ଲୁହା ରଡ଼ ପଶି ୯ ବର୍ଷର ଶିଶୁ ଗୁରୁତର
·2 years ago

ବରଗଡ : ଖେଳୁଥିବା ସମୟରେ ୯ ବର୍ଷର ଶିଶୁ ଦେହରେ ପଶିଲା ଲୁହା ରଡ଼ । ଚିକିତ୍ସା ପାଇଁ ପରିବାର ଲୋକେ ତୁରନ୍ତ ତାକୁ ବରଗଡ଼ ଟୁକୁର୍ଲ୍ଲl ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ତେବେ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ଏବଂ ବରଗଡ଼ ମୁଖ୍ୟ ଡାକ୍ତର ଖାନାରେ ଆଇସିୟୁର ବ୍ୟବସ୍ଥା ନଥିବାରୁ ଡାକ୍ତର ତାଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ପଠାଇ ଦେଇଛନ୍ତି ।
ଅଧିକ ପଢନ୍ତୁ : ବଜ୍ରପାତରେ ମହିଳା ମୃତ
ଗୁରୁତର ଥିବା ଶିଶୁଟି ଭଟଲିର ଜୀବନ ପାତିକାର ବୋଲି ଜଣାପଡିଛି । ଆଜି ସକାଳେ ସେ ସାଙ୍ଗ ମାନଙ୍କ ସହ ଖେଳୁଥିବା ସମୟରେ ଏକ ଲୁହାରଡ ଉପରେ ପଡ଼ି ଯାଇଥିଲେ , ଯାହାଫଳରେ ରଡ଼ଟି ପିଠି ପଟ ଦେଇ ଶରୀର ଭିତରକୁ ଚାଲି ଯାଇଛି । ତେବେ ତାଙ୍କର ଉତ୍ତମ ଚିକିତ୍ସା କରି ଭଲ କରିଦେବାକୁ ପିଲାଟିର ମାଆ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: