Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୁଣି ଅଲୋଡା ଶିଶୁକନ୍ୟା , ବିଲରୁ ମିଳିଲା ମୃତଦେହ

Odisha

ପୁଣି ଅଲୋଡା ଶିଶୁକନ୍ୟା , ବିଲରୁ ମିଳିଲା ମୃତଦେହ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ପୁଣି ଅଲୋଡା ଶିଶୁକନ୍ୟା , ବିଲରୁ ମିଳିଲା ମୃତଦେହ


ଅର୍ଗସ ବ୍ୟୁରୋ : ମୋର କଣ ସମାଜରେ ବଞ୍ଚିବାର ଅଧିକାର ନାହିଁ ? ଏ ସମାଜ ପାଇଁ ମୁଁ କଣ ଏତେ ଅଲୋଡା ? ମୋ ଜନ୍ମହେବା କ'ଣ ପାପ ? ମାଆ... ତୋ ପେଟ ଭିତରେ ଥିଲାବେଳେ ମୁଁ କେଜାଣି କେତେ ସ୍ବପ୍ନ ଦେଖୁଥିଲି. ତୋ କୋଳରେ ବଢିବି । ତୋ ସ୍ନେହ ପାଇବି । ଆଉ ତୋ ପରି ମୁଁ ବି ଦିନେ ମାଆଟିଏ ହେବି । ହେଲେ ତୁ ମତେ ଜନ୍ମ ହେଉ ହେଉ ମାରିଦେଲୁ.. ?  କାହିଁକି ମାଆ ?? ଏ ଦୂନିଆରେ ଝିଅପୁଅଙ୍କ ଭିତରେ ଏ ଅସମାନତା କାହିଁକି ? ମୋ ପରି ଆଉ କେତେଜଣଙ୍କର ଏମିତି ଅକାଳରେ ଜୀବନ ଯିବ ? କେତେଦିନ ତମେମାନେ ଝିଅକୁ ପାପବୋଲି କହି ଜନ୍ମହେଉ ହେଉ ମାରିଦେବ ?? 
ସେ ବି ଜନ୍ମହୋଇ ବଡ ହୋଇଥିଲେ, ଏପରି କନ୍ୟାହତ୍ୟା ଉପରେ ପ୍ରଶ୍ନ କରିଥାନ୍ତା । ହେଲେ ସେ ଜାଣିନଥିଲା, ସେ ବି ସେଇ ହତ୍ୟାର ଶିକାର ହେବ । ତା ମା ଫୋପାଡି ଯାଇଥିବା ତା ମୃତଦେହର ଶବ ବିଲକଡରୁ ଉଦ୍ଧାର ହେବ। ଆଉ ଜମାହୋଇ ତା ଶବ ଦେଖୁଥିବା ଲୋକ ତା ମାଆକୁ ଛି ଛାକର କରୁଥିବେ । କିଏ ପିଶାଚି କହୁଥିବ ତ କିଏ କହୁଥିବ ରାକ୍ଷସୀ । ଏ ଦୃଶ୍ୟ ହେଉଛି କଟକ ବଡମ୍ବା ମାଣିଆବନ୍ଧ ଥାନା ଅଧୀନ କଙ୍କଡାଯୋଡି ଗାଁର । ଏହି ଗାଁର ଏକ ବିଲରୁ ଉଦ୍ଧାର ହୋଇଛି ଏକ ମୃତ ଶିଶୁକନ୍ୟା । ଶିଶୁର ତଣ୍ଟିଚିପି ହତ୍ୟା କରାଯାଇ ଏଠାରେ ଫିଙ୍ଗାଯାଇଥିବା କହିଛନ୍ତି ସେଠାକାର ଗାଁ ଲୋକେ । 

 

ଛୁଆଟି କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହୋଇ ନାହିଁ। ମାଣିଆବନ୍ଧ ଥାନା ପୋଲିସ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛି। ଏହା ପୂର୍ବରୁ ଗତ କିଛିଦିନ ତଳେ ରେଙ୍ଗାଲୀର ଏକ ଘଟଣା ସାମ୍ନାକୁ ଆସିଥିଲା । ଯେଉଁଠି ଏକ ନବଜାତ ଶିଶୁକୁ ବୋରୱେଲ ଭିତରେ ଫିଙ୍ଗି ଚାଲି ଯାଇଥିଲା  ମାଆ । ଛୁଆର କୁଆଁ କୁଆଁ କାନ୍ଦ ଶୁଣି ଛୁଆକୁ ଉଦ୍ଧାର କରିବାକୁ ଆସିଥିଲେ ଉଦ୍ଧାରକାରୀ ଟିମ । ଏବେ ଛୁଆର ଦେହ ଅସୁସ୍ଥ ଥିବା ସୂଚନା ମିଳିଛି । ବାରମ୍ବାର ଏପରି ଶିଶୁକନ୍ୟା ହତ୍ୟା ଭଳି ଖବର ସାମ୍ନାକୁ ଆଶୁଥିବା ବେଳେ ଏହାକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
a baby girl deadbody was found in road side field | Argus News