Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାପଡାହାଣ୍ଡି ଅଞ୍ଚଳରେ ଆତଙ୍କ ଖେଳାଇଛି ଭାଲୁ

Ritu Das
Browse all articles by Ritu Das
·2 years ago·1 min read
ପାପଡାହାଣ୍ଡି ଅଞ୍ଚଳରେ ଆତଙ୍କ ଖେଳାଇଛି ଭାଲୁ

ଅର୍ଗସ ବ୍ୟୁରୋ: ପାପଡାହାଣ୍ଡି ଅଞ୍ଚଳରେ ଆତଙ୍କ ଖେଳାଉଛି ଭାଲୁ । ଗତକାଲି ବିଳମ୍ବିତ ରାତିରେ ଖାଦ୍ୟ ଅନ୍ୱେଷଣରେ ଆସି ପଶିଲା ଥାନା ପରିସରରେ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିରେ । ଗତ କିଛି ଦିନ ହେଲା ଖାଦ୍ୟ ଅନ୍ବେଷଣ ରେ ବିଭିନ୍ନ ସ୍ଥାନକୁ ଯିବା ଆସିବା କରୁଥିବା ଦେଖି ଲୋକେ ଆତଙ୍କିତ ହୋଇଛନ୍ତି । ଗତ କାଲି ରାତିରେ ଭାଲୁଟି ପାପଡାହାଣ୍ଡି ଥାନା ପରିସରରେ ପଶିବାର ଦେଖିଥିଲେ। ଏହି ସମୟରେ ଥାନା ପରିସରରେ ଭାଲୁଟି ଝରି ପୋକ ଖାଉଥିବା ଦେଖିବାକୁ ମିଳିଥିଲା।

ଭାଲୁଟିକୁ ପୋକ ଖାଉଥିବାର ଦେଖି ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଥିଲା । କିଛିଦିନ ତଳେ ଲୋକଙ୍କ କହିବାନୁସାରେ ଶ୍ରୀଜୀଉଙ୍କ ନବାଦୀନାତ୍ମକ  ଯାତ୍ରାର ସନ୍ଧ୍ୟା ସମୟରେ ଭକ୍ତଙ୍କ ଗହଳି ଜମି ଥିବା ବେଳେ ଭାଲୁଟି ମାଉସୀ ମାଁ ମନ୍ଦିର ଦେଇ ନଦୀ ଆଡକୁ ଚାଲିଯାଇଥିଲା । ଯାହାକୁ ନେଇ କିଛି ସମୟ ଉପସ୍ଥିତ ଭକ୍ତ ଡରିଯାଇଥିଲେ। ବନବିଭାଗ ଭାଲୁଟିକୁ ଶୀଘ୍ର ଧରିବା ପାଇଁ ସାଧାରଣରେ ଦାବି ହେଉଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A bear has | Argus News