Argus News