|
logo
Live

Argus News - ବିଜେପି ସଂପଳ୍ପ ପତ୍ରରେ ବଡ଼ ଘୋଷଣା; ଭକ୍ତମାନଙ୍କ ପାଇଁ ଖୋଲିଦିଆଯିବ ଚାରି ଦ୍ୱାର

Odisha

ବିଜେପି ସଂପଳ୍ପ ପତ୍ରରେ ବଡ଼ ଘୋଷଣା; ଭକ୍ତମାନଙ୍କ ପାଇଁ ଖୋଲିଦିଆଯିବ ଚାରି ଦ୍ୱାର

Smruti Parija
Browse all articles by Smruti Parija
·1 year ago·1 min read
ବିଜେପି ସଂପଳ୍ପ ପତ୍ରରେ ବଡ଼ ଘୋଷଣା; ଭକ୍ତମାନଙ୍କ ପାଇଁ ଖୋଲିଦିଆଯିବ ଚାରି ଦ୍ୱାର

ଭୁବନେଶ୍ୱର: ଶ୍ରୀମନ୍ଦିର ପ୍ରସଙ୍ଗରେ ବିଜେପି ସଂପଳ୍ପ ପତ୍ରରେ ବଡ଼ ଘୋଷଣା । ବିଜେପି ସରକାରକୁ ଆସିଲେ ରତ୍ନ ଭଣ୍ଡାର ଖୋଲାଯିବ । ହଜିଥିବା ଚାବିର ତଦନ୍ତ ହେବ । ଖାଲି ଏତିକି ନୁହେଁ ରତ୍ନ ଗଣତି, ମଣତି କରାଯାଇ ତଥ୍ୟ ସାର୍ବଜନୀନ ହେବ । କ୍ଷତିଗ୍ରସ୍ତ ହୋଇଥିବା ମଠ ଗୁଡ଼ିକର ପୁନରୁଦ୍ଧାର କରାଯିବ । ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲି ଦିଆଯିବ । ଶ୍ରୀମନ୍ଦିର ପ୍ରଶାସନରେ ଚାଲିଥିବା ଅବ୍ୟବସ୍ଥା ଦୂର କରାଯିବ । ଶ୍ରୀମନ୍ଦିର ପ୍ରଶାସନକୁ ସଂପୂର୍ଣ୍ଣ ସ୍ବଚ୍ଛତାର ସହ ପରିଚାଳନା କରାଯିବ । 

ସେପଟେ ସଂକଳ୍ପ ପତ୍ର ଉନ୍ମୋଚନ ଅବସରରେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ନଡ୍ଡା । ଆମେ ବିକାଶ ରାଜନୀତି କରୁଛୁ ।  ଆୟୁଷ୍ମାନ ଯୋଜନାରୁ ଓଡିଶାକୁ ବଞ୍ଚିତ କରିଛନ୍ତି ବିଜେଡ଼ି ସରକାର । ଓଡିଶାକୁ 3 ଲକ୍ଷ 52 ହଜାର କୋଟି ମିଳିଛି । ବିଜେପି ଓଡ଼ିଶାରେ ବିରୋଧୀ ଦଳ ନୁହେଁ ସରକାର ଗଢିବା ପାଇଁ ଲଢୁଛି । ବିଜେଡି ସରକାର ମିଛ ପ୍ରତିଶ୍ରୁତି ପୂରଣ ହେଲାନି ।  

ଓଡିଶା ଜଗନ୍ନାଥଙ୍କ ଭରସାରେ ଚାଲିଛି ।  ବିଜେପି ଯେବେ ସରକାରକୁ ଆସିବ, ଇସ୍ତାହାର କ୍ୟାବିନେଟ କମିଟି ଗଠନ କରି ସବୁ ପ୍ରତିଶ୍ରୁତି ପୁରଣ କରିବ । ଦୁର୍ନୀତି ସମାପ୍ତ ହେବ । ଦୁର୍ନୀତି ପାଇଁ ଜିରୋ ଟଲରେଟ ନୀତି କରିବ ବିଜେପି । ସରକାରକୁ ଆସିଲେ ଚିଟପଣ୍ଡ୍ ଟଙ୍କା ଫେରସ୍ତ କରାଯିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ରାଜନୀତି ଖବର...
 

Sponsored
ବିଜେପି ସଂପଳ୍ପ ପତ୍ରରେ ବଡ଼ ଘୋଷଣା; ଭକ୍ତମାନଙ୍କ ପାଇଁ ଖୋଲିଦିଆଯିବ ଚାରି ଦ୍ୱାର | Argus News