Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବୋରୱେଲ୍ ଗାତରେ କଇଁ କଇଁ କାନ୍ଦୁଛି ନବଜାତକ

Smruti Parija
Browse all articles by Smruti Parija
·2 years ago
ବୋରୱେଲ୍ ଗାତରେ କଇଁ କଇଁ କାନ୍ଦୁଛି ନବଜାତକ

ସମ୍ବଲପୁର:  ବୋରୱେଲ୍ ଗାତରେ ପଡିଗଲା ନବଜାତ ଶିଶୁ । 15 ଫୁଟ୍ ଗାତରେ ଶିଶୁଟି ପଡିଯାଇଥିବା ସୂଚନା ମିଳିଛି । ରେଙ୍ଗାଲି ବୋରୱେଲ୍ ଗାତରେ ଶିଶୁ ପଡିଯାଇଛି । ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେପଟେ ଶିଶୁଟି କଇଁ କଇଁ କାନ୍ଦୁଥିବା ଜଣାପଡିଛି ।

ସମ୍ବଲପୁର ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଳି ଗାଁ ରେ ଏହି ଅଭାବନୀୟ ଘଟଣା ଘଟିଛି । ବୋରୱେଲରେ ନବଜାତ ଶିଶୁ ପଡି ରହିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ରେଙ୍ଗାଲି ଥାନାର କର୍ମଚାରୀ, ରେଙ୍ଗାଲି ବିଡ଼ିଓ, ରେଙ୍ଗାଲି ଦମକଳ ବାହିନୀ ପହଂଚିଛନ୍ତି । ଶିଶୁକୁ ଉଦ୍ଧାର କରିବାରେ ଦମକଳ ବାହିନୀ ଉଦ୍ୟମ ଜାରି ରଖିଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A-baby-fall-in-a-pit-at-rengali-sambalpur | Argus News