Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଲଜ୍ଜା; ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

Odisha

ଲଜ୍ଜା; ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

Smruti Parija
Browse all articles by Smruti Parija
·2 years ago·1 min read
ଲଜ୍ଜା; ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ସମ୍ବଲପୁର:  ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । କୁଚିଣ୍ଡା ଥାନା ଅଞ୍ଚଳରୁ ଜଣେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ପଶ୍ଚିମବଙ୍ଗ ମୁର୍ଶିଦାବାଦରୁ ଗୃହ ନିର୍ମାଣ କାମ କରିବାକୁ ଆସି ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ କୁଚିଣ୍ଡାରେ ଏକ ୭ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି ।

ପ୍ରଧାନଶିକ୍ଷକଙ୍କ ସମେତ ଦୁଇ ଶିକ୍ଷକ ଅଟକ
କୁଚିଣ୍ଡା ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ସ୍ଥାନୀୟ ସହରାଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରେ ସମ୍ପୃକ୍ତ ଯୁବକ ରିଙ୍କୁ ଶେଖ୍ ରାଜମିସ୍ତ୍ରୀ ଭାବରେ ନିର୍ମାଣ କାମ କରୁଥିଲା ।  ୭ ବର୍ଷ ବୟସ୍କା ଶିଶୁକନ୍ୟା ଏକୁଟିଆ ଥିଲେ । ଘରେ କେହି ନ ଥିବାର ସୁଯୋଗ ନେଇ ନିର୍ମାଣ କାମରେ ନିୟୋଜିତ ରିଙ୍କୁ ଶେଖ୍ ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି । 

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କଲେ ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକ
ପରିବାର ଲୋକଙ୍କ ହାବୁଡରେ ପଡିଯାଇଥିଲେ । ଫେରାର୍ ହେବାକୁ ଉଦ୍ୟମ କରିବା ସମୟରେ କାବୁ କରିନେଇଥିଲେ ପରିବାର ଲୋକେ । ଏହାପରେ ପୀଡ଼ିତା ଶିଶୁକନ୍ୟାଙ୍କ ପରିବାର ପୁଲିସକୁ ଖବର ଦେବାରୁ ପୁଲିସ ଆସି ତା’କୁ ଥାନାକୁ ନେଇଥିଲା । ଏହି ଅଭିଯୋଗକୁ ଭିତ୍ତିକରି କୁଚିଣ୍ଡା ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A 7-year-old girl from Kuchinda police station area has been accused of molesting her | Argus News